Advertisment

ରୋକି ପାରିଲେନି କୋହ, କାନ୍ଦି ପକାଇଲେ ଉମା ଭାରତୀ ଓ ସାଧ୍ୱୀ ଋତମ୍ଭରା

ଉଭୟ ପରସ୍ପରକୁ ଆଲିଙ୍ଗନ କରି କାନ୍ଦି ପକାଇଛନ୍ତି।

Uma Bharati and Rutambhara

Uma Bharati and Rutambhara

Advertisment

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ସମ୍ପନ୍ନ ହୋଇଛି। ରାମମୟ ହୋଇଛି ପୂରା ଦେଶ। ଏହାରି ଭିତରେ ରାମମନ୍ଦିର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜେପି ନେତ୍ରୀ ଉମା ଭାରତ ଓ ସାଧ୍ୱୀ ଋତମ୍ଭରା ନିଜ କୋହ ରୋକି ପାରିନାହାନ୍ତି। ଉଭୟ ପରସ୍ପରକୁ ଆଲିଙ୍ଗନ କରି କାନ୍ଦି ପକାଇଛନ୍ତି।

Advertisment

ସାଧ୍ୱୀ ଋତମ୍ଭରା ଓ ଉମା ଭାରତୀ ସୋମବାର ରାମମନ୍ଦିର ଉଦ୍‌ଘାଟନ ତଥା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପରସ୍ପରକୁ ଭେଟିଥିଲେ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଉଭୟଙ୍କ ଆଖିରୁ ଝରି ଆସିଥିଲା ଖୁସିର ଲୁହ। ଉଭୟଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଲୋକଙ୍କୁ ଏମାନଙ୍କ ଫଟୋ ଭାବ ବିହ୍ୱଳ କରିଦେଇଛି।

ପାରାମ ଶକ୍ତି ପୀଠ ଏବଂ ବାତ୍ସଲ୍ୟଗ୍ରାମର ପ୍ରତିଷ୍ଠାତା ସାଧ୍ୱୀ ଋତମ୍ଭରା କହିଛନ୍ତି, 'ଏହା ହେଉଛି 'ପ୍ରାଣ ପ୍ରତିଷ୍ଠା'ର ଖୁସିର ସମୟ, ସମଗ୍ର ଦେଶ ତଥା ସମଗ୍ର ବିଶ୍ୱକୁ ସଜାଯାଇଛି। କରସେବକଙ୍କ ବଳିଦାନ ସାର୍ଥକ ହୋଇଯାଇଛି। ରାମ ଲଲା ଆସିଛନ୍ତି।'

Advertisment

ଉମା ଭାରତୀ ଓ ସାଧ୍ୱୀ ଋତମ୍ଭରା ରାମମନ୍ଦିର ପାଇଁ ଉଭୟ ବଡ଼ ଭୂମିକା ନିର୍ବାହ କରିଥିଲେ। ୯୦ ଦଶକରେ ରାମ ମନ୍ଦିର ପାଇଁ ହୋଇଥିବା ଆନ୍ଦୋଳନରେ ପ୍ରବୀଣ ତୋଗାଡିଆ, ଅଶୋକ ସିଙ୍ଘାଲ, ଲାଲକୃଷ୍ଣ ଆଡଭାନୀ, ବିନୟ କଟିଆର, ସହ ଦୁଇ ମହିଳା ଯୋଦ୍ଧା ଉମା ଭାରତୀ ଓ ସାଧ୍ୱୀ ଋତମ୍ଭରା ମଧ୍ୟ ସାମିଲ ଥିଲେ।

ରାମ ମନ୍ଦିର ନିର୍ମାଣରେ ସାଧ୍ୱୀ ଋତମ୍ଭରା ଏବଂ ଉମା ଭାରତୀ ବହୁତ ସହଯୋଗ କରିଛନ୍ତି। ବାବ୍ରି ମସଜିଦ ଭାଙ୍ଗିବା ପୂର୍ବରୁ ଉମା ଭାରତୀ ଏବଂ ସାଧ୍ୱୀ ଋତମ୍ଭରା ହିଁ କାରସେବକମାନଙ୍କୁ ଶକ୍ତି ପ୍ରଦାନ କରୁଥିଲେ। ତାଙ୍କ ଭାଷଣର ଫଳାଫଳ ସ୍ୱରୂପ କରସେବକମାନେ କ୍ଳାନ୍ତ ନହୋଇ, କାମ ବନ୍ଦ ନକରି କାର୍ ସେବା ଜାରି ରଖିଥିଲେ।

Ayodhya Ram Mandir Uma Bharti Sadhvi Ritambhara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe