କର୍ଣ୍ଣାଟକ ଏଥର ଦେଖିବ ଦମଦାର ରାଜନୈତିକ ଲଢ଼େଇ। ମେ ୧୦ରେ ସେଠାରେ ନିର୍ବଚନ ଅନୁଷ୍ଠିତ ହେବ। ଫଳାଫଳ ୧୩ରେ ବାହାରିବ। ୨୨୪ଟି ଆସନ ମଧ୍ୟରୁ ବିଜେପି ଏଥର ଅତି କମରେ ୧୫୦ଟି ଆସନ ହାତେଇବ ବୋଲି ଲକ୍ଷ୍ୟ ରଖିଛି। ସେଠାକାର ଲିଙ୍ଗାୟତ ସମ୍ପ୍ରଦାୟ ଭୋଟ୍ ହାତେଇବା ଲାଗି ବିଜେପି ପୁଣି ଥରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପାଙ୍କୁ ସାମ୍ନାକୁ ଆଣିଛି। ରାଜ୍ୟରେ ସରକାର ବିରୋଧୀ ଅସନ୍ତୋଷର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି।