Advertisment

ଭୋଲେବାବା କିଏ? ଖୋଜୁଛି ପୁଲିସ

ଏହି ଭୋଲେ ବାବାଙ୍କ ସତ୍‌ସଙ୍ଗରେ ହିଁ ଦଳଚକଟା ହୋଇ ୧୧୬ ଜଣ ପ୍ରାଣ ହରାଇଛନ୍ତି।

author-image
Madhupriya Mistry
Bhole Baba

Bhole Baba

ହାଥରସରେ ଚାଲିଥିଲା ସତସଙ୍ଗ। ପ୍ରବଚନ ଦେଉଥିଲେ ଭୋଲେ ବାବା। ତାଙ୍କୁ ଶୁଣିବାକୁ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ପୁରୁଷ, ମହିଳା, ଶିଶୁ ଓ ବୟସ୍କ। ଶ୍ରଦ୍ଧାଳୁଙ୍କ ଏତେ ଭିଡ଼ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ତେବେ ଜାଣିଛନ୍ତି କି, କିଏ ଏହି ଭୋଲେ ବାବା?

Advertisment

ନାରାୟଣ ସାକାର ହରି ଓରଫ୍ ସାକାର ବିଶ୍ୱ ହରି ଓରଫ୍ ଭୋଲେ ବାବା। ସୂଚନା ଅନୁସାରେ, ଏହି ଆତ୍ମଘୋଷିତ ବାବା ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଦାବି କରନ୍ତି। ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ଲୋକପ୍ରିୟତା ସହିତ ଶ୍ରୋତା, ଶ୍ରଦ୍ଧାଳୁ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା।

ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଥିବା କୁହାଯାଉଛି। ରୋଚକ କଥା ହେଉଛି, ଭୋଲେ ବାବାଙ୍କର ସୋସିଆଲ ମିଡିଆରେ କୌଣସି ଉପସ୍ଥିତି ନାହିଁ କି ପ୍ରଚାର ପ୍ରସାର ହୁଏ ନାହିଁ। ତାଙ୍କ ଘର ୟୁପିର ଏଟା ଅନ୍ତର୍ଗତ ପଟିଆଲି ତହସିଲର ବାହାଦୂର ଗାଁ।

Advertisment

ଏହି ଭୋଲେ ବାବାଙ୍କୁ ଉତ୍ତରପ୍ରଦେଶ ହାଥରସରେ ହୋଇଥିବା ଦଳଚକଟା ମାମଲାରେ ପୁଲିସ ଖୋଜୁଛି। ତାଙ୍କ ଆଶ୍ରମକୁ ଯାଇ ଛାନଭିନ୍‌ ଚଳାଇଛି ପୁଲିସ। ତେବେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ସେ ଫେରାର ଥିବା କୁହାଯାଉଛି।

Uttar Pradesh Hathras Stampede Bhole Baba