Advertisment

୨ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା: ରାହୁଲ ଗାନ୍ଧି ଦେଲେ ଏମିତି ବୟାନ

ନ୍ୟାୟ ଦେବା ଅପେକ୍ଷା ଅପରାଧକୁ ଲୁଚାଇବା ପାଇଁ ଅଧିକ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ମହିଳା ଓ ଝିଅମାନଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିନ୍ଦା କରିଛନ୍ତି। ନ୍ୟାୟ ଦେବା ଅପେକ୍ଷା ଅପରାଧକୁ ଲୁଚାଇବା ପାଇଁ ଅଧିକ ଚେଷ୍ଟା କରାଯାଉଥିବା ସେ କହିଛନ୍ତି। ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ବଦଲାପୁରରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସ୍କୁଲ ସୁଇପର ଦେଇଥିବା ଯୌନ ନିର୍ଯାତନା ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାହୁଲଙ୍କ ବୟାନ ସାମ୍ନାକୁ ଆସିଛି।

Advertisment

ବଦଲାପୁର ଯୌନ ନିର୍ଯାତନା ଘଟଣାରେ ପୁଲିସ ପୀଡ଼ିତାଙ୍କ ପରିବାର ବର୍ଗଙ୍କ ଅଭିଯୋଗର ୧୨ ଘଣ୍ଟା ପରେ ମାମଲା ରୁଜୁ କରିଥିଲା। ଏହାକୁ ନେଇ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ସରକାରକୁ ବିରୋଧୀ ସମାଲୋଚନା କରିଛନ୍ତି।

ରାହୁଲ ଗାନ୍ଧି ପୁଲିସକୁ ଟାର୍ଗେଟ କରିଛନ୍ତି ଓ କ’ଣ ଏପରି ଏକ ମାମଲାକୁ ପଞ୍ଜୀକରଣ କରିବା ପାଇଁ ଲୋକମାନଙ୍କୁ ଆନ୍ଦୋଳନ କରିବାକୁ ପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ରାହୁଲ ଗାନ୍ଧି କହିଛନ୍ତି, “ବଦଲାପୁରରେ ଦୁଇ ଜଣ ନିରୀହ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ପରେ ପ୍ରଥମ ପଦକ୍ଷେପ ହେଲା ନ୍ୟାୟ ଦେବା। କିନ୍ତୁ ଲୋକମାନେ ନ୍ୟାୟ ଦାବିରେ ଆନ୍ଦୋଳନ ନ ଓହ୍ଲାଇବା ଯାଏ କିଛି ହୋଇ ନଥିଲା। ଏବେ କ’ଣ ଆମକୁ ଏଫଆଇଆର ରୁଜୁ ପାଇଁ ମଧ୍ୟ ଆନ୍ଦୋଳନ କରିବାକୁ ପଡ଼ିବ?

ପୁଲିସ୍‌ ଷ୍ଟେସନ ଯିବାକୁ ପୀଡ଼ିତାଙ୍କୁ କାହିଁକି ଏତେ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି? ନ୍ୟାୟ ପ୍ରଦାନ କରିବା ବଦଳରେ ଅପରାଧକୁ ଲୁଚାଇବା ପାଇଁ ଅଧିକ ପ୍ରୟାସ କରାଯାଉଛି। ମହିଳା ଓ ଦୁର୍ବଳ ବର୍ଗ ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଗୋଟିଏ ଏଫଆଇଆର ରୁଜୁ ନ କରିବାର ଅର୍ଥ ପୀଡ଼ିତାଙ୍କୁ ନିରାଶ କରିବା ଓ ଅପରାଧୀଙ୍କୁ ପ୍ରୋତ୍ସାହନ ଦେବା।”

ରାହୁଲ ଗାନ୍ଧି ନିଜ ବୟାନରେ କୋଲକାତା ହରର, ଉତ୍ତର ପ୍ରଦେଶ ଓ ବିହାର କଥା ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି, “ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ବିହାର ପରେ ମହାରାଷ୍ଟ୍ରରେ ଘଟିଥିବା ଲଜ୍ଜାଜନକ ଅପରାଧ ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ଆମେ କେଉଁ ଭଳି ସମାଜ ଆଡ଼କୁ ଗତି କରୁଛେ?

ସମାଜରେ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ, ସେକଥା ସମସ୍ତ ସରକାର, ନାଗରିକ ଓ ରାଜନୀତିକ ଦଳଗୁଡ଼ିକ ଚିନ୍ତା କରିବା ଦରକାର। ନ୍ୟାୟ ସମସ୍ତ ନାଗରିକଙ୍କ ଅଧିକାର। ଜଣେ ମହିଳା କିମ୍ବା ପୁରୁଷ କେବେ ହେଲେ ବି ପୁଲିସ୍‌ ଓ ପ୍ରଶାସନର ଇଚ୍ଛା ଉପରେ ନିର୍ଭର କରିପାରିବ ନାହିଁ।”

Rahul Gandhi Stop Rape Badlapur Sex Abuse