Advertisment

Cyclone Ditwah: ବାତ୍ୟା ଡିଟୱା: ନାଁର ଅର୍ଥ କ’ଣ ଓ କେବେ କରିବ ଲ୍ୟାଣ୍ଡଫଲ୍‌

ବର୍ତ୍ତମାନ ଏହା ଶ୍ରୀଲଙ୍କା ଉପକୂଳ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତାମିଲନାଡୁର ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି।

author-image
Hemant Lenka
Cyclone Ditwah

ବାତ୍ୟା

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଛି ବାତ୍ୟା ଡିଟୱା। ଏହାର ପ୍ରଭାବରରେ ପ୍ରବଳ ବର୍ଷାର ସହ ପବନର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତାମିଲନାଡୁ, ରୟାଲସୀମା, ଆନ୍ଧ୍ର ପ୍ରଦେଶ ଓ କେରଳ ପାଇଁ ଆଇଏମଡି ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ବାତ୍ୟା ଡିଟୱା ଏବେ ସମୁଦ୍ର ମଧ୍ୟରେ ରହିଥିବା ବେଳେ ଆସନ୍ତା ୩୦ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ କରିବ।

Advertisment

ବର୍ତ୍ତମାନ ଏହା ଶ୍ରୀଲଙ୍କା ଉପକୂଳ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତାମିଲନାଡୁର ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି।

ନଭେମ୍ବର ୩୦ ତାରିଖ ସକାଳ ସୁଦ୍ଧା ବାତ୍ୟା ଡିଟୱା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟର ପହଞ୍ଚିବ ବୋଲି ଆଇଏମଡି କହିଛି। ମୌସମୀ ଫେରିଯିବା ପରେ ଅର୍ଥାତ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଡିଟୱା ବଙ୍ଗୋସଗାରରେ ସୃଷ୍ଟି ହୋଇଥିବା ତୃତୀୟ ବାତ୍ୟା।

Advertisment

ବାତ୍ୟାର ପ୍ରଭାବ ଯଥେଷ୍ଟ କମ ରହିବାକୁ ଥିଲେ ହେଁ ପ୍ରବଳ ବର୍ଷା ନେଇ ବିଭାଗ ଲୋକଙ୍କୁ ସତର୍କ କରାଇଛି। ବିଶେଷ କରି ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଡିଟୱାର ପ୍ରଭାବ ପଡ଼ିପାରେ। 

ଡିଟୱାର ଅର୍ଥ କ’ଣ? 

ଡିଟୱାର ଅର୍ଥ ଲାଗୁନ। ଏପରି ନାମକରଣ ୟେମେନ ପକ୍ଷରୁ କରାଯାଇଛି। ୟେମେନ ସ୍କୋଟ୍ରା ଦ୍ୱୀପରେ ଥିବା ଡେଟୱା ଲାଗୁନର ନାଁ ଅନୁସାରେ ବାତ୍ୟାର ନାଁ ଡିଟୱା ରଖାଯାଇଛି। ବିଶ୍ୱ ପାଣିପାଗ ସଂଗଠନ(WMO) ଓ ମିଳିତ ଜାତିସଂଘର ESCAP ପ୍ୟାନେଲ ପକ୍ଷରୁ ବିଭିନ୍ନ ଦେଶ ପକ୍ଷରୁ ଦିଆଯାଇଥିବା ନାଁର ଗୋଟିଏ ତାଲିକାକୁ ଅନୁମତି ଦେଇଛି। ସେହି ଅନୁସାରେ ଗୋଟିଏ ପରେ ଗୋଟିଏ ବାତ୍ୟାର ନାମକରଣ ହୋଇଥାଏ। ୟେମେନର କୋଷ୍ଟଲାଇନ ଓ ସାମୁଦ୍ରିକ ଐତିହ୍ୟ ଆଧାରରେ ବାତ୍ୟାର ନାଁ ରଖାଯାଇଛି। 

ଏବେ କେଉଁଠି ରହିଛି ବାତ୍ୟା? 

ଡିଟୱା(Cyclone) ଏବେ ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଶ୍ରୀଲଙ୍କାର ଟ୍ରିନକୋମାଲେ ଠାରୁ ୫୦ କିମି, ବାଟ୍ଟିକାଲୋଆ ଠାରୁ ୯୦ କିମି, ହାମବାଣ୍ଟୋଟା ଠାରୁ ୨୩୦ କିମି, ଭାରତର ପୁଡୁଚେରୀ ଠାରୁ ୪୪୦ କିମି ଓ ଚେନ୍ନାଇ ଠାରୁ ୫୪୦ କିମି ଦୂରରେ ରହିଛି। 

ବାତ୍ୟା ଡିଟୱା ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ପାଣିପାଗରେ ସାଂଘାତିକ ପରବର୍ତ୍ତନ ହେବ। ତାମିଲନାଡୁ ବାତ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ। ଏଠାରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ସାଂଘାତିକ ବର୍ଷା ହୋଇପାରେ। ଶୁକ୍ରବାର ଠାରୁ ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହା ଧୀରେଧୀରେ ବଢ଼ିବ। ରାଜ୍ୟରେ ୩୦ ଯାଏ ବର୍ଷା ଲାଗି ରହିବ। 

ଉପକୂଳ ଆନ୍ଧ୍ର ପ୍ରଦେଶ, ୟାନାମ ଓ ରୟାଲସୀମାରେ ମଧ୍ୟ ୩୦ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାବାଦ କେରଳ, ମାହେ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକା ଓ ତେଲଙ୍ଗାନାବାସୀ ମଧ୍ୟ ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ ଆଇଏମଡି କହିଛି। ଏହି ସବୁ ରିଜନରେ ଝଡ଼ବର୍ଷା ସହ ବିଜୁଳି ମଧ୍ୟ ମାରିପାରେ। 

Cyclone