ଲରେନ୍ସ ବିଷ୍ଣୋଇ। ଏହି ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚ। ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଲରେନ୍ସ ବିଷ୍ଣୋଇକୁ ନେଇ ଥରହର ମୁମ୍ବାଇ। ତେବେ ଏହି ଲରେନ୍ସ ବିଷ୍ଣୋଇ କିଏ? କେମିତି ସେ ପାଲଟି ଗଲା ଏତେ ବଡ଼ ଗ୍ୟଙ୍ଗଷ୍ଟର।
ପଞ୍ଜାବର ଫିରୋଜପୁର। ଏଠାରେ ଜନ୍ମ ଗ୍ରହଣ କରିଥିଲା ଲରେନ୍ସ ବିଷ୍ଣୋଇ। ତାଙ୍କ ବାପା ହରିୟାଣା ପୁଲିସର ଜଣେ କନଷ୍ଟେବଳ ଥିଲେ। ତେବେ ପରେ ସେ ପୁଲିସ ଚାକିରି ଛାଡି ଚାଷ କାମ ଆରମ୍ଭ କରିଥିଲେ। ଲରେନ୍ସ ଅବୋହର ଜିଲ୍ଲାରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛି। ଏହାପରେ ସେ ଚଣ୍ଡିଗଡ଼ର DAV କଲେଜରୁ ଅଧିକ ଅଧ୍ୟୟନ କରିଥିଲା। ଏଠାରେ ଲରେନ୍ସ ରାଜନୀତିରେ ଆଗ୍ରହ ପ୍ରକାଶ କରି ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ। ଆଉ ଏଠାରୁ ହିଁ ସେ ଧୀରେ ଧୀରେ ଛାତ୍ର ନେତାରୁ ପାଲଟି ଯାଇଥିଲା ଗ୍ୟାଙ୍ଗଷ୍ଟର।
୨୦୧୧ରେ ପଞ୍ଜାବ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଲରେନ୍ସ ବିଷ୍ଣୋଇ ଯେ ଦିନେ ସାରା ଦେଶର ସବୁଠୁ ବଡ଼ ଗ୍ୟାଙ୍ଗ ଷ୍ଟାର ହେବ ସେ କଥା କେହି କେବେ ଭାବିନଥିଲେ। ୨୦୧୧ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ସାଂସଦ ସଭାପତି ହେବା ପରଠୁ ଅପରାଧ ଦୁନିଆରେ ଏଣ୍ଟ୍ରି ମରିଥିଲା ଲରେନ୍ସ। ଅପରାଧ ଦୁନିଆରେ ଏଣ୍ଟ୍ରି କରିବା ପୂର୍ବରୁ ଲରେନ୍ସ ଏଲ୍ଏଲ୍ବି କରି ସାରିଥିଲା। ଏହି ବିଶ୍ୱ ବିଦ୍ୟାଳୟରେ ପଢ଼ିବା ସମୟରେ ହିଁ ସେ ଗୋଲ୍ଡି ବ୍ରାର ସମ୍ପର୍କରେ ଆସିଥିଲା। ଏଠାରୁ ହିଁ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ଘନିଷ୍ଠତା।
ଚୋରି, ଡକାୟତି, ଧକମ ଦେବା, ୱସୁଲି-ଦାଦାବଟି ଆଦାୟ କରିବା ଭଳି ଏକାଧିକ ମାମଲାରେ ସେ ବାରମ୍ବାର ଗିରଫ ହେଇ ଜେଲରେ ରହିଛି। ତେବେ ସଲମାନ୍ ଖାନଙ୍କୁ ଟାର୍ଗେଟ କରିବା ପରେ ରାତାରାତି ଚର୍ଚ୍ଚାକୁ ଆସିଥିଲା ଲରେନ୍ସ। ୧୯୯୮ ରାଜସ୍ଥାନରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ୍ ଫସିବା ପରେ ବଢିଥିଲା ଲରେନ୍ସ ଓ ଭାଇଜାନଙ୍କ ମଧ୍ୟରେ ଶତ୍ରୁତା।
ବିଷ୍ଣୋଇ ସମାଜରେ କୃଷ୍ଣସାର ମୃଗକୁ ପୂଜା କରାଯାଉଥିବାରୁ ଏହା ସାରା ବିଷ୍ଣୋଇ ସମାଜ ପ୍ରତି ଅପମାନ ଦର୍ଶାଇ ସଲମାନ୍ଙ୍କୁ ହତ୍ୟା କରିବାକୁ ଦିଲ୍ଲୀ ତିହାର ଜେଲରୁ ଖୋଲାଖୋଲି ଧମକ ଦେଇଛି ଲରେନ୍ସ। ସେବେଠୁ ସଲମାନ୍ ଖନଙ୍କୁ ବାରମ୍ବାର ଧମକ ଦେବା, ଗତ ଜୁଲାଇରେ ଘର ଉପରକୁ ଫାଇରିଂ ପଛରେ ତା' ହାତ ରହିଛି।
ଏମିତିକି ୨୦୨୨ ରେ ପଞ୍ଜାବୀ ପପ୍ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାକୁ ବିଷ୍ଣଇ ଗ୍ୟାଙ୍ଗ ହିଁ ବିଚ୍ ରାସ୍ତାରେ ହତ୍ୟା କରିଥିଲା। ଲରେନ୍ସର ଦବଦବା ଏତେ ଯେ ଗୁଜରାଟ ସାବରମତୀ ଜେଲରେ ବସି ସେ ଦିଲ୍ଲୀ, ହରିୟଣା, ପଞ୍ଜାବ, ରାଜସ୍ଥାନ ଆଉ ଏବେ ମୁମ୍ବାଇରେ ଗ୍ୟାଙ୍ଗ ଚଲାଉଛି।
ଅଣ୍ଡରୱାର୍ଲଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ରାସ୍ତାରେ ଲରେନ୍ସ ବିଷ୍ଣୋଇ। ଦାଉଦ ଭଳି ଲରେନ୍ସ ବିଷ୍ଣୋଇର ଅଛନ୍ତି ୭୦୦ ସୁଟର୍। କେବଳ ପଞ୍ଜାବରୁ ୩୦୦ ସୁଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରେ ଅଛନ୍ତି। ଏନେଇ ଏନଆଇଏ ଚାର୍ଜସିଟରେ ଉଲ୍ଲେଖ କରିଛି। ପ୍ରାୟ ୧୧ ଟି ଦେଶରେ ତା'ର ଅପରାଧିକ ନେଟୱାର୍କ ରହିଛି। ଏପରିକି କାନାଡାରେ ବି ତା ଅପରାଧ ଚାଲେ। ଦାଉଦ ଭଳି ଲରେନ୍ସ ବିଷ୍ଣୋଇ ଏବେ ଗ୍ୟାଙ୍ଗ ଚଳାଉଛି। ସୁପାରି କିଲିଂ, ଧମକ, ବଟି ଆଦାୟ ଭଳି କାରବାରରେ ସମ୍ପୃକ୍ତ ଅଛି।