Advertisment

ଖଲିସ୍ତାନୀ ଆତଙ୍କୀ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ଘଟଣାରେ ଧରାପଡ଼ିଥିବା ନିଖିଲ ଗୁପ୍ତା କିଏ?

ନିଖିଲ ଗୁପ୍ତାଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଦଫା ମଧ୍ୟ ଲାଗିଛି। ଆମେରିକା ମାଟିରେ ଏପରି ହତ୍ୟା ଉଦ୍ୟମ ହୋଇଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

Pannu

Pannu

Advertisment

ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା ଉଦ୍ୟମ ଘଟଣାରେ ଧରାପଡ଼ିଥିବା ନିଖିଲ ଗୁପ୍ତା ଏବେ ଚର୍ଚ୍ଚାରେ। ଭାରତ ସରକାରଙ୍କ ଜଣେ ଅଧିକାରୀଙ୍କ ଇସାରାରେ ନିଖିଲ ଗୁପ୍ତା ହିଁ ପନ୍ନୁକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଆମେରିକା ସରକାର ଦାବି କରିଛନ୍ତି।

Advertisment

ନିଖିଲ ଗୁପ୍ତାଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଦଫା ମଧ୍ୟ ଲାଗିଛି। ଆମେରିକା ମାଟିରେ ଏପରି ହତ୍ୟା ଉଦ୍ୟମ ହୋଇଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଗୁପ୍ତା ଭଡ଼ାଟିଆ ଅପରାଧିକଙ୍କ ଦ୍ୱାରା ପନ୍ନୁକୁ ହତ୍ୟା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଯାହା ସହ ଏଥିପାଇଁ ଯୋଗାଯୋଗ କରିଥିଲେ ସେ ଆମେରିକା ଫେଡରାଲ ଏଜେନ୍ସିର ଜଣେ ଅଣ୍ଡର କଭର ଏଜେଣ୍ଟ ଭାବେ ଉଭା ହୋଇଥିଲେ। ଏଥିପାଇଁ ୫୨ ବର୍ଷୀୟ ଗୁପ୍ତାଙ୍କୁ ଚେକ ଗଣରାଜ୍ୟରେ ଗିରଫ କରାଯାଇଛି। ତାଙ୍କୁ ଖୁବଶୀଘ୍ର ଆମେରିକା ପଠାଯିବ। ଯଦି ତାଙ୍କର ଦୋଷ ପ୍ରମାଣିତ ହେବ, ତା’ହେଲେ ତାଙ୍କୁ ୨୦ ବର୍ଷ ଯାଏ ଜେଲରେ ରହିବାକୁ ପଡ଼ିପାରେ।

Advertisment

ନ୍ୟୁୟର୍କ ସିଟିରେ ରହୁଥିବା ପନ୍ନୁକୁ ହତ୍ୟା କରିବା ପାଇଁ ଭାରତର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଯୋଜନା କରିଥିଲେ। ତେବେ ଉକ୍ତ ଅଧିକାରୀଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ଭାରତୀୟ ଅଧିକାରୀ ହତ୍ୟା ଉଦ୍ୟମ କରିଥିଲେ ହେଁ ଆମେରିକା ସରକାର ଏହାକୁ ଭଣ୍ଡୁର କରିଦେଇଥିଲେ ବୋଲି ଗତ ସପ୍ତାହରେ ରିପୋର୍ଟ ପ୍ରକାଶ ପାଇଥିଲା।

ଆମେରିକା ପକ୍ଷରୁ ଭାରତୀୟ ଅଧିକାରୀଙ୍କୁ ସିସି ୧ ଭାବେ ପରିଚୟ ଦିଆଯାଇଛି। ଆମେରିକା ଆହୁରି ଦାବି କରିଛି ଯେ ଭାରତରୁ ହିଁ ଜଣେ ଆମେରିକା ନାଗରିକ (ପନ୍ନୁ)ଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏଥିପାଇଁ ୨୦୨୩ ମେ’ ମାସରେ ସିସି-୧ ଓ ଗୁପ୍ତାଙ୍କ ମଧ୍ୟରେ ଅନେକ ଥର ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲା।

ପନ୍ନୁଙ୍କ ହତ୍ୟା ପାଇଁ ସିସି-୧ ଗୁପ୍ତାଙ୍କୁ କହିଥିଲେ। ଏହା ବଦଳରେ ଗୁପ୍ତାଙ୍କ ନାଁରେ ଭାରତରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର କରି ଦିଆଯିବ ବୋଲି ସିସି-୧ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଗୁପ୍ତା ରାଜି ହୋଇଥିଲେ। ଏପରି କି ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଗୁପ୍ତା ଦିଲ୍ଲୀ ଯାଇ ବ୍ୟକ୍ତିଗତ ଭାବେ ସିସି-୧ଙ୍କୁ ଭେଟିଥିଲେ।

୨୦୨୩ ମସିହା ମେ’ ୬ରେ ଗୋଟିଏ ମେସେଜିଂ ଆପ୍‌ରେ ସେମାନଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ ଉକ୍ତ ଅଧିକାରୀ ଜଣଙ୍କ ଗୁପ୍ତାଙ୍କୁ ମେସେଜ କରି ତାଙ୍କ ନମ୍ବରକୁ ସିସି-୧ ଭାବେ ସେଭ କରିବାକୁ କହିଥିଲେ। ଗୁପ୍ତା ମଧ୍ୟ ସମାନ ନାଁରେ ନମ୍ବର ସେଭ କରିଥିଲେ। ଏହାପରେ ସିସି-୧ ଗୁପ୍ତାଙ୍କୁ ମେସେଜ କରି ନ୍ୟୁୟର୍କ ଓ କାଲିଫର୍ଣ୍ଣିଆରେ ଆମର ଟାର୍ଗେଟ ରହିଥିବା କହିଥିଲେ।

ଏହି ନିର୍ଦ୍ଦେଶ ପରେ ଗୁପ୍ତା ଭଡ଼ାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପାଇଁ ଯୋଗାଡ଼ କରିଥିଲେ। କିନ୍ତୁ ବାସ୍ତବରେ ଉକ୍ତ ବ୍ୟକ୍ତି ଜଣଙ୍କ ଆମେରିକା ସରକାରଙ୍କ ଏଜେଣ୍ଟ ବାହାରିଥିଲେ। ତଥାପି ସେ ତାଙ୍କ ପରିଚୟ ଗୋପନ ରଖିଥିଲେ। ଗୁପ୍ତାଙ୍କ ଜରିଆରେ ସିସି-୧ଙ୍କ ସହ ତାଙ୍କର ଡିଲ୍‌ ହୋଇଥିଲା।

ହତ୍ୟାକାଣ୍ଡ ପାଇଁ ତାଙ୍କୁ ୧୦୦,୦୦ ଡଲାର ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଅଣ୍ଡର କଭର ଏଜେଣ୍ଟ ଜଣଙ୍କ ଗୁପ୍ତା ଓ ସିସି-୧ଙ୍କର ସବୁ ଯୋଜନାକୁ ଭଣ୍ତୁର କରି ଦେଇଥିଲେ ବୋଲି ଆମେରିକା ସରକାର କହିଛନ୍ତି।

ଭାରତ ସରକାର ଆମେରିକା ଏପରି ଦାବିକୁ ନିଶ୍ଚିତ ଚିନ୍ତାର ବିଷୟ ବୋଲି କହିଛନ୍ତି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆମେରିକା ପକ୍ଷରୁ ଭାରତର ଏପରି ପଦକ୍ଷେପକୁ ସ୍ୱାଗତ କରାଯାଇଛି।

Khalistan Khalistani Terrorist Threatens Khalistani Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe