Advertisment

ଚନ୍ଦ୍ରଯାନ-3 କେମିତି ପହଞ୍ଚିବ ଜହ୍ନରେ ?

ଇତିହାସ ରଚିଲା ଇସ୍ରୋ । ଆସନ୍ତା ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3, ଯାହା ଉପରେ ରହିଛି ପୁରା ବିଶ୍ୱର ନଜର। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ। ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ।

author-image
Manoj Swain

ଆଜି ଭାରତ ପାଇଁ ଗର୍ବ ଓ ଗୌରବର ଦିନ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-3ର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୨ଟା ୩୫ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-3 ।

Advertisment
Chandrayaan-3 ISRO Moon Mission