Advertisment

ଦିଲ୍ଲୀ ହାଇକୋର୍ଟ ରାଗିଥିଲେ, କିନ୍ତୁ ସୁପ୍ରିମକୋର୍ଟ ପଚାରିଲେ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ କାହିଁକି ଗିରଫ କଲ

ଏହାପୂର୍ବରୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ ସର୍ବୋଚ୍ଚ ଅଦାଲତ ଅବକାରୀ ନୀତି ଦୁର୍ନୀତିର ତଦନ୍ତ କରୁଥିବା ଓ କେଜ୍ରିୱାଲଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି। ଆସନ୍ତା ଶୁକ୍ରବାର ଇଡି ଏହାର ଜବାବ ରଖିବ।

Advertisment

ଏହାପୂର୍ବରୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ।

ହେଲେ ଏହି ଯୁକ୍ତିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନଥିଲେ। ଇଡି କଥାରେ ଏକମତ ହୋଇ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଏବେ ସର୍ବୋଚ୍ଚ ଅଦାଲତ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଇଡିକୁ ଜବାବ ଦାଖଲ କରିବାକୁ କହିଛନ୍ତି।

Advertisment

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ଆଜି ଇଡିକୁ କହିଛନ୍ତି ଯେ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନ୍ୟାୟିକ ପ୍ରକ୍ରିୟାରେ ନ ଯାଇ ସିଧା ଅପରାଧିକ ପ୍ରୋସେଡିଂ ଆପଣାଇଛି କି? କାହିଁକି ଗିରଫଦାରୀର ସମୟକୁ ନେଇ ପ୍ରଶ୍ନ ଉଠିଛି? ଏହି ମାମଲାରେ ଏଯାଏ କୌଣସି ଦସ୍ତାବିଜ ବା ଜିନିଷ ଜବତ କରାଯାଇ ନଥିଲା।

ଯଦି ଏପରି ହୋଇଛି, ତା’ହେଲେ କେଜ୍ରିୱାଲ ଏଥିରେ କେମିତି ସାମିଲ ଅଛନ୍ତି, ତା’କୁ ଉପସ୍ଥାପନ କରନ୍ତୁ। ଆପଣ ଆମକୁ କୁହନ୍ତୁ ଯେ ସାଧାରଣ ନିର୍ବାଚନ ପୂର୍ବରୁ କାହିଁକି ଗିରଫଦାରୀ କରାଗଲା?

ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସଂସ୍ଥା ପ୍ରମାଣ ପାଇଥିବା ଦାବି କରିଛି। କିନ୍ତୁ କେଜ୍ରିୱାଲଙ୍କ ମାମଲାରେ କିଛି ବି ସାମ୍ନାକୁ ଅଣାଯାଇ ନାହିଁ। ତେଣୁ ଆପଣ ପ୍ରମାଣ ଦେଖାନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ଓ ଗିରଫଦାରୀ ମଧ୍ୟରେ ଏତେ ସମୟ ନେବାର କାରଣ କ’ଣ? ସ୍ୱତନ୍ତ୍ରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଏହାକୁ ମନା କରିପାରିବା ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିବା ସହ ସବୁ ପ୍ରଶ୍ନର ଉତ୍ତର ଶୁକ୍ରବାର ସୁଦ୍ଧା ଦେବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି।

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ତାଙ୍କୁ ୨ ଥର ରିମାଣ୍ଡରେ ନେବା ପରେ ଏପ୍ରିଲ ୧ରୁ ତିହାର ଜେଲରେ ରହିଛନ୍ତି।

ED Raid Arvind Kejriwal Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe