Advertisment

କାହିଁକି ସଂସଦରେ ଗ୍ୟାସ୍ ସ୍ପ୍ରେ କରିଥିଲେ ଅଭିଯୁକ୍ତ? ଜେରା ବେଳେ କହିଲେ କାରଣ

ଗିରଫ 6 ଜଣ ଅଭିଯୁକ୍ତ ଚାରି ବର୍ଷ ଧରି ଯୋଗାଯୋଗରେ ଥିଲେ ଏବଂ ଘଟଣାର କିଛି ଦିନ ପୂର୍ବରୁ ଅତି ଯତ୍ନର ସହ ଯୋଜନା କରିଥିଲେ।

ଅଦ୍ୟତନ ହୋଇଛି
Arrested two Accused

Arrested two Accused

Advertisment

ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସୁରକ୍ଷା ତ୍ରୁଟିକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଜଣ ଯୁବକ ଗୃହକୁ ପ୍ରବେଶ କରି ହଙ୍ଗାମା କରିବା ସହ ଆତଙ୍କ ଖେଳାଇବାକୁ ନେଇ ଶାସକକୁ ଘେରିଛନ୍ତି ବିରୋଧୀ। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଘଟଣାର ଖୋଳତାଡ କରୁଛି।

Advertisment

ମାମଲାରେ ଛଅ ଜଣ ସମ୍ପୃକ୍ତ ଥିବାବେଳେ ପାଞ୍ଚ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଜଣଙ୍କୁ ଖୋଜାଖୋଜି କରୁଛି ପୁଲିସ। ଏହାରି ମଧ୍ୟରେ ଗିରଫ ଅଭିଯୁକ୍ତମାନେ କାହିଁକି ସଂସଦ ଭବନକୁ ଅନୁପ୍ରବେଶ କରିଥିଲେ ତା'ର କାରଣ କହିଛନ୍ତି।

ପୁଲିସ କହିଛି ଯେ, ଏହି 6 ଜଣ ଅଭିଯୁକ୍ତ ଚାରି ବର୍ଷ ଧରି ଯୋଗାଯୋଗରେ ଥିଲେ ଏବଂ ଘଟଣାର କିଛି ଦିନ ପୂର୍ବରୁ ଅତି ଯତ୍ନର ସହ ଯୋଜନା କରିଥିଲେ। ଜେରା ସମୟରେ ସେମାନେ ଏନେଇ ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନେ କହିଛନ୍ତି ଯେ, ସେମାନେ ସୋଶାଲ ମିଡିଆ ମାଧ୍ୟମରେ ନିଜ ନିଜ ମଧ୍ୟରେ ସମନ୍ୱୟ ରଖିଥିଲେ ଏବଂ ଆକ୍ରମଣର ପୂର୍ବ ଦିନ ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ।

Advertisment

ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ନିୟମ ଉଲ୍ଲଂଘନ କରି ଗୃହକୁ ପ୍ରବେଶ କରିଥିଲେ। ବେକାରୀ, କୃଷକ ସମସ୍ୟା ଏବଂ ମଣିପୁର ହିଂସା ଭଳି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସବୁ ପ୍ରସଙ୍ଗରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଗୃହକୁ ଗ୍ସାସ୍ ସ୍ପ୍ରେ କରିଥିବା କହିଛନ୍ତି।

ଅଭିଯୁକ୍ତମାନେ ଆହୁରି କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବା ସହ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି।

ପୁଲିସ କିନ୍ତୁ ଏମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେମାନଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବାକୁ ଚାହୁଁଛି ପୁଲିସ। କିନ୍ତୁ ଗିରଫ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜଣଙ୍କ ପାଖରେ ରହିଛି। ଜଣଙ୍କ ପାଖରେ ସମସ୍ତଙ୍କ ଫୋନ୍ ଥିବାକୁ ନେଇ ମଧ୍ୟ ସନ୍ଦେହ କରୁଛି ପୁଲିସ। ସମସ୍ତଙ୍କ ଫୋନ୍ ଫେରାର୍ ଅଭିଯୁକ୍ତ ଲଳିତ ପାଖରେ ରହିଛି। ପ୍ରମାଣ ନଷ୍ଟ କରିବା ପାଇଁ ଲଳିତ ସମସ୍ତଙ୍କ ଫୋନ୍ ନେଇ ଫେରାର୍ ହୋଇଯାଇଥିବା ସନ୍ଦେହ କରୁଛି ପୁଲିସ। 

Gas Spray In Parliament Parliament Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe