/odisha-reporter/media/post_attachments/uploadimage/library/16_9/16_9_0/IMAGE_1721133769.jpg)
Rahul Gandhi
ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀମାନଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ୪ ସୁରକ୍ଷାକର୍ମୀଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ ଏବେ ପ୍ରତିଟି ଦେଶଭକ୍ତ କ’ଣ ଚାହୁଁଛନ୍ତି, ସେକଥା ମଧ୍ୟ ସରକାରଙ୍କ ଆଗରେ ଉପସ୍ଥାପନ କରିଛନ୍ତି।
ସେ କହିଛନ୍ତି, “ଆଜି ପୁଣିଥରେ ଜମ୍ମୁ-କଶ୍ମୀରରେ ହୋଇଥିବା ଏନକାଉଣ୍ଟରରେ ଆମ ସୈନ୍ୟ ସହିଦ ହୋଇଛନ୍ତି। ମୁଁ ସହିଦମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।”
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ “ଗୋଟିଏ ପରେ ଗୋଟିଏ ଏପରି ଭୟଙ୍କର ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ।”
ସେ ସରକାରଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ରାହୁଲ କହିଛନ୍ତି, “ଲଗାତର ହେଉଥିବା ଏପରି ଆତଙ୍କବାଦୀ ହମଲା ଜମ୍ମୁ-କଶ୍ମୀରର ବିପର୍ଯ୍ୟସ୍ଥ ସ୍ଥିତିକୁ ଦର୍ଶାଉଛି। ବିଜେପିର ଭୁଲ ନୀତିଗୁଡ଼ିକର ପରିଣାମ ଆମର ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ୁଛି।” ଏଠାରେ ରାହୁଲ ଗାନ୍ଧି ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଥିବା ଧାରା ୩୭୦ କଥା ପରୋକ୍ଷରେ କହିଛନ୍ତି।
आज जम्मू कश्मीर में फिर से एक आतंकी मुठभेड़ में हमारे जवान शहीद हो गए। शहीदों को विनम्र श्रद्धांजलि अर्पित करते हुए शोक संतप्त परिजनों को गहरी संवेदनाएं व्यक्त करता हूं।
एक के बाद एक ऐसी भयानक घटनाएं बेहद दुखद और चिंताजनक है।
लगातार हो रहे ये आतंकी हमले जम्मू कश्मीर की जर्जर…
— Rahul Gandhi (@RahulGandhi) July 16, 2024
ସେ ପୁଣି କହିଛନ୍ତି, “ପ୍ରତ୍ୟେକ ଦେଶଭକ୍ତ ଭାରତୀୟଙ୍କ ଦାବି ହେଉଛି ଯେ ସରକାର ବାରମ୍ବାର ହେଉଥିବା ସୁରକ୍ଷାଜନିତ ତ୍ରୁଟିର ସଂପୂର୍ଣ୍ଣ ଉତ୍ତରଦାୟିତ୍ୱ ନିଅନ୍ତୁ। ଏଥିସହ ଦେଶ ଓ ଯବାନମାନଙ୍କ ଅପରାଧିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହି ଦୁଃଖଦ ମୁହୂର୍ତ୍ତରେ ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ଛିଡ଼ା ହୋଇଛି।”
ଡୋଡାରେ ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏନକାଉଣ୍ଟରେ ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଜଙ୍ଗଲରେ ଲୁଚି ରହିଥିବାରୁ ଏବେ ବି ସେଠାରେ ଅପରେସନ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
