Advertisment

ଆସନ୍ତା ନିର୍ବାଚନରେ ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା? ବିତର୍କ ଉପରେ ପଡ଼ିଲା ପୂର୍ଣ୍ଣଛେଦ

ଦିଲ୍ଲୀ କଂଗ୍ରସ ଏଆଇସିସି ମୁଖ୍ୟାଳୟରେ ଆଜି ବସିଥିବା ବୈଠକରେ ଏଥିସହ ୪ ବଡ଼ ନିଷ୍ପତ୍ତି ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Shin Pilot, VC Venugopal, Ashok Gehlot

Shin Pilot, VC Venugopal, Ashok Gehlot

ରାଜସ୍ଥାନରେ କିଏ ନେବ କଂଗ୍ରେସର ନେତୃତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା? ଏହା ଉପରେ ପଡ଼ିଲା ପୂର୍ଣ୍ଣଛେଦ। ଏଠାରେ କେହି ବି ହେବେନି ମୁଖ୍ୟମନ୍ତ୍ରୀ ଚେହେରା। ରାଜସ୍ଥାନରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଦିଲ୍ଲୀ କଂଗ୍ରସ ଏଆଇସିସି ମୁଖ୍ୟାଳୟରେ ଆଜି ବସିଥିବା ବୈଠକରେ ଏଥିସହ ୪ ବଡ଼ ନିଷ୍ପତ୍ତି ହୋଇଛି।

Advertisment

ରାଜସ୍ଥାନ କଂଗ୍ରେସ ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ଦେଖି ତଥା ଏହାର ସମାଧନ କରିବା ପାଇଁ ଆଗାମୀ ବିଧାନସଭା ନିର୍ବାଚନରେ ସ୍ୱତନ୍ତ୍ର ରଣନୀତି କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଅନ୍ତଃକନ୍ଦଳରେ ଲଗାମ ଲାଗିପାରିବ ବୋଲି ଅଶା କରାଯାଇଛି। ଏହି ବୈଠକ ନେଇ ଦଳୀୟ ନେତା କେସି ବିଷ୍ଣୁଗୋପାଳ କହିଛନ୍ତି ଯେ, କେଉଁ ନେତା କେଉଁଠାରୁ ଲଢ଼ିବେ ସେନେଇ ଡିସେମ୍ୱର ପ୍ରଥମ ସପ୍ତାହରେ ଘୋଷଣା ହେବ। ସମସ୍ତ ନେତା ଘରଘର ବୁଲି ରାଜ୍ୟ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିନିମନ୍ତେ କାମ କରିବେ। ଏହି ଅଭିଯାନ ଆସନ୍ତାକାଲି ଠାରୁ ଆରମ୍ଭ ହେବ। 

ସେପଟେ ଦଳରେ ଏକତା ରହିଲେ ରାଜସ୍ଥାନରେ କଂଗ୍ରେସ ନିର୍ବାଚନ ଜିତିପାରିବ ବୋଲି ବୈଠକରେ ନେତାମାନେ ମତ ପ୍ରକାଶ କରିଛନ୍ତି। ଯାହା ପରେ ସମସ୍ତେ ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଯେଉଁ ନେତାଙ୍କର ଜିତିବା ଅଶା ସବୁଠାରୁ ଅଧିକ ଥିବ ତାହାକୁ ଆସନ୍ତା ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଟିକେଟ୍ ଦେବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ବୈଠକ ପରେ ସଚିନ୍ ପାଇଲ୍‌ଟ କହିଛନ୍ତି, ବୈଠକରେ ଦଳୀୟ ରଣନୀତି ନେଇ ବ୍ୟାପକ ଆଲୋଚନା ହୋଇଛି। ଦଳୀୟ ସମସ୍ତ ନେତା, ବିଧାୟକ, ମନ୍ତ୍ରୀମାନଙ୍କୁ ନେଇ ଆଗକୁ କାମ କରାଯିବ। କଂଗ୍ରେସ ରାଜସ୍ଥାନରେ ପୁଣି କଂଗ୍ରେସ ସରକାର କରିବ ବୋଲି ଆମର ଲକ୍ଷ୍ୟ ରହିଛି।

ବୈଠକରେ ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ପିସିସି ମୁଖ୍ୟ ଗୋବିନ୍ଦ ଡେଟାସରାଙ୍କ ସମେତ ୨୯ ଶୀର୍ଷ ନେତା ଯୋଗଦେଇଥିଲେ।

ବୈଠକରେ ନିଆଯାଇଥିବା ଅନ୍ୟ ୩ ବଡ଼ ନିଷ୍ପତ୍ତି ହେଲା, ରାଜସ୍ଥାନ ଲୋକସେବା ଆୟୋଗ ସଦସ୍ୟ ନିଯୁକ୍ତି ନିମନ୍ତେ ନିୟମ କରାଯିବ। ପେପର ଲିକ୍‌ ନେଇ ବିଧାନସଭାରେ ଆଇନ୍‌ ଅଣାଯିବ(ବୁଝାମଣା ନିମନ୍ତେ ସଚିନ୍‌ ପାଇଲ୍‌ ରଖିଥିବା ସର୍ତ୍ତ)। ରାଜସ୍ଥାନରେ ଏଥର କଂଗ୍ରେସ ଟିକେଟ ଆଶାୟୀଙ୍କ ଚୟନ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ କରାଯିବ। ଦଳୀୟ କୌଣସି ବୟାନବାଜୀ କରାଯିବନି, ସରକାରୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ପ୍ରଚାର ଅଭିଯାନ ଆରମ୍ଭ କରାଯିବ।

Congress Rajasthan Congress Politics