Advertisment

ହ୍ୱାଟସ୍ଆପର ଧମକ, ଏନକ୍ରିପସନ୍ ହଟାଇବାକୁ କହିଲେ ଛାଡିଦେବୁ ଭାରତ

ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁସାରେ ହ୍ୱାଟସ୍ଆପରୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସିକ୍ୟୁରିଟି ବ୍ୟବସ୍ଥା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରାଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଯଦି ମେସେଜରୁ ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଭାରତରୁ କାର୍ଯ୍ୟକାରିତା ଫେରାଇନେବ ହ୍ୱାଟସ୍ଆପ୍। ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଶୁଣାଣି ସମୟରେ ଏପରି କହିଛି ଫେସବୁକ୍(ବର୍ତ୍ତମାନର ମେଟା) ମାଲିକାନା କମ୍ପାନୀ ହ୍ୱାଟସ୍ଆପ୍। କମ୍ପାନୀ କହିଛି ଯେ, ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷା ଦେଇଥାଏ, ଯଦି ଏହାକୁ ହଟାଇବାକୁ କୁହାଯାଏ ତେବେ କମ୍ପାନୀ ଭାରତରୁ ବିଦାୟ ନେଇଯିବ।

Advertisment

ବାସ୍ତବରେ ମାମଲା ଅନୁସାରେ, ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁସାରେ ହ୍ୱାଟସ୍ଆପରୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସିକ୍ୟୁରିଟି ବ୍ୟବସ୍ଥା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରାଯାଇଛି। ଏହା ଦ୍ୱାରା ଚାଟର ଯାଞ୍ଚ ଏବଂ ପ୍ରକୃତରେ କିଏ ଚାଟ୍ କରିଛନ୍ତି ଜାଣିବା ସହଜ ହେବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।

ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଉପରେ ବିଚାର ସମୟରେ କମ୍ପାନୀ ପକ୍ଷରୁ ଲଢୁଥିବା ଓକିଲ ତେଜସ୍ କାରିଆ ଯୁକ୍ତି ବାଢି କହିଛନ୍ତି, ପ୍ଲାଟଫର୍ମ ଭାବରେ ଆମେ କହୁଛୁ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ, ତେବେ କମ୍ପାନୀ ଭାରତରେ କାର୍ଯ୍ୟକାରୀ କରିବନି। କାରଣ ଲୋକମାନେ କେବଳ କମ୍ପାନୀର ପ୍ରାଇଭେସି ଫିଚର୍ସ(ଗୋପନୀୟତା ବୈଶିଷ୍ଟ୍ୟ)କୁ ଦୃଷ୍ଟିରେ ରଖି ହ୍ୱାଟସ୍ଆପ୍ ବ୍ୟବହାର କରନ୍ତି। ଭାରତରେ ହ୍ୱାଟସ୍ଆପର ୪୦ କୋଟିରୁ ଅଧିକ ୟୁଜର ଅଛନ୍ତି, ଯାହା ବିଶ୍ୱରେ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ। 

Advertisment

କାରିଆ ଯୁକ୍ତି ଆହୁରି ଯୁକ୍ତି ବାଢି କହିଛନ୍ତି, ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଏବଂ ୨୧ ଅନୁଯାୟୀ ଏହା ଉପଭୋକ୍ତାମାନଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। 

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା କିର୍ତ୍ତୀମାନ ସିଂହ ମେସେଜ୍ ପଠାଉଥିବା ଲୋକଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଏଭଳି ବ୍ୟବସ୍ଥା ଆବଶ୍ୟକ ବୋଲି କିର୍ତ୍ତୀମାନ ସିଂହ ଯୁକ୍ତି କରିଛନ୍ତି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୧୪କୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। 

Delhi High Court Whatsapp Encryption Meta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe