Advertisment

କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଲା

ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି

Budget

Budget

Advertisment

ଆଜି କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦି ସରକାର ଭରପୂର ଚେଷ୍ଟା କରିଛନ୍ତି। ଏଥିପାଇଁ ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି।

Advertisment

ଏସବୁ ଭିତରେ କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଦ୍ୱିତୀୟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ରହିଥିବା ବେଳେ ତୃତୀୟରେ ରେଳବାଇ ରହିଛି।

କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା

୧- ପ୍ରତିରକ୍ଷା- ୫.୯୪ ଲକ୍ଷ କୋଟି

୨- ସଡ଼କ ପରିବହନ ଓ ଜାତୀୟ ରାଜପଥ- ୨.୭୦ ଲକ୍ଷ କୋଟି

୩- ରେଳବାଇ- ୨.୪୧ ଲକ୍ଷ କୋଟି

୪- ଖାଉଟି ବ୍ୟାପାର, ଖାନ୍ୟ ଓ ସାଧାରଣ ବଣ୍ଟନ- ୨.୦୬ ଲକ୍ଷ କୋଟି

୫- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧.୯୬ ଲକ୍ଷ କୋଟି

୬- କେମିକାଲ ଓ ଫର୍ଟିଲାଇଜର- ୧.୭୮ ଲକ୍ଷ କୋଟି

୭- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ- ୧.୬୦ ଲକ୍ଷ କୋଟି

୮- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳ- ୧.୨୫ ଲକ୍ଷ କୋଟି

୯- ଯୋଗାଯୋଗ ମନ୍ତ୍ରଣାଳୟ -୧.୨୩ ଲକ୍ଷ କୋଟି

Budget2023 Union Budget 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe