Advertisment

ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର; ଲ୍ୟାଣ୍ଡସ୍କେପ୍‌ ମୋଡରେ ହେବ ଭିଡିଓ କଲିଂ, ଅଜଣା କଲ୍‌ ହେବ ସାଇଲେଣ୍ଟ

ୟୁଜରଙ୍କୁ ଅଧିକ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ଆହୁରି ବହୁ ନୂଆ ଫିଚର ଆଣିଛି ହ୍ୱାଟ୍‌ସଆପ୍‌ ।

author-image
Niharika Rout
ଅଦ୍ୟତନ ହୋଇଛି
Whats App

Whats App

ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍‌ସଆପ୍‌ ପୁଣି ଥରେ ଆଣିଛି ନୂଆ ଫିଚର । ଏହା ୟୁଜର୍ସ ଫ୍ରେଣ୍ଡଲି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ବେଳେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ୟୁଜର୍ସ । ୟୁଜର୍ସଙ୍କୁ ଅଧିକ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ଆହୁରି ବହୁ ନୂଆ ଫିଚର ଆଣିଛି ହ୍ୱାଟ୍‌ସଆପ୍‌ ।

Advertisment

ଏଣିକି ହ୍ୱାଟ୍‌ସଆପ୍‌ରେ ଭିଡିଓ କଲ୍‌ ବେଳେ ଆଉ ଫଟୋ ବା ଭିଡିଓ ଛୋଟ ଦେଖାଯିବନି । ଅର୍ଥାତ ଫୁଲ୍‌ ସ୍କ୍ରିନ୍‌ରେ କରି ହେବ ଭିଡିଓ କଲିଂ ।  ଲ୍ୟାଣ୍ଡସ୍କେପ୍‌ରେ ଦେଖାଯିବ ଭିଡିଓ । ଏଣିକି ୟୁଜର୍ସମାନେ ଭିଡିଓ କଲ୍‌ କରିବା ସମୟରେ ଲ୍ୟାଣ୍ଡସ୍କେପ୍‌ ମୋଡ ବ୍ୟବହାର କରି ଏହି ସୁବିଧା ପାଇପାରିବେ।

ଏହାବାଦ ଏବେ ହ୍ୱାଟ୍‌ସଆପ୍‌ରେ ଆଉ କେହି ଅଜଣା ବ୍ୟକ୍ତି କଲ୍‌ କରି ଆପଣଙ୍କୁ ହଇରାଣ କରିପାରିବେ ନାହିଁ । ଆପଣ ଚାହିଁଲେ ଏଭଳି କଲ୍ କରୁଥିବା ଲୋକଙ୍କୁ ସାଇଲେଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ ସେଟିଂକୁ ଯାଇ ଫ୍ରାଇଭେସିକୁ ଯିବା ପଡ଼ିବ, ସେଠାରେ କଲ୍‌କୁ ଯାଇ 'ସାଇଲେନ୍ସ ଅନ୍‌ନୋନ୍‌ କଲ୍' ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଏହି ସବୁ ଫିଚର କେବଳ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଆଇଫୋନ୍‌ ୟୁଜର ହ୍ୱାଟ୍‌ସଆପ୍‌ ଅପ୍‌ଡେଟ୍‌ କରିବା ପରେ ଏହି ନୂଆ ଫିଚର ସବୁ ବ୍ୟବହାର କରିପାରିବେ ।

Advertisment

ହ୍ୱାଟସ୍ଆପ୍‌ର ଆଉ ଏକ ନୂଆ ଫିଚରଟି ହେଉଛି, 'ଚାଟ୍ ଟ୍ରାନ୍ସଫର୍' । ଏହି ଫିଚର ସାହାଯ୍ୟରେ ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ମେସେଜ୍‌, ଚାଟ୍ ଏବଂ ଫଟୋକୁ ପୁରୁଣା ଆଇଫୋନରୁ ନୂତନ ଆଇଫୋନକୁ ସ୍ଥାନାନ୍ତର କରିପାରିବେ । iOS 15 ଏବଂ ପରବର୍ତ୍ତୀ ଏଡିସନର ସମସ୍ତ ହ୍ୱାଟସ୍ ଆପ୍‌ ଉପଭୋକ୍ତା ଏହାର ଲାଭ ଉଠାଇ ପାରିବେ । ଏଥିପାଇଁ ପ୍ରଥମେ ସେଟିଂକୁ ଯାଆନ୍ତୁ, ତାପରେ ଚାଟ୍ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଟ୍ରାନ୍‌ସଫର ଚାଟ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଅନ୍ୟ ଏକ ଅପ୍‌ଡେଟ୍‌ ଫିଚର ହେଲା, ଷ୍ଟିକର ଟ୍ରେ । ଏଥିରେ ନୂଆ କରି ଡିଜାଇନ୍‌ କରାଯାଇଛି ସୁନ୍ଦର ସୁନ୍ଦର ଷ୍ଟିକର। ଖୁବ୍‌ଶୀଘ୍ର ହ୍ୱାଟସ୍‌ ଆପ୍‌ ନିଜ ୟୁଜର୍ସଙ୍କ ପାଇଁ ଏହି ସବୁ ଫିଚର ଆଣିବ ବୋଲି ଘୋଷଣା କରିଛି। ଏଥିନିମନ୍ତେ କମ୍ପାନୀ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନି। 

ଏହାବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫିଚର ହେଲା ପୂର୍ବରୁ ହ୍ୱାଟସ୍‌ ଆପ୍‌ରେ ୭ ଜଣଙ୍କ ଦ୍ୱାରା ଗ୍ରୁପ୍‌ କଲ୍‌ କରାଯାଉଥିବା ବେଳେ ଏବେ ଏହି ସୀମାକୁ ୧୫ ଜଣ ପର୍ଯ୍ୟନ୍ତଙ୍କୁ ବଢ଼ାଇ ଦିଅଯାଇଛି। ଅର୍ଥାତ ଏବେ ଏକାଥରେ ୧୫ ଜଣ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ କଲ୍‌ର ମଜା ନେଇ ପାରିବେ।

Whatsapp