Advertisment

କିଏ ଏହି ଜିମ୍ମି ଟାଟା? ରତନଙ୍କ ସହ ରହିଛି ଖାସ୍‌ ସମ୍ପର୍କ

ରତନ ଟାଟା ଜଣେ ଉଚ୍ଚାଭିଳାଷୀ, କଠିନ ପରିଶ୍ରମୀ, ଉଦ୍ୟୋଗୀ ଶିଳ୍ପପତି ଥିବା ବେଳେ ତାଙ୍କ ଭାଇ ଜିମ୍ମି ଥିଲେ ସମ୍ପୂର୍ଣ୍ଣ ଓଲଟା। ସେ ଖୁବ୍‌ ସରଳ ଜୀବନଯାପନ କରିବା ସହ ଲାଇମ୍‌ଲାଇଟ୍‌ରୁ ଖୁବ୍‌ ଦୂରରେ ରହି ଆସୁଛନ୍ତି।

ଅଦ୍ୟତନ ହୋଇଛି
Ratan Tata with Brother

Ratan Tata with Brother

Advertisment

ରତନ ଟାଟାଙ୍କ ବିୟୋଗରେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ରୂପେ ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ବିବେଚିତ କରାଯାଉଛି। ଯଦି ନୋଏଲ ହିଁ ରତନଙ୍କ ଉତ୍ତରାଧିକାରୀ ବିବେଚିତ ହୁଅନ୍ତି ତେବେ ସେ ହେବେ ୩,୮୦୦ କୋଟି ଟଙ୍କାର ମାଲିକ ହେବେ। ତେବେ ଏହି ଉତ୍ତରାଧିକାରୀ ରେସ୍‌ରୁ ଦୂରରେ ଅଛନ୍ତି ରତନ ଟାଟାଙ୍କ ନିଜ ସାନ ଭାଇ ଜିମ୍ମି ଟାଟା।

Advertisment

ରତନ ଟାଟା ଜଣେ ଉଚ୍ଚାଭିଳାଷୀ, କଠିନ ପରିଶ୍ରମୀ, ଉଦ୍ୟୋଗୀ ଶିଳ୍ପପତି ଥିବା ବେଳେ ତାଙ୍କ ଭାଇ ଜିମ୍ମି ଥିଲେ ସମ୍ପୂର୍ଣ୍ଣ ଓଲଟା। ସେ ଖୁବ୍‌ ସରଳ ଜୀବନଯାପନ କରିବା ସହ ଲାଇମ୍‌ଲାଇଟ୍‌ରୁ ଖୁବ୍‌ ଦୂରରେ ରହି ଆସୁଛନ୍ତି।

ରତନ ଟାଟାଙ୍କ ଭାଇ ଜିମ୍ମି ଏବେ ମୁମ୍ବାଇର କୋଲାବାରେ Hampton Court ଆପାର୍ଟମେଣ୍ଟର ଷଷ୍ଠ ଫ୍ଲୋରରେ ଏକ ଟୁ- ବିଏଚକେ ଆପାର୍ଟମେଣ୍ଟରେ ରହୁଛନ୍ତି। ସେ ଖୁବ୍‌ ସାଦାସିଧା ଜୀବନ ବଞ୍ଚୁଥିବା ବେଳେ ମୋବାଇଲ ଫୋନ୍‌ ବି ଧରୁ ନ ଥିବା ଜଣାଯାଇଛି। ସେ ବୈଷୟିକ ଜ୍ଞାନ କୌଶଳକୁ ପସନ୍ଦ କରୁ ନ ଥିବା ବେଳେ ଏବେ ବି ଟିଭି, ନ୍ୟୁଜ ପେପରରୁ ଦୁନିଆର ହାଲଚାଲ ଜାଣିଥାନ୍ତି। ଏପରିକି ସେ ଘରୁ ଖୁବ୍ କମ୍‌ ବାହାରକୁ ବାହାରୁଥିବା ଜଣାଯାଇଛି। ମାତ୍ର ଜିମ୍ମି ଜଣେ ଭଲ ସ୍କ୍ୱାଶ୍‌ ଖେଳାଳୀ ବୋଲି ଜଣାଯାଇଛି। 

Advertisment

କିଛି ବର୍ଷ ପୂର୍ବେ ରତନ ଟାଟା ନିଜ ଭାଇଙ୍କ ଜନ୍ମ ଦିନ ଅବସରରେ ତାଙ୍କ ସହ ଏକ କଳାଧଳା ଫଟୋ ପୋଷ୍ଟ କରିଥିଲେ। ଏହାପରେ ଜିମ୍ମିଙ୍କୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଉକ୍ତ ଫଟୋ କ୍ୟାପସନ୍‌ରେ ରତନ ଟାଟା ଲେଖିଥିଲେ, ସେ ଦିନ ସବୁ ଖୁବ୍‌ ଖୁସିର ଦିନ ଥିଲା। ଆମ ଦୁହିଁଙ୍କ ମଝିରେ କିଛି ବି ପ୍ରତିବନ୍ଧକ ନ ଥିଲା(1945 with my brother Jimmy)।

ଜିମ୍ମି ଟାଟା ଖୁବ୍‌ ସାଧାସିଧା ଜୀବନ ବଞ୍ଚୁଥିଲେ ବି ଟାଟା କମ୍ପାନୀରେ ସେ ବି ବହୁ ଶେଆରର ମାଲିକ ଅଛନ୍ତି। ସେଥିମଧ୍ୟରେ ଟାଟା ମୋଟର୍ସ, ଟାଟା ଷ୍ଟିଲ,ଟାଟା ସନ୍ସ, TCS, ଟାଟା ପାୱାର, ହୋଟେଲ ଶିଳ୍ପ ଓ ଟାଟା କେମିକାଲ୍ସରେ ବି ତାଙ୍କ ଶେଆର ରହିଛି। କେବଳ ସେତିକି ନୁହେଁ, ଜିମ୍ମି Sir Ratan Tata Trustର ବି ଜଣେ ଟ୍ରଷ୍ଟି ଅଛନ୍ତି।

Ratan Tata Ratan Tata Passed Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe