Advertisment

ଇଡି ରିମାଣ୍ତରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ବଡ଼ ବୟାନ ଦେଲା ଆମେରିକା

କେଜ୍ରିୱାଲଙ୍କ ଗିରଫଦାରୀ ଘଟଣା ଉପରେ ଆମେରିକା ନଜର ରଖିଛି ଓ ଭାରତ ସରକାରଙ୍କୁ ବଡ଼ ପରାମର୍ଶ ଦେଇଛି।

Kejriwal

Kejriwal

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ବଡ଼ ବୟାନ ଦେଇଛି ଆମେରିକା। କେଜ୍ରିୱାଲଙ୍କ ଗିରଫଦାରୀ ଘଟଣା ଉପରେ ଆମେରିକା ନଜର ରଖିଛି ଓ ଭାରତ ସରକାରଙ୍କୁ ବଡ଼ ପରାମର୍ଶ ଦେଇଛି।

Advertisment

ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଆମେରିକା ସରକାର ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ରିପୋର୍ଟ ଉପରେ ନିୟମିତ ନଜର ରଖିଛନ୍ତି। ଆମେ ଭାରତ ସରକାରଙ୍କୁ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଗୋଟିଏ ନିରପେକ୍ଷ, ସ୍ୱଚ୍ଛ ଓ ସମୟ ସାପେକ୍ଷ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଉଛୁ। ଆମର ଆଶା ସବୁ କିଛି ଆଇନ ଅନୁଯାୟୀ ହେବ ବୋଲି ମୁଖପାତ୍ର ଜଣଙ୍କ ରୟଟର୍ସକୁ କହିଛନ୍ତି।

ଏହାପୂର୍ବରୁ ଜର୍ମାନୀ ସରକାର ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମତ ରଖିଥିଲେ। ଜର୍ମାନୀ ସରକାର କହିଥିଲେ ”କେଜ୍ରିୱାଲ ଅନ୍ୟ ସାଧାରଣ ଭାରତୀୟ ନାଗରିକଙ୍କ ଭଳି ନିରପେକ୍ଷ ଶୁଣାଣିର ହକଦାର। ଆମେ ମାନୁଛୁ ଓ ଆଶା କରୁଛୁ ଯେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଓ ଗଣତନ୍ତ୍ରର ମୂଳ ନୀତିଗୁଡ଼ିକୁ ମଧ୍ୟ ଏହି ମାମଲାରେ ବିଚାରକୁ ନିଆଯିବ।”

Advertisment

ଏହାକୁ କିନ୍ତୁ ଭାରତ ସରକାର ସହଜରେ ହଜମ କରି ନଥିଲେ। ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତକୁ ବୈଦେଶିକ ମନ୍ତ୍ରଣାଳୟ ସମନ କରିବା ସହ ବୟାନକୁ ବିରୋଧ କରିଥିଲା। ଏପରି ବୟାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ହସ୍ତକ୍ଷେପ ବୋଲି ମନ୍ତ୍ରଣାଳୟ କହିଥିଲା। ତେବେ ଆମେରିକା ସରକାରଙ୍କ ପକ୍ଷରୁ ଆସିଥିବା ବୟାନ ଉପରେ ଏଯାଏ ଭାରତ ସରକାର କୌଣସି ପ୍ରକାରର ବୟାନ ଦେଇ ନାହାନ୍ତି।

ଗତ ସପ୍ତାହରେ ଇଡି ଅଧିକାରୀମାନେ କେଜ୍ରିୱାଲଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। କୋର୍ଟ ତାଙ୍କୁ ଗୁରୁବାର ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।

USA Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe