Advertisment

କାହିଁକି ତରବରିଆ ଭାବେ ଆଉ ଜଣେ ଜାଟଙ୍କୁ ମନ୍ତ୍ରୀ କଲା ଆପ୍‌?

ଦିଲ୍ଲୀ ଭୋଟରେ ଜାଟ୍‌ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କରାଯାଇଛି।

AAP

AAP

Advertisment

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ସୋମବାର ଜାଟ୍‌ ନେତା ରଘୁଭିନ୍ଦରୀ ଶୋକୀନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିଛି। କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଆପ୍‌ ଛାଡ଼ିବାର ୨୪ ଘଣ୍ଟା ନ ପୁରୁଣୁ ଆପ୍‌ ତରିବରିଆ ଭାବେ ଶୋକୀନଙ୍କୁ ମନ୍ତ୍ରୀ କରିବା ପଛର କାରଣ ସ୍ପଷ୍ଟ ଭାବେ ଅନୁମେୟ ହେଉଛି।

Advertisment

ଦିଲ୍ଲୀ ଭୋଟରେ ଜାଟ୍‌ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କରାଯାଇଛି।

ରବିବାର ଆପ୍ ଛାଡ଼ିଥିବା କୈଳାଶ ଗେହଲଟ ସୋମବାର ବିଜେପିରେ ମିଶିଛନ୍ତି। ସେ ଜାଟ୍‌ ବହୁଳ ନଜଫଗଡ଼ରୁ ୨୦୧୫ରୁ ଜିତି ଆସୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ହରିୟାଣା ସୀମାନ୍ତକୁ ଲାଗିଛି। ଗେହଲଟ ଜାଠ ନେତା ଥିବାରୁ ତାଙ୍କୁ ମନ୍ତ୍ରୀ କରାଯାଇଥିଲା। ଏବେ ତାଙ୍କ ସ୍ଥାନରେ ଶୋକୀନ ମନ୍ତ୍ରୀ ହୋଇଛନ୍ତି।

Advertisment

ପଶ୍ଚିମ ଦିଲ୍ଲୀରେ ଥିବା ଆଉ ଏକ ଜାଟ୍‌ ବହୁଳ ଆସନ ନଙ୍ଗଲୋଇ ଜାଟ ଆସନରୁ ରଘୁଭିନ୍ଦର ଶୋକୀନ ବିଧାୟକ ଭାବେ ଜିତି ଆସୁଛନ୍ତି। ଏହା ନଜଫଗଡ଼ ଠାରୁ ମାତ୍ର ୧୨ କିମି ଦୂରରେ ରହିଛି। ଶୋକୀନଙ୍କୁ ମନ୍ତ୍ରୀ କରି ଏବେ ଦୁଇ ଜାଟ୍‌ ବହୁଳ ଆସନକୁ ନିଜ ପାଖରେ ରଖିବାକୁ ଆପ ଲକ୍ଷ୍ୟ ରଖିଛି।

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଶୋକୀନଙ୍କୁ ଦିଲ୍ଲୀ କ୍ୟାବିନେଟରେ ସାମିଲ କରାଯାଇଛି। ନୂଆ ଦାୟିତ୍ୱ ପରେ ସେ କହିଛନ୍ତି, “ମୁଁ ଦଳର ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମନ୍ତ୍ରୀ ହୋଇଥିବା ଖବର ପାଇ ଚକିତ। କାରଣ ମୋତେ ଏମିତି ସୁଯୋଗ ମିଳିବ ବୋଲି ମୋର ଆଶା ନଥିଲା। ଏହା ମୋ ପାଇଁ ଗୋଟିଏ ବଡ଼ ଆଶ୍ଚର୍ଯ୍ୟ କରିବାର ଭଳି ଘଟଣା।

ସରକାର ସବୁବେଳେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାଏ। ଦିଲ୍ଲୀର ଆପ୍‌ ସରକାର କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ ହୋଇନାହିଁ। ଏପରି କି ନିକଟରେ ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିଥିଲା। କିନ୍ତୁ ଯେତେଥର ସମସ୍ୟାର ସମ୍ମୁଖୀନ ହୋଇଛି, ଆମେ ଏକାଠି ହୋଇ ଏହାକୁ ମାତ ଦେଇଛୁ। ଆମେ ଏକାଠି ପୁଣିଥରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବୁ।”

ଦିଲ୍ଲୀର ମୋଟ ଜନସଂଖ୍ୟାର ପ୍ରାୟ ୫.୫% ହେଉଛନ୍ତି ଜାଟ ଭୋଟର। ହେଲେ ଗ୍ରାମାଞ୍ଚଳ ଓ ଦିଲ୍ଲୀର ଉପକଣ୍ଠ ଅଞ୍ଚଳରେ ସେମାନଙ୍କର ବେଶ ଦବଦବା ରହିଛି। ବିଶେଷ କରି ନଜଫଗଡ଼ ଓ ନଙ୍ଗଲୋଇ ଜାଟ ସେମାନଙ୍କର ଉପସ୍ଥିତି ଅଧିକ।

ସେମାନଙ୍କ ପ୍ରଭାବ ଭୋଟ ଗଣିତକୁ ବଦଳାଇବାରେ ସକ୍ଷମ। କେବଳ ଗ୍ରାମାଞ୍ଚଳ କିମ୍ବାର ସୀମାନ୍ତ ନୁହେଁ, ଦିଲ୍ଲୀର ସହରାଞ୍ଚଳରେ ଥିବା ମେହରୌଲି ଓ ମୁଣ୍ଡକା ଆସନରେ ମଧ୍ୟ ଜାଟଙ୍କ ଉପସ୍ଥିତି ରହିଛି।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe