Advertisment

ବଜେଟକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି।

PM Modi

PM Modi

Advertisment

କେନ୍ଦ୍ରର ବଜେଟ ସମାଜର ସମସ୍ତ ବର୍ଗଙ୍କୁ ଫାଇଦା ଦେବ। ବିକଶିତ ଭାରତର ମୂଳଦୁଆ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି।

Advertisment

ବଜେଟ ଉପସ୍ଥାପନ ପରେ ମୋଦି କହିଛନ୍ତି, “ବଜେଟ ସମାଜର ସବୁ ବର୍ଗଙ୍କୁ ସଶକ୍ତ କରିବ। ଏହା ଗାଁ, ଗରିବ ଓ କୃଷକଙ୍କୁ ଫାଇଦା ଦେବ। ଏହା ଶିକ୍ଷା, କୌଶଳ ବିକାଶକୁ ଆଗକୁ ବଢ଼ାଇବ ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଏହି ବଜେଟ ମଧ୍ୟବିତ୍ତକୁ ନୂଆ ଶକ୍ତି ଯୋଗାଇବ।”

ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ପରେ ନିଯୁକ୍ତି, ଯୁବବର୍ଗ ଓ କୌଶଳ ବିକାଶକୁ ଫୋକସ କରିବାକୁ ଚେଷ୍ଟା କରିଛନ୍ତି। ଏହା ଉପରେ ମୋଦି କହିଛନ୍ତି, “ ଏହି ବଜେଟ ମହିଳା କେନ୍ଦ୍ରିକ ଓ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ସହଯୋଗ କରିବ। କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ଏହି ବଜେଟ ଆହୁରି ବଢ଼ାଇବ। ଏହା ବିକାଶ କେନ୍ଦ୍ରିକ ଓ ଭିତ୍ତିଭୂମିରେ ନିବେଶକୁ ଏହି ବଜେଟ ପ୍ରୋତ୍ସାହିତ କରିବ।”

Advertisment

ଆସନ୍ତା କିଛ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରୂପେ ଗଢ଼ି ତୋଳିବାରେ ଏହି ବଜେଟ ସହାୟକ ହେବ ବୋଲି ମୋଦି କହିଛନ୍ତି। ନୂଆ ଟିକସ ବ୍ୟବସ୍ଥା ଜରିଆରେ ସରକାର ଲୋକଙ୍କ ଟିକସ ବୋଝ ହ୍ରାସ କରିବାକୁ ଚେଷ୍ଟା କରିଥିବା ମୋଦି ମତ ରଖିଛନ୍ତି। 

ସେ ଆହୁରି କହିଛନ୍ତି, “ସ୍ପେଶ କ୍ଷେତ୍ର ପାଇଁ ୧୦୦୦ କୋଟି, ଆଞ୍ଜେଲ ଟିକସ(ଅଣ ତାଲିକା ଭୁକ୍ତ କମ୍ପାନୀର ଶେୟାର ଉପରେ ଲାଗୁଥିବା ଟିକସ) ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି, ନୂଆ ସ୍ୟାଟେଲାଇଟ ସହର ନିର୍ମାଣ, ନୂଆ ଟ୍ରାଞ୍ଜିଟ ଯୋଜନା ତତ୍ୟାଦି ଭାରତକୁ ବିକଶିତ ରାଷ୍ଟ୍ର ଆଡ଼କୁ ନେଇଯିବ।

ଏଥିହ ସମଗ୍ର ଭାରତରେ ଅର୍ଥନୀତିକ ପେଣ୍ଠସ୍ଥଳ ସୃଷ୍ଟି କରିବ। ସହର, ଗାଁ ଓ ଘରସ୍ତରରେ ଆମକୁ ଉଦ୍ୟୋଗର ସୃଷ୍ଟି କରିବାକୁ ପଡ଼ିବ। ପ୍ରତିଟି ଘରେ ଉଦ୍ୟୋଗୀ ସୃଷ୍ଟି ହଅନ୍ତୁ ବୋଲି ଆମେ ଚାହୁଁଛୁ। ଆମେ ଭାରତକୁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛୁ।”

Budget 2024 Union Budget 2024 Union Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe