Advertisment

ଫଡ଼ନାବିସ ସରକାରରେ କାହାକୁ ମିଳିବ କେଉଁ ପଦବୀ ?

ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ପରେ ଏକନାଥ ସିନ୍ଦେ ଗୃହ ମନ୍ତ୍ରଣାଳୟ ପାଇବେ ନା ବିଜେପି ଏହାକୁ ନିଜ ପାଖରେ ରଖିବ ସେ ନେଇ ମଧ୍ୟ ସସ୍‌ପେନ୍ସ ଲାଗି ରହିଛି।

author-image
Madhupriya Mistry
Maharashtra politics

Maharashtra politics

ସରକାର ଗଠନ ପରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଚାଲିଛି ଅଙ୍କକଷା। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସରକାରରେ କାହାକୁ ମିଳିବ କେଉଁ ପଦବୀ? କେଉଁ ଦଳ ପାଖରେ ରହିବ କେଉଁ କେଉଁ ମନ୍ତ୍ରୀ ପଦ? ସେନେଇ ଲାଗିରହିଛି ନାନା ଚର୍ଚ୍ଚା।

Advertisment

ଜାତୀୟ ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ନିଜ ପାଖରେ ୨୦ରୁ ୨୨ ପଦ ରଖିପାରେ ବିଜେପି। ସେହିପରି ଶିବସେନା ଭାଗରେ ୧୧ରୁ ୧୨ ଏବଂ ଏନସିପିକୁ ମିଳିପାରେ ୮ରୁ ୧୦ ମନ୍ତ୍ରୀ ପଦ।

ମୁଖ୍ୟତଃ ଅର୍ଥ ଓ ଗୃହ ବିଭାଗ କାହାକୁ ମିଳିବ? ସେନେଇ ଲାଗି ରହିଛି କଳ୍ପନାଜଳ୍ପନା। ସେପଟେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ପରେ ଏକନାଥ ସିନ୍ଦେ ଗୃହ ମନ୍ତ୍ରଣାଳୟ ପାଇବେ ନା ବିଜେପି ଏହାକୁ ନିଜ ପାଖରେ ରଖିବ ସେ ନେଇ ମଧ୍ୟ ସସ୍‌ପେନ୍ସ ଲାଗି ରହିଛି। ଏକନାଥ ସିନ୍ଦେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିବେ ବୋଲି କହିଥିଲେ। ଏବେ ପ୍ରଶ୍ନ ହେଉଛି ସିନ୍ଦେ ପୁଣି ଥରେ ବିଜେପି ପାଇଁ ଗୃହ ମନ୍ତ୍ରଣାଳୟର ମୋହ ଛାଡ଼ିବେ କି?

Advertisment

ଫଡନାବିସ୍ ସରକାର ୭ରୁ ୯ଡିସେମ୍ବର ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଡାକିଛନ୍ତି। ଏହି ସମୟ ମଧ୍ୟରେ ବାଚସ୍ପତି ନିର୍ବାଚିତ ହେବେ। ତା’ପରେ କ୍ୟାବିନେଟକୁ ବିସ୍ତାର କରାଯାଇପାରିବ। ତେବେ କାହା ପାଖରେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହୁଛି, ଆସନ୍ତା ବୁଧବାର ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Devendra Fadnavis Maharashtra Politics