Advertisment

ଘରୁ ପୁଳାପୁଳା ଟଙ୍କା ମିଳିବା ପରେ ବିବାଦରେ ଥିବା ଜଷ୍ଟିସ ବର୍ମା କିଏ?

ଜଷ୍ଟିସ ବର୍ମାଙ୍କୁ ତାଙ୍କ ମୂଳ ହାଇକୋର୍ଟ ଆହ୍ଲାବାଦକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟକୁ ଆସିବା ପୂର୍ବରୁ ଜଷ୍ଟିସ ବର୍ମା ସେଠାରେ କାମ କରୁଥିଲେ।

Varma

Varma

Advertisment

ବିବାଦରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମା। ତାଙ୍କ ଘରୁ ଅଗ୍ନିଶମ କର୍ମଚାରୀ ଓ ପୁଲିସ ମିଳିତ ଭାବେ ପୁଳାପୁଳା ଟଙ୍କା ଜବତ କରିଛନ୍ତି। ହୋଲି ଛୁଟି ବେଳେ ଜଷ୍ଟିସ ବର୍ମା ଦିଲ୍ଲୀ ବାହାରେ ଥିଲେ। ଏହି ସମୟରେ ତାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକଙ୍କ ସୂଚନା ପରେ ଅଗ୍ନିଶମ କର୍ମଚାରୀମାନେ ପୁଲିସ୍‌ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

Advertisment

ନିଆଁ ଆୟତ୍ତ ହେବା ପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଜଷ୍ଟିସ ବର୍ମାଙ୍କ ଘରୁ ପୁଳାପୁଳା ଅଘୋଷିତ ନଗଦ ଟଙ୍କା ବିଡ଼ା ଠାବ କରିଛନ୍ତି। ଜଣେ ବିଚାରପତିଙ୍କ ଘରୁ ଏପରି ଟଙ୍କା ମିଳିବା ଘଟଣାକୁ ସୁପ୍ରିମକୋର୍ଟ କଲେଜିୟମ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଜଷ୍ଟିସ ବର୍ମାଙ୍କୁ ତାଙ୍କ ମୂଳ ହାଇକୋର୍ଟ ଆହ୍ଲାବାଦକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟକୁ ଆସିବା ପୂର୍ବରୁ ଜଷ୍ଟିସ ବର୍ମା ସେଠାରେ କାମ କରୁଥିଲେ। ତାଙ୍କର ବଦଳି ହୋଇଥିବା ବେଳେ କଲେଜିୟନ ତାଙ୍କୁ ଇସ୍ତଫା ଦେବାକୁ ମଧ୍ୟ କରି ପାରନ୍ତି।

ଜଷ୍ଟିସ ଯଶବନ୍ତ ବର୍ମା କିଏ?

୧- ଉତ୍ତର ପ୍ରଦେଶର ଆହ୍ଲାବାଦରେ ଜଷ୍ଟିସ ବର୍ମା ୧୯୬୯ ମସିହା ଜାନୁଆରୀ ୯ରେ ଜନ୍ମ ଗ୍ରହଣ କରିଥିଲେ।

Advertisment

୨- ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ହଂସରାଜ କଲେଜରେ ସେ ବିକମ ଡିଗ୍ରୀ ହାସଲ କରିଥିଲେ। ମଧ୍ୟପ୍ରଦେଶର ରେୱା ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଏଲଏଲବି ଡିଗ୍ରୀ ମିଳିଥିଲା। ଏହାପରେ ୧୯୯୧ ମସିହା ଅଗଷ୍ଟ ୮ରେ ସେ ଜଣେ ଓକିଲ ଭାବେ ନିଜର ପଞ୍ଜୀକରଣ କରିଥିଲେ।

