Advertisment

ବୈଠକ ବେଳେ ଜେଲେନସ୍କିଙ୍କୁ କ’ଣ ସବୁ କହିଲେ ମୋଦି?

ଜି-୭ ବୈଠକରେ ଯୋଗ ଦେବାକୁ ମୋଦି ହିରୋଶିମା ଯାଇଛନ୍ତି। ଏହି ଅବସରରେ ଆଜି ସେ ଜେଲେନସ୍କିଙ୍କୁ ଭେଟିବା ସହ ତାଙ୍କ ସହ ବୈଠକ କରିଛନ୍ତି।

PM Modi

PM Modi

Advertisment

ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ଆଜି ଜାପାନର ହିରୋଶିମାରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ପରସ୍ପର ସହ ହାତ ମିଳାଇବା ସହ ଦୁଇ ଦେଶ ମଧ୍ୟରେ ଦୁଇ ପାକ୍ଷିକ ଆଲୋଚନା ହୋଇଛି।

Advertisment

ଯୁଦ୍ଧ ସମ୍ପର୍କରେ ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କ ସବୁ କଥା ଶୁଣିଛନ୍ତି। ଜାରି ରହିଥିବା ୟୁକ୍ରେନ ଯୁଦ୍ଧକୁ ସେ ମାନବିକତାର ପ୍ରସଙ୍ଗ ବୋଲି ଜେଲେନସ୍କିଙ୍କୁ କହିଛନ୍ତି। ଏଥିସହ ଯୁଦ୍ଧକୁ ରୋକିବା ପାଇଁ ଭାରତ ଦ୍ୱାରା ଯାହା ହୋଇପାରିବ, ସେକଥା କରିବ ବୋଲି ମଧ୍ୟ ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

ମୋଦି ବୈଠକ ବେଳେ ଜେଲେନସ୍କିଙ୍କୁ କହିଛନ୍ତି ଯେ “ୟୁକ୍ରେନ ଯୁଦ୍ଧ ଭଳି ବଡ଼ ପ୍ରସଙ୍ଗକୁ ପୂରା ବିଶ୍ୱ ସମ୍ମୁଖୀନ ହେଉଛି। ମୁଁ ଏହାକୁ କେବଳ ଅର୍ଥନୀତି ଓ ରାଜନୀତିକ ପ୍ରସଙ୍ଗ ଭାବେ ବିଚାର କରୁନି। ମୋ ପାଇଁ ଏହା ମାନବିକତାର ପ୍ରସଙ୍ଗ। ଯୁଦ୍ଧ ବିରୋଧୀ ସଂକଳ୍ପ ପାଇଁ ଭାରତ ଓ ମୁଁ ଯାହା କରିପାରିବୁ, ସେସବୁ କରିବୁ।”

Advertisment

ଜି-୭ ବୈଠକରେ ଯୋଗ ଦେବାକୁ ମୋଦି ହିରୋଶିମା ଯାଇଛନ୍ତି। ଏହି ଅବସରରେ ଆଜି ସେ ଜେଲେନସ୍କିଙ୍କୁ ଭେଟିବା ସହ ତାଙ୍କ ସହ ବୈଠକ କରିଛନ୍ତି। ମୋଦି ଭେଟଘାଟ ବେଳେ ଜେଲେନସ୍କିଙ୍କୁ କହିଛନ୍ତି, “ବିଗତ ଗୋଟିଏ ବର୍ଷ ମଧ୍ୟରେ ଆମେ ଅନେକ ଥର ଫୋନରେ କଥା ହୋଇଛେ। କିନ୍ତୁ ଗ୍ଲାସଗୋ ପରେ ଆମେ ପରସ୍ପରକୁ ଦୀର୍ଘ ଦିନ ପରେ ଭେଟିଛେ।”

ଜେଲେନସ୍କି ଓ ମୋଦି ବର୍ଷକ ମଧ୍ୟରେ ପ୍ରାୟ ୪ଥର ଫୋନରେ କଥା ହୋଇଛନ୍ତି। ଶେଷଥର ପାଇଁ ଦୁଇ ନେତା ୨୦୨୨ ଡିସେମ୍ବରରେ କଥା ହୋଇଥିଲେ। ଏହି ସମୟରେ ଜି-୨୦ ସମ୍ମିଳନୀରେ ସେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗତ କରିଥିବା ୧୦ ପ୍ରସ୍ତାବ ଉପରେ ଭାରତର ସମର୍ଥନ ଲୋଡ଼ିଥିଲେ। ଗତ ମାସରେ ଜେଲେନସ୍କି ଭାରତ ଠାରୁ ଅଧିକ ମାନବୀୟ ସହାୟତା ଓ ମିଳିତ ଜାତିସଂଘରେ ସମର୍ଥନ ପାଇଁ ବି ଚିଠି ଲେଖିଥିଲେ।

ଆଜି ମୋଦିଙ୍କ ସହ ବୈଠକ କରିବା ପରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଶାନ୍ତି ଫର୍ମୁଲାରେ ଭାରତକୁ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି। ଏଥିସହ ୟୁକ୍ରେନ ଆବଶ୍ୟକ କରୁଥିବା ସହାୟତା ଓ ମୋବାଇଲ ହସ୍ପିଟାଲ୍ସ ସମ୍ପର୍କରେ ସେ ମୋଦିଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି।

PM Modi Japan Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe