Advertisment

ମୃତ୍ୟୁସଂଖ୍ୟାକୁ ନେଇ କିଏ କହୁଛନ୍ତି ସତ? ମମତା-ଅଶ୍ୱିନୀ କଥା କଟାକଟି

ଦୁର୍ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁସଂଖ୍ୟାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଦକ୍ଷିଣ ପୂର୍ବ ରେଳବାଇ ପ୍ରଥମେ ସୂଚନା ଦେଇଥିଲା ଯେ ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୩୮ ଜଣ ପ୍ରାଣ ହରାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Mamata and Ashwini

Mamata and Ashwini

ବାଲେଶ୍ୱର ଟ୍ରେନ ଟ୍ରାଜେଡିର ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୩ ଟ୍ରେନ ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୨୩୮,୨୬୧, ୨୮୮, ୫୦୦ ଓ ହଜାରେ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି ହେବାରେ ଲାଗିଛି।

Advertisment

ସ୍ଥିତି ଏପରି ହୋଇଛି ଯେ ମୃତ୍ୟୁସଂଖ୍ୟାକୁ ନେଇ ବାହାନଗା ଦୁର୍ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। କ୍ୟାମେରା ଆଗରେ ଦୁଇ ନେତା ଭିନ୍ନଭିନ୍ନ ମୃତ୍ୟୁସଂଖ୍ୟା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବାହାନଗାରେ ପହଞ୍ଚି ଆଜି ମୁଖ୍ୟମନ୍ତ୍ରୀ ମମତା ସ୍ଥିତି ଯାଞ୍ଚ କରିଥିଲେ। ସେ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୫ଶହ ଲୋକ ପ୍ରାଣ ହରାଇଥିବା ଗଣମାଧ୍ୟମକୁ କହିଥିଲେ। ଏହି ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏହାକୁ କାଉଣ୍ଟର କରିଥିଲେ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୫ଶହ, ମୃତ୍ୟୁ ସଂଖ୍ୟା ୨୩୮ ବୋଲି ସେ କହିଥିଲେ।

Advertisment

ଏହାର ଜବାବରେ ମମତା କହିଥିଲେ ଯେ ଆହୁରି ୩ଟି ବଗିରେ ମୃତଦେହ ରହିଛି। ତେଣୁ ମୃତ୍ୟୁସଂଖ୍ୟା ୫ ଶହରୁ ଅଧିକ ବୋଲି ସେ ଦୋହରାଇଥିଲେ।

ଅନ୍ୟପକ୍ଷରେ ଦୁର୍ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁସଂଖ୍ୟାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଦକ୍ଷିଣ ପୂର୍ବ ରେଳବାଇ ପ୍ରଥମେ ସୂଚନା ଦେଇଥିଲା ଯେ ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୩୮ ଜଣ ପ୍ରାଣ ହରାଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଏହି ସଂଖ୍ୟାକୁ ରେଳବାଇ ପକ୍ଷରୁ ୨୬୧ କୁହାଯାଇଛି। 

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ କହିଛନ୍ତି ଯେ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତକାଲି ଘଟଣାସ୍ଥଳକୁ ଯାଇଥିଲେ। ସେ ନିର୍ଦ୍ଦିଷ୍ଟ ଭାବେ ମୃତ୍ୟୁସଂଖ୍ୟା କେତେ ବୋଲି କହି ନଥିଲେ ହେଁ ଦୁର୍ଘଟଣାରେ ଶହଶହ ଲୋକ ଆଖିବୁଜି ଥିବା ସୂଚନା ଦେଇଥିଲେ।

ତେବେ ଜଣେ ପ୍ରତ୍ୟେକ୍ଷଦର୍ଶୀ ସାଂଘାତିକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣାରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସରକାର ଏହାକୁ ଲୁଚାଉଛନ୍ତି।

Odisha Train Accident Train Tragedy