Advertisment

Ajit pawar: ଅଜିତ ପାୱାରଙ୍କ ବିମାନ କ୍ରାଶରେ ପ୍ରାଣ ହରାଇଥିବା ଦୁଇ ପାଇଲଟ ସମୁତି ଓ ସମ୍ଭାବୀ କିଏ?

ଦୁର୍ଘଟଣାରେ ବିମାନଟି ନିଆଁ ପିଣ୍ଡୁଳା ପାଲଟି ଯାଇଥିବା ବେଳେ ଏହା ମଧ୍ୟରେ ଥିବା ସମସ୍ତ ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଜିତ ପାୱାରଙ୍କ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ଆଟେଡାଣ୍ଡ ଓ ବିମାନର ଦୁଇ ପାଇଲଟ ରହିଛନ୍ତି।

author-image
Hemant Lenka
Crash

ସମ୍ଭାବୀ, ଅଜିତ ଓ ସୁମିତ

ବୁଧବାର ସକାଳେ ଆରମ୍ଭ ହୋଇଥିବା ଗୋଟିଏ ନିୟମିତ ରାଜନୀତିକ ଟ୍ରିପ ଭୟଙ୍କର ଢଙ୍ଗରେ ଶେଷ ହୋଇଛି। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit pawar)ଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ ବିମାନ ଲିୟରଜେଟ ୪୫ ପୁଣେର ବାରାମତୀ ଏୟାରପୋର୍ଟ ନିକଟରେ ହୋଇଯାଇଛି କ୍ରାଶ।

Advertisment

ଦୁର୍ଘଟଣାରେ ବିମାନଟି ନିଆଁ ପିଣ୍ଡୁଳା(Plane Crash) ପାଲଟି ଯାଇଥିବା ବେଳେ ଏହା ମଧ୍ୟରେ ଥିବା ସମସ୍ତ ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଜିତ ପାୱାରଙ୍କ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ଆଟେଡାଣ୍ଡ ଓ ବିମାନର ଦୁଇ ପାଇଲଟ ରହିଛନ୍ତି। ବିମାନଟି ସକାଳ ୮ଟାରେ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ବାରାମତୀରେ ଲ୍ୟାଣ୍ଡିଂ ଉଦ୍ୟମ ବେଳେ ଏହା ନିୟନ୍ତ୍ରଣ ହରାଇ ୮.୪୫ରେ କ୍ରାଶ ହୋଇଯାଇଥିଲା। 

ଦୁର୍ଘଟଣାରେ ଦୁଇ ପାଇଲଟ ମୃତ 

ବିମାନରେ ଥିବା ଦୁଇ ପାଇଲଟ ହେଲେ କ୍ୟାପ୍ଟେନ ସୁମିତ କପୁର ଓ କ୍ୟାପ୍ଟେନ ସମ୍ଭାବୀ ପାଠକ। ଉଭୟ ବେମସାରିକ ବିମାନ ଚଳାଚଳରେ ବେଶ ଅଭିଜ୍ଞ। ବିମାନର ପରିଚାଳନା କରୁଥିବା ଭିଏସ୍‌ଆର ଆଭିଏସନ ସେମାନଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। କ୍ୟାପ୍ଟେନ ସମ୍ଭାବୀ ପାଠ ହେଉଛନ୍ତି ଜଣେ ଆର୍ମି ଅଫିସରଙ୍କ ଝିଅ।

Advertisment

ସେ ଏୟାର ଫୋସଆ ବାଲ ଭାରତୀରେ ପାଠ ପଢ଼ିଥିବା ବେଳେ ଅରୋନଟିକ୍ସ, ଆଭିଏସନ ଓ ଏରୋସ୍ପେଶ ସାଇନ୍ସ ଏବଂ ଟେକ୍ନୋଲୋଜିରେ ବିଏସ୍‌ସି ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ସେ ନ୍ୟୁଜିଲ୍ୟାଣ୍ଡ ଅନ୍ତର୍ଜାତୀୟ ବ୍ୟବସାୟିକ ପାଇଲଟ ଏକାଡେମୀରେ ତାଲିମ ନେଇଥିଲେ। 

କ୍ୟାପ୍ଟେନ ସୁମିତ କପୁରଙ୍କ ଅଭିଜ୍ଞତା ସମ୍ଭାବୀଙ୍କ ଠାରୁ ଢେର ଅଧିକ। ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ସେ ବିମାନ କ୍ରୁଙ୍କ ନେତୃତ୍ୱ ନିଅନ୍ତି। ବିଶେଷ କରି ଉଡ଼ାଣ ଓ ଅବତରଣ ସମୟରେ ତାଙ୍କ ନିର୍ଦ୍ଦେଶକୁ ପାଳନ କରାଯାଲ। 

ଦୁର୍ଘଟଣା ଗ୍ରସ୍ତ ଚାର୍ଟାର୍ଡ ବିମାନର ମାଲିକ ତଥା ଭିଏସଆରର ନିର୍ଦ୍ଦେଶକ ବିଜୟ କୁମାର ସିଂହ କହିଛନ୍ତି, ଲ୍ୟାଣ୍ଡିଂ ନିଷ୍ପତ୍ତି ପାଇଲଟରଙ୍କର ଥିଲା। ପ୍ରଥମେ ସେ ରନୱେ ୨୯ ଆଡ଼କୁ ଯାଇଥିଲେ। ସେଠାରେ ବିଫଳତା ମିଳିବାରୁ ସେ ପୁଣି ରନୱେ ୧୧ରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ଦୁଇ ପାଇଲଟଙ୍କ ସହ ମୋର କୌଣସି ଯୋଗାଯୋଗ ନଥିଲା। ଏହା ଗୋଟିଏ ଦୁର୍ଭାଗ୍ୟଜନକ ଘଟଣା। ଆମେ ବହୁତ ଦୁଃଖିତ।

ପ୍ରାଥମିକ ଭାବେ ଜଣାପଡ଼ୁଛି ଯେ ପାଇଲଟ ସମ୍ଭବତଃ ରନୱେ ଦେଖି ପାରି ନଥିଲେ। ସୁମିତଙ୍କ ପାଖରେ ୧୬ ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଥିଲା। ସହ ପାଇଲଟ ସମ୍ଭାବୀ ପାଠକ ୧୫ଶହ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଇଛନ୍ତି।

ଦୁଇ କ୍ୟାପ୍ଟେନ ବେଶ ଅଭିଜ୍ଞ ଥିଲେ। ସୁମିତ ପୂର୍ବରୁ ସାହାରା, ଜେଟଲାଇଟ ଓ ଜେଟ ଏୟାରୱେଜ ବିମାନ ଉଡ଼ାଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ବିମାନ ୧୬ ବର୍ଷ ପୁରୁଣା ହୋଇଥିଲେ ହେଁ ସଂପୂର୍ଣ୍ଣ ସୁରକ୍ଷିତ ରହିଥିଲା। ବିମାନରେ କୌଣସି ବୈଷୟିକ ତ୍ରୁଟି ପାଇଁ ଏତେ ବଡ଼ ଘଟଣା ଘଟିନି।

କ୍ୟାପ୍ଟେନ ସୁମିତ କପୁର ମୋର ଜଣେ ଭଲ ବନ୍ଧୁ ଥିଲେ। ତାଙ୍କ ପୁଅ ମଧ୍ୟ ଆମ ସହ ପାଇଲଟ ଭାବେ କାମ କରୁଛନ୍ତି। କ୍ୟାପ୍ଟେନ ସମ୍ଭାବୀ ମୋର ଝିଅ ଭଳି। ଉଭୟ ବହୁତ ଭଲ ମଣିଷ।” 

Plane Crash Ajit Pawar