Advertisment

Nitish Kumar: ବିହାରରେ ପୁଣି ଆରମ୍ଭ ନୀତୀଶ ଶାସନ, ବିଜେପିର ୧୪ ବିଧାୟକ ହେଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଶାଇ ବିହାରର ନୂଆ କ୍ୟାବିନେଟରେ ମୋଟ ୨୭ ଜଣ ସ୍ଥାନ ପାଇଛନ୍ତି। ବେଶ ଚତୁରତାର ସହ ନୀତୀଶ କୁମାରଙ୍କ କ୍ୟାବିନେଟରେ ସବୁ ଜାତି ଓ ବର୍ଗର ବିଧାୟକଙ୍କୁ ସାମିଲ କରାଯାଇଛି।

author-image
Hemant Lenka
Nitish-Kumar

ବିଜୟ, ନୀତୀଶ ଓ ସମ୍ରାଟ ଚୌଧୁରୀଙ୍କ ଶପଥ ପାଠ

ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ ୧୦ମ ଥର ପାଇଁ ଆଜି ଶପଥ ନେଇଛି। ବିହାର ବିଧାନସଭା ନିର୍ବାଚନ(Bihar Election)ରେ ଏନଡିଏର ଐତିହାସିକ ବିଜୟ ପରେ ଆଜି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆର୍ଫି ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। 

Advertisment

ଗାନ୍ଧି ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ୭୪ ବର୍ଷୀୟ ନୀତୀଶଙ୍କ ଡେପୁଟି ଭାବେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କୁ ଶପଥ ଗ୍ରହଣ କରିଛନ୍ତି। ଏହି ୩ ଜଣଙ୍କ ବ୍ୟତୀତ ଏନଡିଏର ଆଉ ୨୪ ଜଣ ବିଧାୟକ ମନ୍ତ୍ରୀ ଭାବେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ତେବେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।

ଆଜିର ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶପଥ ପାଠ ଉତ୍ସବରେ ବହୁ ହେଭିୱେଟ ଏନଡିଏ ନେତାଙ୍କୁ ଦେଖିବାକୁ ମିଳିଛି। ଏନଡିଏ ନେତାମାନେ ଶପଥ ଉତ୍ସବରେ ଉପସ୍ଥିତ ରହି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିହାରୀ ଷ୍ଟାଇଲରେ ଗାମୁଛା ହଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଶାଇ ବିହାରର ନୂଆ କ୍ୟାବିନେଟରେ ମୋଟ ୨୭ ଜଣ ସ୍ଥାନ ପାଇଛନ୍ତି। ବେଶ ଚତୁରତାର ସହ ନୀତୀଶ କୁମାର(Bihar CM Nitish Kumar) ଙ୍କ କ୍ୟାବିନେଟରେ ସବୁ ଜାତି ଓ ବର୍ଗର ବିଧାୟକଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ନୀତୀଶ କୁମାରଙ୍କୁ ମିଶାଇ ଜେଡିୟୁର ୯ ଜଣ, ବିଜେପିର ସର୍ବାଧିକ ୧୪ ଜଣ, ଚିରାଗ ପାଶୱାନଙ୍କ ଦଳର ମାତ୍ର ୨ ଜଣ, ଜିତେନ ରାମ ମାଞ୍ଝୀଙ୍କ ଦଳରୁ ଜଣେ ଓ ଆରଏଲମର ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି। 

କ୍ୟାବିନେଟରେ ୮ ଜଣ ଉଚ୍ଚ ଜାତିର ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଭୂମିହାର୍ସ(ବିଜୟ କୁମାର ସିହ୍ନା ଓ ବିଜୟ କୁମାର ଚୌଧୁରୀ), ୪ ଜଣ ରାଜପୁତ(ସଞ୍ଜୟ ସିଂହ ଟାଇଗର, ଶ୍ରେୟାସି ସିଂହ, ସଞ୍ଜୟ କୁମାର ସିଂହ ଓ ଲେସି ସିଂହ), ଜଣେ ବ୍ରାହ୍ମଣ(ମଙ୍ଗଳ ପାଣ୍ଡେ) ଓ ଜଣେ କାୟାସ୍ଥା(ନୀତୀନ ନବୀନ)। 

ପଛୁଆ ବର୍ଗରୁ ମଧ୍ୟ ୮ ଜଣଙ୍କୁ ବିହାର କ୍ୟାବିନେଟରେ ସ୍ଥାନ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ କୁଶୱା(ସମ୍ରାଟ ଚୌଧୁରୀ ଓ ଦୀପକ ପ୍ରକାଶ), ଜଣେ କୁର୍ମି(ଶ୍ରବଣ କୁମାର, ୨ ଜଣ ଯାଦବ(ବିଜେନ୍ଦ୍ର ପ୍ରସାଦ ଯାଦବ ଓ ରାମକ୍ରିପାଲ ଯାଦବ) ଓ ୩ ଜଣ ବୈଶ୍ୟ(ଦିଲୀପ ଜୈସୱାଲ, ଅରୁଣ ଶଙ୍କର ପ୍ରସାଦ ଓ ନାରାୟଣ ପ୍ରସାଦ)। 

ଅତ୍ୟନ୍ତ ପଛୁଆ ବର୍ଗରୁ ବି ୪ ଜଣଙ୍କୁ ନୀତୀଶ କୁମାର ନିଜ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ସାହାଣୀ/ନିଶାଦ ନେତା ମଦନ ସାହାଣୀ ଓ ରାମ ନିଶା, ଚନ୍ଦ୍ରବଂଶୀର ପ୍ରତିନିଧି ଭାବେ ଡ ପ୍ରମୋଦ କୁମାର ଓ ଧାନୁକା ନେତା ସୁରେନ୍ଦ୍ର ମେହତା ଅଛନ୍ତି। 

ମନ୍ତ୍ରୀ ହୋଇଥିବା ୫ ଦଳିତ ବିଧାୟକ ହେଲେ ଅଶୋକ ଚୌଧୁରୀ(ପାସି), ସନ୍ତୋଷ କୁମାର ସୁମନ(ମୁଶାର), ସୁନୀଲ କୁମାର, ସଞ୍ଜୟ କୁମାର(ପାସୱାନ) ଓ ଲଖେନ୍ଦ୍ର କୁମାର ରୋଶନ(ପାସୱାନ)। ୨୭ ଜଣିଆ କ୍ୟାବିନେଟରେ ଏକମାତ୍ର ମୁସଲିମ ପ୍ରତିନିଧି ହେଉଛନ୍ତି ମହମ୍ମଦ ଜାମା ଖାନ। 

Nitish Kumar Bihar Election Bihar CM Nitish Kumar