Advertisment

କାହିଁକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେନି ଶଙ୍କରାଚାର୍ଯ୍ୟ?

ରାମ ମନ୍ଦିରରେ ଯେଉଁପରି ଭାବରେ ପ୍ରାଣ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି, ତାହା ପରମ୍ପରା ବିରୋଧୀ ବୋଲି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Swami Nischalananda Saraswati

Swami Nischalananda Saraswati

ଆଉ ସପ୍ତାହ ପରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିଶ୍ୱର କୋଣ ଅନୁକୋଣର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଭାରତର ଧର୍ମଗୁରୁ ସମସ୍ତ ଚାରି ଶଙ୍କରାଚାର୍ଯ୍ୟ ଏହି ପବିତ୍ର ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।

Advertisment

ରାମ ମନ୍ଦିରରେ ଯେଉଁପରି ଭାବରେ ପ୍ରାଣ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି, ତାହା ପରମ୍ପରା ବିରୋଧୀ ବୋଲି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି। ଏଥିସହ ଶଙ୍କରାଚାର୍ଯ୍ୟମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗଦେବେ ନାହିଁ, ତାର କାରଣ ମଧ୍ୟ କହିଛନ୍ତି।

ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଶଙ୍କରାଚାର୍ଯ୍ୟଙ୍କର ନିଜସ୍ୱ ଏକ ସମ୍ମାନ ରହିଛି, ଏହା ଅହଂକାର ନୁହେଁ। ଯେତେବେଳେ ପ୍ରଧାନମନ୍ତ୍ରୀ ରାମ ଲଲାଙ୍କ ପ୍ରତିମା ସ୍ଥାପନ କରୁଥିବେ, ସେତେବେଳେ ଶଙ୍କରାଚାର୍ଯ୍ୟମାନେ ଦର୍ଶକ ଭଳି ଉପସ୍ଥିତ ରହିବା ଆଶା କରାଯାଏ କି? ଧର୍ମନିରପେକ୍ଷ ସରକାରର ଅର୍ଥ ନୁହେଁ ପରମ୍ପରାର ଉଲ୍ଲଙ୍ଘନ।"  

Advertisment

ସେପଟେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶଙ୍କରାଚାର୍ଯ୍ୟମାନେ ଉପସ୍ଥିତ ନ ରହିବାକୁ ନେଇ ବିରୋଧୀ ଦଳ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ, ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଶଙ୍କରାଚାର୍ଯ୍ୟମାନେ ମନା କରିଦେଇଛନ୍ତି। ଏକ ଅସମ୍ପୂର୍ଣ୍ଣ ମନ୍ଦିରରେ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି।

ଏହି ସମାରୋହ ପାଇଁ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ନେତା ଅଶୋକ ଗେହଲଟ୍ କହିଛନ୍ତି, "ଆମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ମନା କରିବା ପଛରେ  ଯଥାର୍ଥ କାରଣ ରହିଛି।" 

Shankaracharya Swami Nischalanand Saraswati Maharaj Ram Temple Event Ram Temple Ayodhya