Advertisment

ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ, ହ୍ୱାଟସଆପରେ ସର୍ବାଧିକ ଠକେଇ

ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି।

Cyber Crime

Cyber Crime

Advertisment

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ।

Advertisment

ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି। ତା'ପଛକୁ ରହିଛି ଟେଲିଗ୍ରାମ। ଟେଲିଗ୍ରାମ ଜରିଆରେ ୨୨ ହଜାର ୬୮୦ ଠକେଇ ଅଭିଯୋଗ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮ ଶହ ଠକେଇ ଅଭିଯୋଗ ହୋଇଛି।

ଖାଲି ଏତିକି ନୁହେଁ, ରିପୋର୍ଟରେ ଏହା ବି ମଧ୍ୟ କୁହାଯାଇଛି, ସାଇବର ଠକ ଗୁଗୁଲ ସେବା ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରୁଛନ୍ତି। ଗୁଗୁଲ ବିଜ୍ଞାପନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ସାଇବର ଠକ। ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

Advertisment
Cyber Crime Whatsapp Home Ministry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe