Advertisment

ମୁମ୍ବାଇ ହର୍‌ର: ସରସ୍ୱତୀ ଆତ୍ମହତ୍ୟା କରିଥିବା କହିଲେ ଗିରଫ ମନୋଜ

ପୁଲିସ୍‌ ବୁଧବାର ସନ୍ଧ୍ୟାରେ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ମନୋଜଙ୍କ ମୀରା ରୋଡ ସ୍ଥିତ ବାସଭବନରୁ ଜବତ କରିଥିଲା। ଏହାପରେ ମନୋଜଙ୍କୁ ଗିରଫ କରି ପୁଲିସ୍‌ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି।

Mumbai

Mumbai

Advertisment

ନିଜର ଲିଭ ଇନ ପାର୍ଟନଙ୍କୁ ହତ୍ୟା କରିବା ସହ ତାଙ୍କ ମୃତଦେହକୁ ଟିକଟିକ କରି କାଟି ପ୍ରେସର କୁକର୍‌ରେ ସିଝାଇବା ଭଳି ଭୟଙ୍କର କାଣ୍ଡ ଘଟାଇଥିବା ୫୬ ବର୍ଷୀୟ ମନୋଜ ସାଣେ ସାଂଘାତିକ କଥା କହିଛନ୍ତି। ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍‌ ମନୋଜଙ୍କୁ ଗିରଫ କରିଛି। ହେଲେ ଜେରା ବେଳେ ସେ ସରସ୍ୱତୀଙ୍କୁ ହତ୍ୟା କରି ନଥିବା ପୁଲିସ୍‌କୁ କହିଛନ୍ତି।

Advertisment

ଜେରା ବେଳେ ମନୋଜ ପୁଲିସ୍‌କୁ କହିଛନ୍ତି ଯେ ଜୁନ ୩ରେ ସରସ୍ୱତୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସରସ୍ୱତୀ ଆତ୍ମହତ୍ୟା କରିଥିବା ଜାଣି ମନୋଜ ଭୟଭୀତ ହୋଇ ଯାଇଥିଲେ। ପୁଲିସ୍‌ ତାଙ୍କୁ ସରସ୍ୱତୀଙ୍କୁ ହତ୍ୟା କରିବା ଘଟଣାରେ ଫସାଇ ଗିରଫ କରିବ ବୋଲି ଆଶଙ୍କା କରିଥିଲେ। ତେଣୁ ସେ ମୃତଦେହକୁ ଟିକଟିକ କରି କାଟି ଦେଇଥିଲେ ଓ ଏହାକୁ ପ୍ରେସର କୁକର୍‌ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ବୋଲି ପୁଲିସ୍‌କୁ କହିଛନ୍ତି।

ପୁଲିସ୍‌ ବୁଧବାର ସନ୍ଧ୍ୟାରେ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ମନୋଜଙ୍କ ମୀରା ରୋଡ ସ୍ଥିତ ବାସଭବନରୁ ଜବତ କରିଥିଲା। ଏହାପରେ ମନୋଜଙ୍କୁ ଗିରଫ କରି ପୁଲିସ୍‌ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି। ମନୋଜ ଜେରା ବେଳେ କହିଛନ୍ତି ଯେ ଜୁନ ୩ ତାରିଖରେ ସେ ଘରକୁ ଫେରିଲା ବେଳକୁ ସରସ୍ୱତୀ ତଳେ ପଡ଼ି ରହିଛନ୍ତି।

Advertisment

ତାଙ୍କ ପାଟିରୁ ଫେଣ ମଧ୍ୟ ବାହାରୁ ଥିଲା। ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେ ପ୍ରାଣ ହରାଇ ସାରିଥିବା ଜାଣିବାକୁ ପାଇଥିଲେ। ଏହି ଆତ୍ମହତ୍ୟାକୁ ପୁଲିସ୍‌ ହତ୍ୟାର ରୂପ ଦେଇ ତାଙ୍କୁ ଗିରଫ କରିନେବ ବୋଲି ଆଶଙ୍କା କରି ସେ ମୃତଦେହକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ପ୍ରଥମେ ସେ ସରସ୍ୱତୀଙ୍କ ମୃତଦେହକୁ ଦୁଇଟି ଗଛ କଟା କଟର ଦ୍ୱାରା ଟିକଟିକ କରି କାଟିଦେଇଥିଲେ। ଏହାପରେ ସେ ପ୍ରେସର କୁକର୍‌ରେ ଏହାକୁ ସିଝାଇ ମାଂସ ଓ ହାଡ଼କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ଏହାଦ୍ୱାର ଆଉ ଦୁର୍ଗନ୍ଧ ବାହାରିବ ନାହିଁ ବୋଲି ସେ ଆଶା କରିଥିଲେ। ସେ ସରସ୍ୱତୀଙ୍କ ମୃତଦେହର କିଛି ଅଂଶକୁ ଅନ୍ୟତ୍ର ଫିଙ୍ଗି ସାରିଥିଲେ ବୋଲି ମଧ୍ୟ ପୁଲିସ୍‌କୁ କହିଛନ୍ତି।

ତେବେ ମନୋଜଙ୍କ କଥାକୁ ପୁଲିସ୍‌ ବିଶ୍ୱାସ କରୁନାହିଁ। ଏଥିପାଇଁ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହର ଯାଞ୍ଚ ପାଇଁ ପୁଲିସ୍‌ ଏହାକୁ ଜେଜେ ହସ୍ପିଟାଲକୁ ପଠାଇଛି।

Mumbai Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe