Advertisment

ପାଇଲଟ ରତନ ଟାଟା, ୬୯ ବର୍ଷରେ ଉଡ଼ାଇଥିଲେ F-16 ଫାଇଟ୍‌ର ପ୍ଲେନ୍‌

ବେଙ୍ଗାଲୁରୁର ଏକ ଏୟାର ଶୋ'ରେ ରତନ ଟାଟା F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।

author-image
Madhupriya Mistry
ratan-tata-flew-the-f 16

ratan-tata-flew-the-f 16

ବିଶିଷ୍ଟ ଶିଳ୍ପପତି ରତନ ଟାଟା। ସେ ଜଣେ ଉଦ୍ୟୋଗପତି ହେବା ସହ ଥିଲେ ଲାଇସେନ୍ସ ପ୍ରାପ୍ତ ପାଇଲଟ। କେବଳ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୁହେଁ ସେ ଫାଇଟର୍‌ ପ୍ଲେନ୍‌ ଉଡାଇବାରେ ମଧ୍ୟ ଥିଲେ ପାରଙ୍ଗମ। ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିଲା, ସେ ପର୍ଯ୍ୟନ୍ତ ପାଇଲଟ୍ ଭାବରେ ଉଡ଼ାଣ ଜାରି ରଖିଥିଲେ।

Advertisment

ଅଧିକାଂଶ ଲୋକ ହୁଏତ ଜାଣି ନଥିବେ ଯେ ଭାରତୀୟ ବିଲେନିୟର୍‌ ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ହେଉଛନ୍ତି F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇଥିବା ପ୍ରଥମ ଭାରତୀୟ ନାଗରିକ। ୨୦୦୭ରେ, ୬୯ ବର୍ଷ ବୟସରେ, ସେ F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇ ସମସ୍ତଙ୍କୁ କରିଦେଇଥିଲେ ଚକିତ।

ବାସ୍ତବରେ, ବେଙ୍ଗାଲୁରୁର ଏକ ଏୟାର ଶୋ'ରେ ରତନ ଟାଟା F-16 ର ସହ-ପାଇଲଟ୍ ଭାବରେ କାର୍ଯ୍ୟ କରିଥିଲେ, ଯାହାକୁ ପଲ୍‌ ହ୍ୟାଟନଡର୍ଫ ଉଡ଼ାଇଥିଲେ। ହ୍ୟାଟନଡର୍ଫ ଥିଲେ ବିମାନ ନିର୍ମାତା କମ୍ପାନୀ ଲକ୍‌ହିଡ ମାର୍ଟିନ୍‌ର ଜଣେ ପରୀକ୍ଷଣ ପାଇଲଟ।

Advertisment

ରତନ ନାନଟା ଯେଉଁ F-16 ବ୍ଲକ ୫୦ ଯୁଦ୍ଧ ବିମାନ ଉଡ଼ାଇଥିଲେ ତା'ର ମୂଲ୍ୟ ହେଉଛି ୪୦୦ କୋଟିରୁ ଅଧିକ। ଏହି ଜେଟ୍ ଘଣ୍ଟା ପ୍ରତି ୨୦୦୦ କିଲୋମିଟରରୁ ଅଧିକ ବେଗରେ ଉଡ଼ିପାରେ। ଏହି ଯୁଦ୍ଧ ବିମାନ ସହ ରତନ ଟାଟା ପ୍ରାୟ ୪୦ ମିନିଟ୍ ଆକାଶରେ ବିତାଇ ଥିଲେ ଏବଂ ମଝିରେ ଉଡ଼ାଣକୁ ନିୟନ୍ତ୍ରଣ ମଧ୍ୟ କରିଥିଲେ।

ଅବତରଣ ସମୟରେ ସେ ଅଳ୍ପ ଥକି ଯାଇଥିଲେ। ଲ୍ୟାଣ୍ଡ କରିବା ପରେ ସେ ଏହି ବିମାନ ବିଷୟରେ କହିଥିଲେ- It Was Graeat ଅର୍ଥ ଏହା ବହୁତ ଭଲ ଥିଲା। କହିରଖୁ ଯେ, F-16 ର ସହ-ପାଇଲଟ୍ ହେବାରେ ପ୍ରଥମ ଭାରତୀୟ ହେବାର ପ୍ରାୟ ଏକ ଦଶନ୍ଧି ପରେ ରତନ ଟାଟା ଭାରତରେ F-16 ବ୍ଲକ୍ ୭୦ର ଉତ୍ପାଦନ ପାଇଁ ଲକ୍‌ହିଡ୍‌ ମାର୍ଟିନ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଥିଲେ।

Ratan Tata Ratan Tata Passed Away F16 Fighter Jet