Advertisment

ଆଇସକ୍ରିମରେ ମିଶ୍ରଣ ହେଉଥିଲା ହ୍ୱିସ୍କି, ୨ ଗିରଫ

ହ୍ୱିସ୍କି ଲେସ୍ ଆଇସକ୍ରିମ୍ ବିକ୍ରୟ ଅଭିଯୋଗ ପରେ ଚଢାଉ କରିଥିଲା ଅବକାରୀ ବିଭାଗ।

Ice Cream

Ice Cream

Advertisment

ଆଇସକ୍ରିମ୍ ପାର୍ଲରରେ ଚାଲିଥିଲା ଅପମିଶ୍ରଣ। ଚଢାଉ କରି ପାର୍ଲରକୁ ସିଜ୍ କରିଛି ଅବକାରୀ ବିଭାଗ। ହ୍ୱିସ୍କି ଲେସ୍ ଆଇସକ୍ରିମ୍ ବିକ୍ରୟ ଅଭିଯୋଗ ପରେ ଚଢାଉ କରାଯାଇଥିଲା।

Advertisment

ସୂଚନା ଅନୁସାରେ, ହାଇଦ୍ରାବାଦ ଜୁବଲି ହିଲ୍ସ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ପାର୍ଲରେ ହ୍ୱିସ୍କି ମିଶ୍ରଣ କରାଯାଉଥିଲା। ୬୦ ଗ୍ରାମ ଆଇସକ୍ରିମରେ ୧୦୦ ମିଲିଲିଟିର ହ୍ୱିସ୍କି ମିଶ୍ରଣ କରି ଅଧିକ ଦାମରେ ବିକ୍ରି କରାଯାଉଥିଲା।

ଏନେଇ ଖବର ପାଇ ଆଜି ଅବକାରୀ ବିଭାଗ ପାର୍ଲରରେ ଚଢାଉ କରିଥିଲା। ପାର୍ଲରରୁ ପ୍ରାୟ ୧୧.୫୦ କିଲୋଗ୍ରାମ ହ୍ୱିସ୍କି ଆଇସ୍କ୍ରିମ୍ ଜବତ କରାଯିବା ସହ ଦୋକାନକୁ ସିଜ୍ କରାଯାଇଛି।

Advertisment

ଏହି ମାମଲାରେ ଆଇସକ୍ରିମ ପାର୍ଲରର ମାଲିକ ଦୟାକର ରେଡ୍ଡୀ ଏବଂ ଶୋଭନଙ୍କୁ ଗିରଫ କରାଯାଇଛି। 

Hyderabad Whiskey Ice Cream
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe