Advertisment

ସିବିଆଇ ଲକଅପ୍‌ରେ ସିସୋଦିଆଙ୍କୁ କେଉଁ ସବୁ ସୁବିଧା ମିଳୁଛି?

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ ନେତା ମନୀଷ ସିସୋଦିଆ ଏବେ ସିବିଆଇ ଲକଅପରେ ରହିଛନ୍ତି।

author-image
Hemant Lenka
undefined

Manish Sisodia

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ ନେତା ମନୀଷ ସିସୋଦିଆ ଏବେ ସିବିଆଇ ଲକଅପରେ ରହିଛନ୍ତି। ରବିବାର ସିବିଆଇ ତାଙ୍କୁ ୮ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା। ଏହାପରେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରୁଛି। ତେବେ ସିବିଆଇ ଲକଅପରେ ରହିଥିବା ସିସୋଦିଆଙ୍କୁ କେଉଁ ସବୁ ସୁବିଧା ମିଳୁଛି, ତା’ର ତଥ୍ୟ ସାମ୍ନାକୁ ଆସିଛି।

Advertisment

ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ବ୍ରେକଫାଷ୍ଟ, ଲଞ୍ଚ, ସନ୍ଧ୍ୟା ସ୍ନାକ୍ସ ଓ ଡିନର ଦିଆଯାଉଛି। ତାଙ୍କୁ ଦିନକୁ ଦୁଇ ଥର ତାଙ୍କ ଓକିଲଙ୍କ ସହ ଭେଟିବାକୁ ଅନୁମତି ମିଳିଛି। ସେହିପରି ସେ ଦିନକୁ ୧୫ ମିନିଟ ନିଜ ପରିବାର ଲୋକଙ୍କୁ ମଧ୍ୟ ଦେଖା କରିପାରିବେ। ସିବିଆଇ ତାଙ୍କ ଭେଟଘାଟ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରି ରଖିଛି। ଯେଉଁଠି ତାଙ୍କ ଗୋପନୀୟତା ବଜାୟୀ ରହିବ।

ଖାଦ୍ୟ ସହ ସିସୋଦିଆଙ୍କୁ ଶାୱର ଥିବା ପରଷ୍କାର ବାଥରୁମ ଯୋଗାଇ ଦିଆଯାଇଛି। ସକାଳୁ ତାଙ୍କୁ ଖବରକାଗଜ ମିଳୁଛି ଓ ଗୋଟିଏ ଗଦି ଦିଆଯାଇଛି। ଏଥିସହ ଅନ୍ୟାନ୍ୟ ସୁବିଧା ଓ ମେଡିସିନ ମଧ୍ୟ ସିସୋଦିଆଙ୍କୁ ସିବିଆଇ ଲକଅପରେ ମିଳୁଛି। 

Advertisment

ରବିବାର ସିବିଆଇ ଦ୍ୱାରା ଗିରଫ ହୋଇଥିବା ସିସୋଦିଆଙ୍କୁ ସୋମବାର ଦିଲ୍ଲୀର ଗୋଟିଏ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ସିବିଆଇ ତାଙ୍କୁ ୫ ଦିନ ରିମାଣ୍ଡରେ ଆଣିଛି। ଦିନକ ପରେ ସେ ସୁପ୍ରିମକୋର୍ଟରେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ।

ଗିରଫଦାରୀ ପରେ ସିସୋଦିଆ ଓ ୧୦ ମାସ ତଳେ ଇଡି ଦ୍ୱାରା ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରହଣ ମଧ୍ୟ କରି ନେଇଛନ୍ତି।

Delhi CBI AAP Manish Sisodia