Advertisment

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଆଜି ହଟିପାରେ ସସପେନ୍ସ

ଡିସେମ୍ବର ୫ରେ ମୁମ୍ବାଇ ଆଜାଦ ମୈଦାନରେ ମହାରାଷ୍ଟ୍ରର ନୂଆ ସରକାର ଶପଥ ଗ୍ରହଣ କରିବେ।

Maharashtra Cm

Maharashtra Cm

Advertisment

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ଏହି ସସପେନସ ଉପରୁ ଆଜି ହଟିପାରେ ପରଦା। ଆଜି ସ୍ପଷ୍ଟ ହୋଇପାରେ ଯେ, କିଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବ ଆଉ କାହାକୁ ମିଳିବ ଗୁରୁ ଦାୟିତ୍ୱ।

Advertisment

ସିଏମ୍ ପଦବୀକୁ ନେଇ ଛକାପଞ୍ଝା ଭିତରେ ଗତକାଲି ମୁମ୍ବାଇ ଫେରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ। ମହାରାଷ୍ଟ୍ରର ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ନିଷ୍ପତ୍ତି ଉପରେ ତାଙ୍କର ନିଃସର୍ତ୍ତ ସମର୍ଥନ ରହିଥିବା କହିଛନ୍ତି ସିନ୍ଦେ।

ସେପଟେ ପୂର୍ବରୁ ସୂଚନା ମିଳିଥିଲା ଯେ, ଆଜି ବିଧାୟକ ଦଳ ବୈଠକ ବସି ନେତା ଚୟନ ହେବ। ଡିସେମ୍ବର ୫ରେ ମୁମ୍ବାଇ ଆଜାଦ ମୈଦାନରେ ନୂଆ ସରକାର ଶପଥ ଗ୍ରହଣ କରିବେ। ନିର୍ବାଚନ ଫଳ ଘୋଷଣାକୁ ସପ୍ତାହେ ବିତି ଥିଲେ ବି ମହାୟୁତିର କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନି।

Advertisment

ଅନ୍ୟପଟେ ଏହାରି ଭିତରେ ବିଧାୟକ ଦଳ ବୈଠକ ପୂର୍ବରୁ ବିଜେପିର ଜଣେ ବରିଷ୍ଠ ନେତା ବଡ ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦଳର ନେତା ଦେବେନ୍ଦ୍ର ଫଡନାବିସଙ୍କ ନାମ ଚୂଡାନ୍ତ ହୋଇଛି। ପିଟିଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଡିସେମ୍ବର ୨ କିମ୍ବା ୩ ରେ ହେବାକୁ ଥିବା ବୈଠକରେ ଫଡନାବିସ୍ ବିଧାନସଭା ଦଳର ନେତା ଭାବରେ ଆନୁଷ୍ଠାନିକ ଭାବରେ ନିର୍ବାଚିତ ହେବେ।

ଏହାପୂର୍ବରୁ ଏନସିପି ମୁଖ୍ୟ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି, ବିଜେପି ଖାତାକୁ ମୁଖ୍ୟମନ୍ତ୍ରୀ ଆସନ ଯିବ। ସେହିଭଳି ଏନସିପି ଓ ଶିବସେନା ପାଖରେ ରହିବ ଉପମୁଖ୍ୟମନ୍ତ୍ରୀ ପଦ। ପୁରୁଣା ଫର୍ମୁଲାରେ ନୂଆ ମହାୟୁତି ସରକାର ଗଠନ ହେବ। ଏନସିପି ପକ୍ଷରୁ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶିବସେନା ପକ୍ଷରୁ ଏହି ପଦ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ମିଳିପାରେ ବୋଲି କୁହାଯାଉଛି। 

Maharashtra Politics Maharashtra CM Mahayuti Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe