Advertisment

ସ୍ୱଦେଶ ଫେରିଲେ ମୋଦି, ଭାରତରେ କ’ଣ ଚାଲିଛି ବୋଲି ନଡ୍ଡାଙ୍କୁ କଲେ ପ୍ରଶ୍ନ

ବ୍ୟସ୍ତବହୁତ ଗସ୍ତ ସାରି ମୋଦି ଆଜି ସ୍ୱଦେଶ ଫେରିଥିବା ବେଳେ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସ୍ୱାଗତ କରିଥିଲେ।

PM Modi

PM Modi

Advertisment

ଆମେରିକା ଓ ଇଜିପ୍ଟକୁ ୬ ଦିନିଆ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୋର ସମୟରେ ଭାରତ ଫେରିଛନ୍ତି। ଗସ୍ତ ସମୟରେ ଆମେରିକା ଓ ଇଜିପ୍ଟ ସହ ଭାରତ ଏକାଧିକ ଚୁକ୍ତି ସ୍ୱାକ୍ଷରିତ କରିଛି। ଇଜିପ୍ଟର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟ ମୋଦିଙ୍କୁ ମିଳିଛି।

Advertisment

ବ୍ୟସ୍ତବହୁତ ଗସ୍ତ ସାରି ମୋଦି ଆଜି ସ୍ୱଦେଶ ଫେରିଥିବା ବେଳେ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସ୍ୱାଗତ କରିଥିଲେ। ଏମାନଙ୍କ ବ୍ୟତୀତ ଦିଲ୍ଲୀ ସାଂସଦ ମନୋଜ ତିୱାରୀ, ପରଭେଶ ବର୍ମା, ହର୍ଷ ବର୍ଦ୍ଧନ, ହଂସ ରାଜ ହଂସ ଓ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ରହିଥିଲେ।

ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ଅଧ୍ୟକ୍ଷ ନଡ୍ଡା ଓ ଅନ୍ୟ ବିଜେପି ନେତାମାନଙ୍କୁ ଦେଶରେ ବର୍ତ୍ତମାନ କ’ଣ ସବୁ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ମନୋଜ ତିୱାରୀଙ୍କୁ ମୋଦି କ’ଣ ପଚାରିଲେ ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷ ନଡ୍ଡା ଜୀଙ୍କୁ ଏଠାରେ କେମିତି ସବୁ ଚାଲିଛି ବୋଲି ପଚାରିଥିଲେ।

Advertisment

ଏହାର ଉତ୍ତରରେ ନଡ୍ଡା ଜୀ କହିଥିଲେ ଯେ ଦଳୀୟ ନେତାମାନେ ସରକାରଙ୍କ ରିପୋର୍ଟ କାର୍ଡ ଧରି ଲୋକଙ୍କ ପାଖରେ ପହଞ୍ଚିବାରେ ଲାଗିଛନ୍ତି। ୯ ବର୍ଷରେ କ’ଣ ସବୁ ହୋଇଛି, ସେକଥା ଜଣାଉଛନ୍ତି। ଦେଶ ବହୁତ ଖୁସିରେ ଅଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।”

ଆଉ ଜଣେ ବିଜେପି ସାଂସଦ ପରଭେଶ ବର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ପାଖରେ ପହଞ୍ଚିବାକୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କେମିତି ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ଆମେ ତାଙ୍କୁ ସେ ବିଷୟରେ ସୂଚନା ଦେଇଥିଲୁ ବୋଲି ଶ୍ରୀ ବର୍ମା କହିଛନ୍ତି।

ଜୁନ ୨୦ରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘ ବିଲଡିଂରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ। ଏହାପରେ ତାଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

ଏକାଧିକ ଚୁକ୍ତି ମଧ୍ୟ କରିଥିଲେ। ଶେଷରେ ସେ ଆମେରିକା ସଂସଦକୁ ସମ୍ବୋଧନ ମଧ୍ୟ କରିଥିଲେ। ବାଇଡେନଙ୍କ ସହ ସାମ୍ବାଦିକ ସମ୍ମିଳନୀ ବେଳେ ତାଙ୍କୁ ଭାରତରେ ମୁସଲିମମାନଙ୍କ ପ୍ରତି କରାଯାଉଥିବା ଅବିଚାର ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯାଇଥିଲା।

ଆମେରିକା ଗସ୍ତ ଶେଷ କରିବା ପରେ ମୋଦି ଶନିବାର ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Bjp PM Modi Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe