Advertisment

ମାଧବୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା; ଜାଣନ୍ତୁ, କିଏ ଏହି ମହିଳା?

ମାଧବୀ ପୁରୀ ବୁଚ୍‌ ୨୦୨୨ ମସିହା ମାର୍ଚ୍ଚ ୧ ତାରିଖରୁ ଭାରତର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ର ପ୍ରଥମ ମହିଳା ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଦାୟିତ୍ୱ ତୁଲାଇବାରେ ସେ ସର୍ବକନିଷ୍ଠ ଚେୟାରମ୍ୟାନ୍‌ ।

author-image
Niharika Rout
ଅଦ୍ୟତନ ହୋଇଛି
  Madhabi-Puri-Puch

Madhabi-Puri-Puch

ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଏଥର ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ କରିଛି। ଆଦାନି ଗ୍ରୁପ ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଥିବା ହିଣ୍ଡେନବର୍ଗ ନିଜ ରିପୋର୍ଟରେ ପ୍ରକାଶ କରିଛି। ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ କିଏ ଏହି ମାଧବୀ ପୁରୀ ବୁଚ୍‌ ତାହା ଜାଣିବାକୁ ସମଗ୍ର ଦେଶବାସୀ ଖୁବ୍‌ ଉତ୍ସୁକ ଅଛନ୍ତି।

Advertisment

ମାଧବୀ ପୁରୀ ବୁଚ୍‌ଙ୍କ ଜନ୍ମ ୧୯୬୬ ମସିହାରେ ହୋଇଥିଲା। ସେ ମୁମ୍ବାଇ ଓ ଦିଲ୍ଲୀରେ ସ୍କୁଲ ପାଠ ପଢ଼ା ଶେଷ କରିଥିଲେ। ଏହାପରେ ସେ ଡିୟୁ ସେଣ୍ଟ ସ୍ପିଫନ୍ସ କଲେଜରେ ଗଣିତରେ ଅନର୍ସ କରିବା ସହଏହାପରେ ସେ IMM ଅହମ୍ମଦାବାଦରୁ MBA କରିଥିଲେ ।

ମାଧବୀ ପୁରୀ ବୁଚ୍‌ ୨୦୨୨ ମସିହା ମାର୍ଚ୍ଚ ୧ ତାରିଖରୁ ଭାରତର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ର ପ୍ରଥମ ମହିଳା ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଦାୟିତ୍ୱ ତୁଲାଇବାରେ ସେ ସର୍ବକନିଷ୍ଠ ଚେୟାରମ୍ୟାନ୍‌ ।

Advertisment

ଏହା ପୂର୍ବରୁ ସେ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ବଜାର ନିୟମାଙ୍କ, ନିବେଶ ପ୍ରବନ୍ଧନ ଓ ଆଇଟି ସମ୍ବନ୍ଧିତ ବିଭାଗର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ତୁଲାଇଛନ୍ତି।

ମାଧବୀ ୧୯୮୯ ମସିହାରୁ ICICI ବ୍ୟାଙ୍କରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୩ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ମାଧବୀ ଇଂଲଣ୍ଡର ଏକ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୧୨ ବର୍ଷ ପର୍ଯ୍ୟନ୍ତ ସେ ବିଭିନ୍ନ କମ୍ପାନୀର ସେଲ୍ସ, ମାର୍କେଟିଂ ଓ ପ୍ରଡକ୍ଟ ଡେପଲପମେଣ୍ଟ ଆଦି ବିଭାଗରେ ବିଭିନ୍ନ ପଦପଦବୀ ସମ୍ଭାଳିଥିଲେ।

madhabi puri buch with husbandଧବଲ ବୁଚ ଓ ପତ୍ନୀ ମାଧବୀ ପୁରୀ ବୁଚ୍‌ ।

୨୦୧୩ ମସିହାରୁ ୨୦୧୭ ମସିହା ମଧ୍ୟରେ ବ୍ରିକ୍ସ ଦେଶଙ୍କୁ ନେଇ ଗଠିତ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରେ ଆଡଭାଇଜରି ଭାବେ କାମ କରିଥିଲେ। ଏହାପରେ ୨୦୧୭ ମସିହାରେ ତାଙ୍କୁ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୨ ମସିହାରେ ସେ ସେବିର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।

ମାଧବୀ ଦେଶବିଦେଶରେ ବହୁ ପ୍ରାଇଭେଟ କମ୍ପାନୀରେ ବଡ଼ ପଦବୀରେ କାମ କରିବା ସହ ବହୁ ଅଭିଜ୍ଞତା ବି ସାଉଣ୍ଟିଛନ୍ତି। ସେ ସାଂଘାଇସ୍ଥିତ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରେ ପରାମର୍ଶଦାତା ଭାବେ ଓ ସିଙ୍ଗାପୁରସ୍ଥିତ ଗ୍ରେଟର ପାସିଫିକ କ୍ୟାପିଟାଲ କାର୍ଯ୍ୟାଳୟର ପ୍ରମୁଖ ରୂପେ କାର୍ଯ୍ୟ କରିଛନ୍ତି ।

ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ସହ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ସମ୍ପର୍କରେ ମଧ୍ୟ ଏବେ ଚର୍ଚ୍ଚା ଚାରିଆଡ଼େ। ଧବଲ ବୁଚଙ୍କ ପରିଚୟ ହେଉଛି ସେ ଜଣେ ଅଭିଜ୍ଞ ସମ୍ପନ୍ନ ବିଜନେସମ୍ୟାନ୍‌ । ସେ ଏବେ Blackstone ଏବଂ Alvarez & Marshall କମ୍ପାନୀରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଅନ୍ତରାଷ୍ଟ୍ରୀୟ କମ୍ପାନୀ unilever ସହ ବି ତାଙ୍କର ତିନି ଦଶନ୍ଧିର କ୍ୟାରିଅର ରହିଛି। ସେ ଆଇଆଇଟି ଦିଲ୍ଲୀରୁ ୧୯୮୪ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।

Hindenburg Hindenburg Vs SEBI Sebi Chief Madhabi Buch