Advertisment

ଗିରଫ ସ୍ୱାମୀଙ୍କ ପତ୍ନୀଙ୍କର କିଏ ଯତ୍ନ ନେବେ: ଓୱେସୀ

ଅସଦୁଦ୍ଦିନ ଓୱେସୀ ଶନିବାର ଆସାମ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅଦ୍ୟତନ ହୋଇଛି
Asaduddin Owaisi

Asaduddin Owaisi

Advertisment

ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଶନିବାର ଆସାମ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ କଟକଣା ଲଗାଇ ଏହି ଅପରେସନରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ଯତ୍ନ ନେବେ କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଯେଉଁ ସ୍ୱାମୀମାନେ ଗିରଫ ହୋଇଛନ୍ତି ସେମାନଙ୍କ ପତ୍ନୀଙ୍କର କିଏ ଯତ୍ନ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆସାମରେ ନାବାଳିକା ବିବାହ ଅଭିଯୋଗରେ ୧୮୦୦ ଜଣ ପୁରୁଷଙ୍କୁ ପୁଲିସ ଗିରଫ କରିଛି। ଫଳରେ ସାଠରେ ବହୁ ସଂଖ୍ୟାରେ ମହିଳା ଆନ୍ଦୋଳନ କରିଛନ୍ତି । ବାଲ୍ୟ ବିବାହ ବିରୋଧରେ ଆସାମରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆସାମରେ ୧୮୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି।

Advertisment

ବାଲ୍ୟ ବିବାହ ନିବାରଣ ଆଇନର ଉଲ୍ଲଂଘନ କରିଥିବା‌ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। କେବଳ ଶୁକ୍ରବାର ୧୮୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ। ବାଲ୍ୟ ବିବାହ ମାମଲାରେ ପୁଲିସ କାହାକୁ ନଛାଡ଼ିବାପାଇଁ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୁରୁବାର ନାଗାଓଁ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶର୍ମା କହିଥିଲେ ଯେ, ଆସାମରେ ୧୮ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବିବାହ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏହି ପ୍ରକ୍ରିୟାରେ ହଜାର ହଜାର ଲୋକ ଗିରଫ ହେବେ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe