Advertisment

ଝାଡ଼ୁ କରିବା ବେଳେ ଅଳିଆ ଉଡ଼ିବାରୁ ଫୁଟିଲା ଗୁଳି; ଜେଜେ, ନାତି ଗୁରୁତର

ଝାଡ଼ୁ କରିବା ବେଳେ ଅଳିଆ ଉଡ଼ିବାକୁ ନେଇ ଆରମ୍ଭ ହେଲା ମହାଭାରତ । ଏହି ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଫୁଟିଲା ଗୁଳି।

ଅଦ୍ୟତନ ହୋଇଛି
Sweeping

Sweeping

Advertisment

ଝାଡ଼ୁ କରିବା ବେଳେ ଅଳିଆ ଉଡ଼ିବାକୁ ନେଇ ଆରମ୍ଭ ହେଲା ମହାଭାରତ । ଏହି ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଫୁଟିଲା ଗୁଳି। ଏଥିରେ ଜଣେ ବ୍ୟକ୍ତି ଓ ତାଙ୍କ ନାତି ଗୁରୁତର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୪ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଓ ତାଙ୍କ ୩ ପୁଅ ସାମିଲ ଅଛନ୍ତି। ଉତ୍ତରପ୍ରଦେଶର ମୁଖଲିସପୁରରେ ଘଟିଛି ଏପରି ଅଭାବନୀୟ ଘଟଣା ।

Advertisment

ମୁଖଲିସପୁର ଅଞ୍ଚଳର ଉମାଶଙ୍କର ଅଗ୍ରହରି ମଙ୍ଗଳବାର ସକାଳେ ନିଜ ଘର ସମ୍ମୁଖରେ ଝାଡ଼ୁ କରିଥିଲେ। ଏହି ସମୟରେ ତାଙ୍କ ଘରର ଅଳିଆ ଉଡ଼ି ପଡ଼ୋଶୀ ଶିବ ପ୍ରକାଶ ଅଗ୍ରହରିଙ୍କ ଘରେ ପଡ଼ିଥିଲା।

ଏହି ଘଟଣାକୁ ନେଇ ଶିବପ୍ରକାଶ ଓ ତାଙ୍କ ୩ ପୁଅ ଉମାଶଙ୍କରଙ୍କୁ ଗାଳିଗୁଲଜ କରିବାକୁ ଲାଗିଲେ। ଏହାଦେଖି ଉମାଶଙ୍କରଙ୍କ ପୁତୁରା ଧୀରଜ ସେଠାରେ ପହଞ୍ଚିଗଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଜୋରସୋରରେ ଉଚ୍ଚବାଚ ହେବାକୁ ଲାଗିଲା।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ଶିବ ପ୍ରକାଶଙ୍କ ଦୁଇ ପୁଅ ଉମାଶଙ୍କରଙ୍କ ପିତା ଛୋଟେଲାଲ ଅଗ୍ରହାରୀ ଓ ୩୨ ବର୍ଷୀୟ ପୁତୁରା ଧୀରଜ ଅଗ୍ରହାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରିବାକୁ ପୁଲିସ୍‌ ଟିମ୍‌ ଗଠନ କରିଛି।

Uttar Pradesh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe