/odisha-reporter/media/media_files/2025/11/22/tejas-2025-11-22-13-53-48.jpg)
ୱିଙ୍ଗ କମାଣ୍ଡର ନମଂଶ ସ୍ୟାଲ୍
ହିମାଚଳ ପ୍ରଦେଶର ନଗ୍ରୋଟା ଭବନରେ ଥିବା ପଟିଆଲାକଡ ଗାଁ ପୂରା ସ୍ତବ୍ଧ। ସମସ୍ତଙ୍କୁ ଆଖିରୁ ଝରୁଛି ଲୁହ। କାରଣ ଗାଁର ପୁଅ ୱିଙ୍ଗ କମାଣ୍ଡର ନମଂଶ ସ୍ୟାଲ ଆଉ ନାହାନ୍ତି। ୩୪ ବର୍ଷୀୟ ଏହି ବାୟୁବୀର ଜଣଙ୍କ ୟୁଏଇରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ତେଜସରେ ରଣକୌଶଳ ଦେଖାଉଥିବା ବେଳେ ସହିଦ ହୋଇଯାଇଛନ୍ତି।
ଏୟାର ଶୋ’ ବେଳ ତେଜସ ଯୁଦ୍ଧ ବିମାନ(Tejas Aircraft) ଖସି ପଡ଼ିବା ସହ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହାକୁ ଉଡ଼ାଉଥିବା ବାୟୁବୀର ୱିଙ୍ଗ କମାଣ୍ଡର ନମଂଶ ମଧ୍ୟ ପ୍ରାଣ ହରାଇଛନ୍ତି। ପୁଅର ମୃତ୍ୟୁ ଖବର ପରିବାର ଲୋକ ୟୁଟ୍ୟୁବରୁ ଜାଣିବା ପରେ ପୂରା ସ୍ତବ୍ଧ। କାରଣ ନମଂଶ ପରିବାର ଲୋକଙ୍କୁ ୟୁଟ୍ୟୁବରେ ତେଜସ ରଣକୌଶଳର ତାଜା ଚିତ୍ର ଦେଖିବାକୁ କହିଥିଲେ। ପରିବାର ଲୋକ ସେହି ୟୁଟ୍ୟୁବରୁ ହିଁ ପ୍ରଥମେ ପୁଅର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ଏହାପରେ ବାୟୁସେନା ପକ୍ଷରୁ ସେମାନଙ୍କୁ ପୁଅର ମୃତ୍ୟୁ ଖବର ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଦୁବାଇ(Dubai) ଏୟାର ଶୋ’ର ଶେଷ ଦିନ(ଶୁକ୍ରବାର)ରେ ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ଅଲ୍ ମକ୍ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ (ଭାରତୀୟ ସମୟ ଅପରାହ୍ନ ୩.୪୦) ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ବିମାନଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ରନ୍ୱେ ନିକଟରେ ଖସିପଡ଼ିବା ସହ ଜଳିଯାଇଥିଲା। ଏଥିରେ ୱିଙ୍ଗ କମାଣ୍ଡର ନମଂଶଙ୍କ ମୃତ୍ୟୁ ହୋଇଛି।
ୱିଙ୍ଗ କମାଣ୍ଡର ନମଂଶ ନାଗ୍ରୋଟା ଭବନର ମୂଳବାସିନ୍ଦା। ସେ ନିଜର ଶୃଙ୍ଖଳା ଓ ଦକ୍ଷତା ସେବା ରେକର୍ଡ ପାଇଁ ବେଶ ପରିଚିତ ଥିଲେ। ହାମିରପୁର ଜିଲ୍ଲାରେ ଥିବା ସୈନିକ ସ୍କୁଲରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ ନମଂଶ। ତାଙ୍କ ପତ୍ନୀ ମଧ୍ୟ ଭାରତୀୟ ବାୟୁସେନାର ଜଣେ ଅଧିକାରୀ। ପରିବାର କହିଲେ ପତ୍ନୀ, ୬ ବର୍ଷର ଝିଅ ଓ ବୃଦ୍ଧ ବାପା ମା’।
ତାଙ୍କ ବାପା ଜଗନ ନାଥ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର। ସେନାରୁ ଅବସର ନେବା ପରେ ସେ ହିମାଚଳ ପ୍ରଦେଶର ଶିକ୍ଷା ବିଭାଗରେ ଯୋଗ ଦେଇ ଗୋଟିଏ ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିଥିଲେ। ନମଂଶ ଏବେ ବାୟୁସେନାରେ ସ୍କ୍ୱାର୍ଡନ ଲିଡର ଭାବେ କାମ କରୁଥିଲେ। ଖୁବାଶୀଘ୍ର ତାଙ୍କର ପ୍ରମୋସନ ହେବାର ଥିଲା।
ତେଜସ କ୍ରାଶରେ ନମଂଶଙ୍କ ମୃତ୍ୟୁ ଖବର କାଙ୍ଗ୍ରା ଭ୍ୟାଲିକୁ ସ୍ତବ୍ଧ କରି ଦେଇଛି। ଶତାଧିକ ଲୋକ ତାଙ୍କ ଘର ବାହାରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ ଘଟଣାରେ ଶୋକ ପ୍ରକାଶ ପାଇବା ସହ ଦେଶ ଜଣେ ସାହାସୀ ପାଇଲଟଙ୍କୁ ହରାଇଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
