Advertisment

ଭାରତୀୟ ଜ୍ୟୋତିର୍ବିଦ କରିଥିଲେ ଭବିଷ୍ୟବାଣୀ, ଅଗଷ୍ଟ ୪ରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇ ଯାଇଥିବା ଆକ୍ରମଣ ଏହି ଚର୍ଚ୍ଚାକୁ ଖୁରାକ୍ ଯୋଗାଇଛି।

Kushal Kumar

Kushal Kumar

Advertisment

ଭାରତୀୟ ଜ୍ୟୋତିର୍ବିଦ କୁଶଳ କୁମାରଙ୍କ ଭବିଷ୍ୟବାଣୀ ସତ ହୋଇଥିବା କୁହାଯାଉଛି। ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇ ଯାଇଥିବା ଆକ୍ରମଣ ଏହି ଚର୍ଚ୍ଚାକୁ ଖୁରାକ୍ ଯୋଗାଇଛି। କାରଣ ଅଗଷ୍ଟ ୪ କିମ୍ବା ୫ରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି କୁଶଳ କୁମାର ପୂର୍ବାନୁମାନ କରିଥିଲେ।

Advertisment

ତାଙ୍କ କଥା ସତ ହେବା ଭଳି ଅଗଷ୍ଟ ୩ ତାରିଖ ରାତିରୁ ଇସ୍ରାଏଲ ଉପରେ ଇରାନ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଦେଇଛି। କେବଳ ଇରାନ ନୁହେଁ, ଲେବାନନ ସହ ମଧ୍ୟପ୍ରାଚ୍ୟରେ ଥିବା ଅନ୍ୟ କେତକ ରାଷ୍ଟ୍ର ସମର୍ଥିତ ସଂଗଠନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହାର ମୁଖ୍ୟ କାରଣ ହେଉଛି, ଲେବାନନର ହିଜବୁଲ ଏବଂ ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନର ସର୍ବୋଚ୍ଚ ନେତାଙ୍କୁ ହତ୍ୟା। ହିଜବୁଲ ସର୍ବଚ୍ଚୋ ନେତାଙ୍କୁ ହତ୍ୟା କରିଥିବା ନେଇ ଇସ୍ରାଏଲ ଦାବି କରିବା ପରେ ଏହି ବିବାଦ ଘନେଇଛି। ସେହିପରି ଇରାନ ରାଜଧାନୀ ତେହରନରେ ହମାସର ସର୍ବୋଚ୍ଚ ନେତାଙ୍କୁ ହତ୍ୟା କରାଯିବା ପରେ ପ୍ରତିଶୋଧ ପରାୟଣ ହୋଇଛି ଇରାନ।

Advertisment

ଏହାକୁ ନେଇ ଇରାନ ସମେତ ଏହାର ସମର୍ଥିତ ସଂଗଠନ ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚା ମଧ୍ୟରେ ଗତକାଲି ରାତିରେ ଇରାନ ଇସ୍ରାଏଲ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।

ସେପଟେ ଇସ୍ରାଏଲ ମଧ୍ୟ ଲେବାନନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ଜଣେ ଆର୍ମି ମୁଖ୍ୟଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏପରି ଘଟଣା ପରେ ଭାରତୀୟ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ସତ ହୋଇଥିବା କୁହାଯାଉଛି।

କେବଳ ବିଶ୍ୱଯୁଦ୍ଧ ନୁହେଁ, ଇସ୍ରାଏଲ-ହାମାସ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ନେଇ ମଧ୍ୟ ପୂର୍ବାନୁମାନ କରିଥିଲେ କୁଶଳ କୁମାର। ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ତାରିଖ ବିଷୟରେ କୁଶଳ କୁମାର ଏକାଧିକ ଭବିଷ୍ୟବାଣୀ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେଗୁଡ଼ିକ ମଧ୍ୟରୁ କୌଣସିଟି ସତ ହୋଇନଥିଲା। ଏହାପୂର୍ବରୁ ସେ ଘୋଷଣା କରିଥିଲେ ଯେ, ୧୮ ଜୁନ୍ ୨୦୨୪ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ, କିନ୍ତୁ ଏହି ତାରିଖରେ ସେପରି କୌଣସି ବିପଦପୂର୍ଣ୍ଣ ଘଟଣା ଘଟିନଥିଲା। 

ଏହା ପରେ ସେ ଏକ ନୂତନ ତାରିଖ ଘୋଷଣା କରି ଭବିଷ୍ୟବାଣୀ କରିଥିଲେ ଯେ, ଜୁଲାଇ ୨୬ କିମ୍ବା ଜୁଲାଇ ୨୮ରେ ବିଶ୍ୱଯୁଦ୍ଧ ଆରମ୍ଭ ହେବ, କିନ୍ତୁ ପୁନର୍ବାର ତାଙ୍କର ଭବିଷ୍ୟବାଣୀ ଭୁଲ ହୋଇଥିଲା। ବର୍ତ୍ତମାନ, ତାଙ୍କ ଭବିଷ୍ୟବାଣୀ ସତ ହେଉଛି କି ନା ତା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ। 

ଲିଙ୍କଡଇନ ଅନୁଯାୟୀ କୁଶଳ କୁମାର ହରିୟାଣାର ପଞ୍ଚକୁଲାର ଜଣେ ବୈଦିକ ଜ୍ୟୋତିଷ ଲେଖକ। ତାଙ୍କର ପ୍ରବନ୍ଧଗୁଡ଼ିକ ବିଶ୍ୱର ଏକାଧିକ ଅଗ୍ରଣୀ ଜ୍ୟୋତିଷ ପତ୍ରିକାରେ ପ୍ରକାଶିତ ହୋଇଛି, ଯେପରିକି କାଲିଫର୍ଣ୍ଣିଆର 'ଦ ମାଉଣ୍ଟେନ୍ ଆଷ୍ଟ୍ରୋଲୋଜି' (TMA) ଏବଂ ନ୍ୟୁୟର୍କର 'ହରୋସ୍କୋପ୍'।

କୁଶଳ କୁମାର ଅର୍ଥନୀତି, ପାଣିପାଗ, ବ୍ୟବସାୟ, ରାଜନୀତି ଏବଂ ବିଶ୍ୱ ବ୍ୟାପାର ଭଳି ବିଭିନ୍ନ କ୍ଷେତ୍ର ଉପରେ ଅନୁଧ୍ୟାନ କରି ଭବିଷ୍ୟବାଣୀ କରିଥାନ୍ତି। ସେହିପରି ସେ ଜଣେ ବ୍ୟକ୍ତିର ଜନ୍ମ ସମୟ ଏବଂ ଜନ୍ମ ସ୍ଥାନ ଆଧାରରେ ଭବିଷ୍ୟତ କହିପାରନ୍ତି ବୋଲି ଲିଙ୍କଡଇନ ପ୍ରୋଫାଇଲରେ ଉଲ୍ଲେଖ କରାଯାଇଛି। 

Kushal Kumar Indian Astrologer Third World War Iran Israel War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe