Advertisment

କୁକୁରମାନେ ସମସ୍ତଙ୍କୁ ନୁହେଁ, ବରଂ କାହିଁକି କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଭୁକନ୍ତି?

ଖୁସରେ ଲାଞ୍ଜ ହଲାଇବା, ଅତ୍ୟନ୍ତ ଜିଜ୍ଞାସର ସହ ମୁଣ୍ଡ ନୁଆଁବା କିମ୍ବା ଆମକୁ ସତର୍କ କରାଇବା ପାଇଁ ଭୁକିବା ଆଦି କଳା କୁକୁରମାନଙ୍କୁ ଅନ୍ୟ ପ୍ରାଣୀଙ୍କ ଠାରୁ ଅଲଗା କରିଥାଏ।

author-image
Hemant Lenka
Dog

Dog

ସୁବୁବେଳେ କୁହାଯାଏ କୁକୁର ହେଉଛି ମଣିଷର ସବୁଠାରୁ ଭଲ ସାଙ୍ଗ। କାରଣ କୁକୁର ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି ହଜାର ହଜାର ବର୍ଷ ପୂର୍ବରୁ ଗୋଟିଏ ଧାରଣା ରହିଯାଇଛି। ସ୍ୱାର୍ଥ ପର ମଣିଷ ଦୁନିଆରେ ଶହେ ସାଙ୍ଗ ଅପେକ୍ଷା ଗୋଟିଏ କୁକୁର ସବୁଠାରୁ ଭଲ। କୁକୁର ଆମ ଘରେ ଜଗିବା ସହ ଆମକୁ ବିଭିନ୍ନ କାମରେ ସହଯୋଗ କରିଥାଏ। କୁକୁର ଭଳି ବିଶ୍ୱସ୍ତ ଓ ଭବାପ୍ରବଣତା ସମ୍ଭବତଃ ଆଉ କୌଣସି ପ୍ରାଣୀ ପାଖରେ ନଥାଏ। କୁକୁର ସହ ଗୋଟିଏ ଭାବପ୍ରବଣତାର ବନ୍ଧନ ସହଜରେ ଯୋଡ଼ି ହୋଇଯାଏ।

Advertisment

ଖୁସରେ ଲାଞ୍ଜ ହଲାଇବା, ଅତ୍ୟନ୍ତ ଜିଜ୍ଞାସର ସହ ମୁଣ୍ଡ ନୁଆଁବା କିମ୍ବା ଆମକୁ ସତର୍କ କରାଇବା ପାଇଁ ଭୁକିବା ଆଦି କଳା କୁକୁରମାନଙ୍କୁ ଅନ୍ୟ ପ୍ରାଣୀଙ୍କ ଠାରୁ ଅଲଗା କରିଥାଏ। ଏଥିରୁ କୁକୁରର ବୁଦ୍ଧିମତା, ଜ୍ଞାନ ଓ ସମ୍ବେଦନଶୀଳତା ଜଣାପଡ଼େ। କୁକୁର ଆମର ଏମିତି ଜଣେ ଭଲ ସାଙ୍ଗ ଯିଏ ବିନା ସର୍ତ୍ତରେ ଭଲ ପାଇବା ଦିଏ। ନିଜର ବିଶ୍ୱସ୍ତ ପଣିଆ ଯୋଗୁ କୁକୁର ନିଜଳ ଚଳଚଞ୍ଚଳ ଶକ୍ତିକୁ ଆମ ଜୀବନରେ ମଧ୍ୟ ଭରି ଦେଇଥାଏ। କୁକୁରମାନେ ଗୋଟିଏ ସମୟରେ ଅତ୍ୟନ୍ତ ଭଲ ପାଇବା ଦେଖାଉଥିବା ବେଳେ ବେଳେବେଳେ ସେମାନଙ୍କ ଆଚରଣ ଓ ବ୍ୟବହାର ମାଲିକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥାଏ।

କେବଳ କିଛି ନିର୍ଦ୍ଦିଷ୍ଟ ଲୋକମାନଙ୍କୁ କାହିଁକି ଭୁକନ୍ତି କୁକୁର?

କୁକୁରମାନେ ଶାରୀରିକ ଭାଷା ଓ ଆଚରଣ ପ୍ରତି ଅଧିକ ସମ୍ବେଦନଶୀଳ। ଏହି ସମ୍ବେଦନଶୀଳତା ମଣିଷ ପ୍ରତି ସେମାନଙ୍କ ପ୍ରତିକ୍ରିୟାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜଣେ ଲୋକ ଆକ୍ରମଣାତ୍ମକ ଆଚରଣ ଦେଖାଏ, ଦୌଡ଼ି ଯିବାକୁ ଚେଷ୍ଟା କରେ ଓ କୁକୁରର ଆଖିକୁ ସିଧାସଳଖ ଚାହେଁ, ତା’ହେଲେ ସେମାନେ ବିପଦର ଆଶଙ୍କା କରନ୍ତି ଓ ଭୁକିବା ଆରମ୍ଭ କରନ୍ତି। ତେବେ ଅଣ ଆକ୍ରମଣାତ୍ମକ ଆଚରଣ କୁକୁରମାନଙ୍କୁ ଶାନ୍ତ କରିପାରେ। କୁକୁରମାନଙ୍କ ଆଘ୍ରାଣ ଶକ୍ତି ବେଶ ତୀକ୍ଷ୍ଣ। ସେମାନେ ସ୍ମେଲ ଓ ପୁରୁଣା ଅନୁଭବ ପ୍ରତି ଅଧିକ ସମ୍ବେଦନଶୀଳ ରହିଥାଆନ୍ତି। ଏହି ଗୁଣ ମଧ୍ୟ କୁକୁରର ବ୍ୟବହାରକୁ ନିର୍ଦ୍ଧାରିତ କରିଥାଏ।

Advertisment

ମଣିଷର ସ୍ମେଲ ଠାରୁ ଅଧିକ ଭଲ ସୁଗନ୍ଧକୁ ଜାଣିବାର ଅସାଧାରଣ କ୍ଷମତା ଯୋଗୁ କୁକୁର ଭିନ୍ନ କିମ୍ବା ଅଜବ ଧରଣର ଆଚରଣ ପ୍ରଦର୍ଶନ କରିଥାଏ। ଅଧିକ କଡ଼ା ବାସ୍ନା, କିଛି ନିର୍ଦ୍ଦିଷ୍ଟ କେମିକାଲ କିମ୍ବା ଆଉ ଗୋଟିଏ କୁକୁର ସ୍ମେଲ ଯଦି ମଣିଷ ପାଖରେ ଥିବା ଆଉ ଗୋଟିଏ କୁକୁର ଜାଣେ, ତା’ହେଲେ ସେ ଭୁକିବା ଆରମ୍ଭ କରିଥାଏ। ଏହା ସତର୍କତା କିମ୍ବା ଅସହଜ ଅନୁଭବ କରିବାର ଏକ ସଙ୍କେତ ହୋଇଥାଏ।

ପୂର୍ବ ଅଭିଜ୍ଞତା ମଧ୍ୟ ଜଣେ ବ୍ୟକ୍ତି ପ୍ରତି କୁକୁରର ବ୍ୟବହାରକୁ ଆକଳନ କରିଥାଏ। ଯଦି ଜଣେ ବ୍ୟକ୍ତି ଅଜବ ଦେଖାଯାଏ କିମ୍ବା ପୂର୍ବରୁ ତା’ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଥିବା ବ୍ୟକ୍ତି ଭଳି ସ୍ମେଲ କରେ, ତା’ହେଲେ ତାଙ୍କୁ ଦେଖିବା ମାତ୍ରେ କୁକୁର ଭୁକିବାକୁ ଲାଗିଥାଏ। ସେହିପରି ପୂର୍ବରୁ ଯେଁ ବ୍ୟକ୍ତିଙ୍କ ଠାରୁ କୁକୁର ବନ୍ଧୁତା ପୂର୍ଣ୍ଣ ଆଚରଣ ପାଇଥିବ, ତାଙ୍କୁ ଦେଖିବା ମାତ୍ରେ ସେ ଲାଞ୍ଜ ହଲାଇ ସ୍ୱାଗତ ମଧ୍ୟ କରିଥାଏ।

ସମ୍ବେଦନଶୀଳ ଉର୍ଜାର ଗୁରୁତ୍ୱ ମଧ୍ୟ କୁକୁରର ବ୍ୟବହାର ସହ ଜଡ଼ିତ। ମଣିଷର ଭାବନା ଓ ଶକ୍ତିର ସ୍ତର ପ୍ରତି କୁକୁରମାନେ ବେଶ ସମ୍ବଦେନଶୀଳ। ନର୍ଭସ କିମ୍ବା ଭୟଭୀତ ଆଚରଣ କୁକୁରଙ୍କୁ ଅଧିକ ଆକ୍ରମଣାତ୍ମକ କରିଥାଏ। କିନ୍ତୁ ଶାନ୍ତ ଓ ସ୍ୱାଭାବିକ ଆଚରଣ ଦେଖିଲେ କୁକୁରମାନେ କୌଣସି କ୍ଷତି କରନ୍ତି ନାହିଁ।

ନିଜ ଅଞ୍ଚଳ ପ୍ରତି କୁକୁରମାନେ ବେଶ ସମ୍ବେଦନଶୀଳ

କ୍ଷେତ୍ରୀୟ ଓ ସୁରକ୍ଷାତ୍ମକ ବ୍ୟବହାର ସ୍ୱାଭାବିକ ଢଙ୍ଗରେ କୁକୁରମାନଙ୍କ ମଧ୍ୟରେ ରହିଥାଏ। ସେମାନେ ଆପେଆପେ ସେମାନଙ୍କ ଅଞ୍ଚଳର ସୁରକ୍ଷା କରନ୍ତି। ସେହିପରି ନିଜ ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୋଟିଏ କୁକୁର ସବୁବେଳେ ଯତ୍ନବାନ ରହିଥାଏ। ଯଦି କେହି ଅଜଣା ବ୍ୟକ୍ତି କିମ୍ବା ଜନ୍ତୁ କୁକୁରଟି ଦଖଲରେ ଥିବା ଅଞ୍ଚଳରେ ପ୍ରବେଶ କରୁଛି, ତା’ହେଲେ ସେ ଏହାର ସୁରକ୍ଷା ପାଇଁ ଭୁକିବା ଆରମ୍ଭ କରିଥାଏ। ଏହା ବ୍ୟତୀତ ଛୁଆଟି ବେଳୁ ସାମାଜିକୀକରଣ ମଧ୍ୟ କୁକୁରର ବ୍ୟବହାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୋକଙ୍କ ସହ କୁକୁରମାନେ ଜଡ଼ିତ ନୁହନ୍ତି। ତେଣୁ ବେଳେବେଳେ ଆରମ୍ଭରୁ ସେମାନେ ମଣିଷଙ୍କ ଠାରୁ ବିପଦ ରହିଥିବା ଆଶଙ୍କାରେ ଭୁବିକାରେ ଲାଗନ୍ତି।

ଭୁକିଲା କୁକୁରକୁ କେମିତି କାବୁ କରିବେ?

କିଛି ଲୋକଙ୍କୁ ନିର୍ଦ୍ଦିଷ୍ଟ ଭାବେ କୁକୁର କାହିଁକି ଭୁକୁଛି, ସେକଥା ଜାଣିପାରିଲେ ମାଲିକଙ୍କୁ ଏହାର ବ୍ୟବହାରକୁ ସୁଧାରିବାରେ ସହଜ ହୋଇଥାଏ। ଉପଯୁକ୍ତ ସାମାଜୀକିକରଣ, ସକାରାତ୍ମକ ସୁଦୃଢ଼ିକରଣ ଓ ଅଜଣା ବ୍ୟକ୍ତିଙ୍କ ପ୍ରତି ଶାନ୍ତ ପ୍ରତିକ୍ରିୟା ପାଇଁ କୁକୁରକୁ ତାଲିମ ଦିଆଗଲେ ଭୁକିବା କମ ହୋଇଥାଏ। କୁକୁର ଧ୍ୟାନକୁ ହଟାଇବା ଓ ଶାନ୍ତି ରହିବା ପାଇଁ ନିର୍ଦ୍ଦେଶ ପାଳନ କରିବା ପାଇଁ ଦିଆଯାଉଥିବା ତାଲିମ ମଧ୍ୟ ପ୍ରଭାବୀ ହୋଇପାରେ। ଭୁକିବା ହେଉଛି କୁକୁରମାନଙ୍କର ଗୋଟିଏ ସହଜ ଯୋଗାଯୋଗ ମାଧ୍ୟମ। ଏଥିରୁ ସେମାନଙ୍କ ପ୍ରକୃତି, ଭାବନା ଓ ପରିବେଶକୁ ଦର୍ଶାଇଥାଏ।

India Dog Barking