Advertisment

ସରିଲା ମହାକୁମ୍ଭ, ପରବର୍ତ୍ତୀ କୁମ୍ଭ କେବେ ଓ କେଉଁଠି ହେବ?

୧୪୦ କୋଟି ଲୋକଙ୍କ ଦେଶରେ କୌଣସି ଏକ ଧାର୍ମିକ କାର୍ଯ୍ୟରେ ପ୍ରାୟ ଅର୍ଦ୍ଧାଧିକ ହିନ୍ଦୁ ଧର୍ମର ଲୋକ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଗୋଟିଏ ବିଶ୍ୱ ରେକର୍ଡ।

author-image
Hemant Lenka
Kumbha

Kumbha

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ଯବନିକା ପଡ଼ିଛି। ଫେବୃଆରୀ ୨୬ ମହା ଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ। ୪୫ ଦିନର ମହାକୁମ୍ଭ ସମୟରେ ୬୬ କୋଟିରୁ ଅଧିକ ଲୋକ ପ୍ରୟାଗରାଜରେ ଥିବା ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାଇଛନ୍ତି। ଗୋଟିଏ ସ୍ଥାନରେ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଏତେ ଲୋକ ଏକାଠି ହେବା ପ୍ରଥମ ଘଟଣା।

Advertisment

୧୪୦ କୋଟି ଲୋକଙ୍କ ଦେଶରେ କୌଣସି ଏକ ଧାର୍ମିକ କାର୍ଯ୍ୟରେ ପ୍ରାୟ ଅର୍ଦ୍ଧାଧିକ ହିନ୍ଦୁ ଧର୍ମର ଲୋକ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଗୋଟିଏ ବିଶ୍ୱ ରେକର୍ଡ। ୬୬ କୋଟି ଲୋକ ବୁଡ଼ ପକାଇବାର ଅର୍ଥ ଆମେରିକା ଜନସଂଖ୍ୟାର ୨ ଗୁଣ। ଆମେକାର ଜନସଂଖ୍ୟା ୩୪ କୋଟି ହୋଇଥିବା ବେଳେ ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳରେ ୬୬ କୋଟି ଲୋକ ପବିତ୍ର ସ୍ନାନ କରିଛନ୍ତି।

ପରବର୍ତ୍ତୀ କୁମ୍ଭମେଳା କେବେ ଓ କେଉଁଠି ହେବ?

ପ୍ରାୟଗରାଜରେ ମହାକୁମ୍ଭ ମେଳା ଶେଷ ହୋଇଛି। ପରବର୍ତ୍ତୀ କୁମ୍ଭ ମେଳା ୨୦୨୭ରେ ମହାରାଷ୍ଟ୍ରର ନାଶିକରେ ଅନୁଷ୍ଠିତ ହେବ। ନାଶିକ ଠାରୁ ୩୮ କିମି ଦୂର ତ୍ରୟମ୍ବକେଶ୍ୱର ଠାରେ ଏହି ଧାର୍ମିକ କାର୍ଯ୍ୟକ୍ରମକୁ ପାଳନ କରାଯିବ। ଏହି ସ୍ଥାନଟି ଗୋଦାବରୀ ନଦୀ କୂଳରେ ରହିଛି। ଗୋଦାବରୀ ହେଉଛି ଭାରତର ଦ୍ୱିତୀୟ ଦୀର୍ଘତମ ନଦୀ। ଏଠାରେ ତ୍ରୟମ୍ବକେଶ୍ୱର ଶିବ ମନ୍ଦିର ରହିଛି। ୧୨ ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁସାରେ ୨୦୨୭ରେ କୁମ୍ଭମେଳା ଏଠାରେ ଜୁଲାଇ ୧୭ରୁ ଅଗଷ୍ଟ ୧୭ ଯାଏ ଚାଲିବ ।

Advertisment

୨୦୨୭ ନାଶିକ କୁମ୍ଭମେଳାରେ ଟେକ୍ନୋଲୋଜିର ବ୍ୟବହାର କରାଯିବ। ଯେଉଁମାନେ ପବିତ୍ର ବୁଡ଼ ପକାଇବାକୁ ଆସିପାରିବେ ନାହିଁ, ସେମାନଙ୍କୁ ଭର୍ଚୁଆଲ ‌ଅଭିଜ୍ଞତା ଯୋଗାଇ ଦିଆଯିବ। ଟେକ୍ନୋଲୋଜି ମାଧ୍ୟମରେ ସେମାନେ ନଦୀରେ ବୁଡ଼ ପକାଇବା ଭଳି ଅନୁଭବ କରିବେ।

କାହିଁକି ପରବର୍ତ୍ତୀ କୁମ୍ଭ ମେଳା ୨୦୨୭ରେ ଅନୁଷ୍ଠିତ ହେବ?

କୁମ୍ଭ ମେଳା ୪ଟି ପବିତ୍ର ସହର- ପ୍ରୟାଗରାଜଳ ହରିଦ୍ୱାର, ନାଶିକ ଓ ଉଜ୍ଜୟୀନରେ ଅନୁଷ୍ଠିତ ହୋଇଥାଏ। ପ୍ରତି ୩ ବର୍ଷରେ ଥରେ ଗୋଟିଏ ସହର କୁମ୍ଭମେଳା ଆୟୋଜନ କରିଥାଏ। ପ୍ରତି ୪ ବର୍ଷରେ ଥରେ ପାଳନ ହେଉଥିବା ବୁଡ଼କୁ କୁମ୍ଭ ମେଳା, ୬ ବର୍ଷରେ ଥରେ ପଡ଼ୁଥିବା ବୁଡ଼କୁ ଅର୍ଦ୍ଧ କୁମ୍ଭ ମେଳା କୁହାଯାଏ। ସେହିପରି ୧୨ ବର୍ଷରେ ଥରେ ପାଳିତ ହେଉଥିବା ମେଳାକୁ ପୂର୍ଣ୍ଣ କୁମ୍ଭ ମେଳା ଓ ନିକଟରେ ଶେଷ ହୋଇଥିବା ମେଳା ୧୪୪ ବର୍ଷ ପରେ ପଡ଼ିଥିବାରୁ ଏହାକୁ ମହା କୁମ୍ଭ ମେଳା କୁହାଯାଉଛି।

Maharashtra Kumbha Mela