୩- ଜଷ୍ଟିସ ବର୍ମା ୨୦୧୪ ମସି ଅକ୍ଟୋବର ୧୩ରେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ୨୦୧୬ ଫେବୃଆରୀ ୧ରେ ସେ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୨୧ ମସିହା ଅକ୍ଟୋବର ୧୧ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ବଦଳି କରାଯାଇଥିଲା।

୪- ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଥିବା ବେଳେ ସେ ସମ୍ବିଧାନ, ଶ୍ରମ ଓ ଶିଳ୍ପାୟନ, କର୍ପୋରେଟ ଆଇନ, ଟିକସ ଓ ଅନ୍ୟାନ୍ୟ ମାମଲା ଲଢ଼ୁଥିଲେ।

୫- ୨୦୦୬ରୁ ପଦୋନ୍ନତି ପାଇବା ଯାଏ ସେ ଆହ୍ଲାବାଦ ହାଇକୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ କାମ କରିଥିଲେ। ୨୦୧୨ରୁ ୨୦୧୩ ଅଗଷ୍ଟ ଯାଏ ଜଷ୍ଟିସ ବର୍ମା ଉତ୍ତର ପ୍ରଦେଶ ପାଇଁ ଚିଫ ଷ୍ଟାଣ୍ଡିଂ କାଉନସେଲ ରହିଥିଲେ। ଏହି ସମୟରେ କୋର୍ଟ ତାଙ୍କୁ ବରିଷ୍ଠ ଓକିଲର ମାନ୍ୟତା ଦେଇଥିଲେ।

ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାର ବିଭିନ୍ନ ରୁମରୁ ପୁଳାପୁଳା ଟଙ୍କା ମିଳିଥିଲା। ଏତେ ଟଙ୍କା ଜଣେ ବିଚାରପତିଙ୍କ ଘରକୁ କେମିତି ଆସିଲା, ତା’ହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଏତେ ଟଙ୍କା ଆସିବାର ଉତ୍ସ ସମ୍ପର୍କରେ ଜଷ୍ଟିସ ବର୍ମା କୌଣସି ସୂଚନା ମଧ୍ୟ ଦେଇ ନାହାନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ତୁରନ୍ତ କଲେଜିୟମ ବୈଠକ ଡାକିଥିଲେ।

ଏହି ବୈଠକରେ ସର୍ବସମ୍ମତି କ୍ରମେ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ନିଷ୍ପତ୍ତି ହୋଇଥିଲା। ଜଷ୍ଟିସ ବର୍ମା ଏଯାଏ ଟଙ୍କା ମିଳିବା ଘଟଣା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ସେହିପରି ସେ କୋର୍ଟ କାର୍ଯ୍ୟରେ ଯୋଗ ନଦେଇ ଛୁଟିରେ ଚାଲି ଯାଇଛନ୍ତି।

ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କଲେଜିୟର ସମସ୍ତ ୫ ସଦସ୍ୟ ଜଷ୍ଟିସ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ଯୋଗୁ ନ୍ୟାୟପାଳିକା ସମ୍ମାନରେ ଆଞ୍ଚ ଆସିଛି। ଲୋକଙ୍କ ନ୍ୟାୟ ପାଇବା ଉପରେ ପ୍ରଶ୍ନ ଉଠିଛି। ତେଣୁ କଲେଜିୟମ ବୈଠକରେ ଜଷ୍ଟିସ ବର୍ମାଙ୍କୁ ଇସ୍ତଫା ଦେବାକୁ କୁହାଯିବା ସମ୍ପର୍କରେ ଆଲୋଚନା ହୋଇଛି। ଯଦି ସେ ଇସ୍ତଫା ଦେବାକୁ ମନା କରନ୍ତି, ତା’ହେଲେ କଲେଜିୟମର କିଛି ସଦସ୍ୟ ତାଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହା ସଂସଦ ଦ୍ୱାରା ତାଙ୍କୁ ବରଖାସ୍ତ କରାଯିବାର ପ୍ରଥମ ସୋପାନ ହେବ।

Delhi Judges Chief Justice
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe