Advertisment

ହେଟସ୍ପିଚକୁ ନେଇ ବଡ଼ କଥା କହିଲେ ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭାଟ୍ଟିଙ୍କ ଖଣ୍ଡପୀଠ ଦେଶରେ ବଢ଼ୁଥିବା ହେଟସ୍ପିଚ୍‌ ସମ୍ପର୍କିତ ଆବେଦନର ଶୁଣାଣି କରୁଛନ୍ତି।

SC

SC

Advertisment

ସମସ୍ତ ପ୍ରକାରର ହେଟସ୍ପିଚ୍‌ ପ୍ରଚଳିତ ଆଇନ ଅନୁସାରେ ବିଚାର କରାଯିବ। ଘୃଣା ସୃଷ୍ଟିକାରୀ ବୟାନ ଯେଉଁ ପକ୍ଷ ଦେଉଥିଲେ ମଧ୍ୟ ସମସ୍ତଙ୍କୁ ଗୋଟିଏ ନିକିତିରେ ମାପିବା ସପକ୍ଷରେ ସୁପ୍ରିମକୋର୍ଟ ମତ ରଖିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭାଟ୍ଟିଙ୍କ ଖଣ୍ଡପୀଠ ଦେଶରେ ବଢ଼ୁଥିବା ହେଟସ୍ପିଚ୍‌ ସମ୍ପର୍କିତ ଆବେଦନର ଶୁଣାଣି କରୁଛନ୍ତି।

Advertisment

ଶୁଣାଣି ସମୟରେ କେରଳରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ତରଫରୁ ଦିଆଯାଇଥିବା ଘୃଣା ସୃଷ୍ଟିକାରୀ ବୟାନ ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଜଣେ ଓକିଲ କହିଥିଲେ ଯେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍‌ ପକ୍ଷରୁ ରାଲି କରାଯିବା ବେଳେ ହିନ୍ଦୁଙ୍କ ମୃତ୍ୟୁ ବା ହତ୍ୟା ସଂକ୍ରାନ୍ତରେ ନାରା ଦିଆଯାଇଥିଲା।

ଏହା ଶୁଣି କୋର୍ଟ କୋର୍ଟ କହିଥିଲେ ଯେ ଏ ପକ୍ଷ ହେଉ କି ସେ ପକ୍ଷ ହେଉ, ସେମାନଙ୍କ ମାମଲା ସମାନ ଭାବେ ବିଚାର କରାଯିବା ଦରକାର। ଯେକୌଣସି ହେଟସ୍ପିଚ୍‌କୁ ଆଇନ ଅନୁସାରେ ବିଚାର କରାଯିବ।

Advertisment

ହରିଆଣାର ନୁହ ସାଂପ୍ରଦାୟିକ ଦଙ୍ଗା ପରେ ଏକାଧିକ ହିନ୍ଦୁ ସଂଗଠନ ମୁସଲିମାନଙ୍କୁ ବୟକଟ କରିବାକୁ ଆହ୍ୱାନ ଦେଇଥିଲେ। ଏ ସଂକ୍ରାନ୍ତ ଆବେଦନର ଶୁଣାଣି ଅଗଷ୍ଟ ୨୫କୁ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। କୋର୍ଟ ଆଶା ପୋଷଣ କରିଛନ୍ତି ଯେ ତେହସୀନ ପୁନାୱାଲାଙ୍କ ଗାଇଡଲାଇନକୁ ସମସ୍ତେ ପାଳନ କରିବେ।

ଗୁରୁଗ୍ରାମରେ ମସଜିଦ ବନ୍ଦ କରିବା ଓ ମୁସଲିମମାନଙ୍କୁ ବୟକଟ କରିବାକୁ ଆହ୍ୱାନ ଦେଇଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି।

ଆବେଦନରେ କୁହାଯାଇଛି ଯେ ନୁହ୍‌ ହିଂସା ପରେ ଏକାଧିକ ରାଜ୍ୟରେ ୨୭ରୁ ଅଧିକ ରାଲି କରାଯାଇଥିଲା। ଏହି ସବୁ ରାଲିରେ ଯୋଗ ଦେଇଥିବା ଲୋକମାନଙ୍କୁ ମୁସଲିମମାନଙ୍କୁ ହତ୍ୟା ଓ ସେମାନଙ୍କର ସାମାଜିକ ବୟକଟ ପାଇଁ ଆହ୍ୱାନ ଦିଆଯାଇଛି। ଅଗଷ୍ଟ ୧ରୁ ଅଗଷ୍ଟ ୭ ମଧ୍ୟରେ ହୋଇଥିବା ରାଲି ଗୁଡ଼ିକର ତାଲିକା ମଧ୍ୟ ଆବେଦନରେ ଯୋଡ଼ାର ଯାଇଛି।

Supreme Court Supreme Court On Hate Speech
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe