Advertisment

କଂଗ୍ରେସ ଜିତିଲେ କିଏ ହେବେ ମୁଖ୍ୟମନ୍ତ୍ରୀ? କ’ଣ କହିଲେ ସିଦ୍ଦରମୈୟା ଓ ଶିବକୁମାର

ଉଭୟ ଡି.କେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶା ରଖିଛନ୍ତି।

ଅଦ୍ୟତନ ହୋଇଛି
siddaramaiah and shivakumar

siddaramaiah and shivakumar

Advertisment

ଏଥର କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବହୁମତରେ ବିଜୟୀ ହେବାକୁ ଆଶା ରଖିଛି କଂଗ୍ରେସ। ଯଦି ଦଳ ଜିତିବ, ତା’ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। କାରଣ ଉଭୟ ଡି.କେ ଶିବକୁମାର (କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ସଭାପତି) ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶା ରଖିଛନ୍ତି। ଶନିବାର ଏକ କାର୍ଯ୍ୟକ୍ରମରେ ସିଦ୍ଦରମୈୟା ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି।

Advertisment

ସିଦ୍ଦରମୈୟା କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛି। ଡି.କେ ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ କଂଗ୍ରେସ ଭିତରେ ଦୁଇଟି ଗୋଷ୍ଠୀ ଅଛନ୍ତି। ଆମେ ସମସ୍ତେ ଏକାଠି ଅଛୁ। ଆମେ ସମସ୍ତେ ଏକଜୁଟ ହୋଇ ଲୋକଙ୍କ ପାଖକୁ ଯାଉଛୁ। କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନିଷ୍ପତ୍ତି ଦଳର ବିଧାୟକମାନେ ନେବେ।

ସେ କହିଛନ୍ତି, ଏହା ମୋର ଶେଷ ନିର୍ବାଚନ। ଏଥର ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ନ ମିଳିଲେ ମଧ୍ୟ ମୁଁ ଆସନ୍ତା ନିର୍ବାଚନରେ ନାମାଙ୍କନପତ୍ର ଦାଖଲ କରିବି ନାହିଁ।

Advertisment

ଏଥର କର୍ଣ୍ଣାଟକାରେ ଝୁଲା ବିଧାନସଭା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ସେ କହିଛନ୍ତି, ଏହି ନିର୍ବାଚନରେ କଂଗ୍ରାସ ୧୩୦ରୁ ଅଧିକ ଆସନରେ ଜିତିବ। ଲୋକେ ବିଜେପି ଉପରେ ପୂରା ଅସନ୍ତୁଷ୍ଟ ଅଛନ୍ତି। ଦୁର୍ନୀତି, କୁଶାସନ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ନେଇ ରାଜ୍ୟବାସୀ ଶାସକ ଦଳ ଉପରେ କ୍ଷୁବ୍ଧ ଅଛନ୍ତି। ଡବଲ ଇଞ୍ଜିନ ସରକାରରୁ କର୍ଣ୍ଣାଟକାକୁ କ’ଣ ଲାଭ ମିଳିଛି ବୋଲି ସିଦ୍ଦରମୈୟା ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଶିବକୁମାରଙ୍କୁ ଯେତେବେଳେ ପଚରାଯାଇଥିଲା ମୁଖ୍ୟମନ୍ତ୍ରୀ ରେସରେ ଦଳରୁ କିଏ ଆଗରେ ରହିଛି, ସେ କହିଥିଲେ, କଂଗ୍ରେସକୁ ରାଜ୍ୟରେ ଜିତାଇବାକୁ ମୁଁ ଆଗରେ ରହିଛି। ୨୦୦% ଗ୍ୟାରେଣ୍ଟି ଦେଉଛି ଦଳ ଜିତିବ। ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ହାଇକମାଣ୍ଡ ନିଷ୍ପତ୍ତି କରିବେ ବୋଲି ସେ କହିଛନ୍ତି।

Congress Karnataka Polls 2023 Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe