Advertisment

ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ ଘଟଣା: ଭାରତକୁ ସମ୍ପର୍କରେ ବଡ଼ କଥା କହିଲା ଆମେରିକା

ବର୍ତ୍ତମାନ ସମୟରେ ଗଣତାନ୍ତ୍ରିକ ନୀତିର ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା ବାକ ସ୍ୱାଧୀନତାକୁ ଅଧିକ ଫୋକସ କରିବା ଉଚିତ। ଏହାକୁ ବିଶ୍ୱ ତଥା ଭାରତ ମଧ୍ୟ ଗୁରୁତ୍ୱ ଦେବା ଦରକାର ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Narendra Modi

Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପ୍ରେସ ସ୍ୱାଧୀନତାର ପ୍ରସଙ୍ଗ। ବର୍ତ୍ତମାନ ସମୟରେ ଗଣତାନ୍ତ୍ରିକ ନୀତିର ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା ବାକ ସ୍ୱାଧୀନତାକୁ ଅଧିକ ଫୋକସ କରିବା ଉଚିତ। ଏହାକୁ ବିଶ୍ୱ ତଥା ଭାରତ ମଧ୍ୟ ଗୁରୁତ୍ୱ ଦେବା ଦରକାର ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Advertisment

ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ୱାଶିଂଟନ ସବୁବେଳେ ସମଗ୍ର ବିଶ୍ୱରେ ଫ୍ରି ପ୍ରେସକୁ ସମର୍ଥନ କରି ଆସିଛି। ଗଣତାନ୍ତ୍ରିକ ନୀତିରେ ବାକ୍‌ ସ୍ୱାଧୀନତାକୁ ଗୁରୁତ୍ୱ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ସବୁବେଳେ ବାକ୍ ସ୍ୱାଧୀନତା, ଧର୍ମ ସ୍ୱାଧୀନତା, ମାନବାଧିକାରକୁ ଫୋକସ କରି ଆସିଛୁ। ଏହାଦ୍ୱାରା ଆମ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ। ଏହାକୁ ଗୁରୁତ୍ୱ ଦେଇ ଆମେ ପୂରା ବିଶ୍ୱ ସହ ଆମର ସମ୍ପର୍କ ସୃଷ୍ଟି କରିଛୁ। ଏହି ପଏଣ୍ଟକୁ ଆମେ ଭାରତ ସହ ମଧ୍ୟ ଆଲୋଚନା କରିଛୁ ବୋଲି ସେ କହିଛନ୍ତି।

ବିବିସି ଡକ୍ୟୁମେଣ୍ଟାରୀ ସମ୍ପର୍କରେ ସେ କହିଛନ୍ତି, “ଆପଣମାନେ କହୁଥିବା ଡକ୍ୟୁମେଣ୍ଟାରୀ ସମ୍ପର୍କରେ ମୁଁ ଜାଣିନି। ହେଲେ ଭାରତ ଓ ଆମେରିକା ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ବେଶ ଭଲ ଭାବେ ଅବଗତ ରହିଛି।”

Advertisment

ଗୁଜରାଟ ଦଙ୍ଗା ଓ ଏଥିରେ ମୋଦିଙ୍କ ଭୂମିକାକୁ ନେଇ ବିବିସି ଗୋଟିଏ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଏଥିରେ ଗୁଜରାଟ ଦଙ୍ଗା ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ପଛରେ ମୋଦିଙ୍କ ହାତ ଥିବା ଦାବି କରାଯାଇଛି। ଭାରତ ସରକାର ଏହାକୁ ଅପପ୍ରଚାରର ଗୋଟିଏ ଅଂଶବିଶେଷ ବୋଲି କହିଛନ୍ତି। ଏଥିସହ ଭାରତରେ ଏହାକୁ ବ୍ୟାନ ମଧ୍ୟ କରାଯାଇଛି।

Narendra Modi America BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe