Advertisment

କାହିଁକି କଟିଲା ବିଧାୟକଙ୍କ ଟିକେଟ? ଜବାବ ଦେଲେ ଅମିତ ଶାହ

‘ଯଦି କଂଗ୍ରେସ ଭାବୁଛି ଯେ ଶେଟ୍ଟାର ତାଙ୍କ ଦଳରେ ଯୋଗ ଦେଇଥିବାରୁ ସେମାନେ ଜିତିଯିବେ, ତା’ହେଲେ ତାହା ଭୁଲ୍।’

author-image
Jitendra Garnayak
ଅଦ୍ୟତନ ହୋଇଛି
Amit Shah

Amit Shah

ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ କିଛି ବିଧାୟକଙ୍କୁ ଟିକେଟ ଦେଇ ନାହିଁ ବିଜେପି। ଏମିତିକି ଦଳର ଆଗଧାଡ଼ିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ଟିକେଟ କାଟି ଦେଇଛି ଦଳ। ତେବେ ଦଳ ଏମିତି ନିଷ୍ପତ୍ତି କାହିଁକି ନେଲା, ତା’ର ଜବାବ ଆଜି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଭାରତୀୟ ଜନତା ଦଳ ସବୁବେଳେ ପରିବର୍ତ୍ତନରେ ବିଶ୍ୱାସ କରେ।

Advertisment

ଶ୍ରୀ ଶାହ କହିଛନ୍ତି, ଦଳ ଅନେକ ଗୁଡ଼ିଏ କଥାକୁ ବିଚାର କରି ଏଭଳି ନିଷ୍ପତ୍ତି ନେଇଛି। ଯେଉଁ ବିଧାୟକମାନେ ଟିକେଟ ପାଇ ନାହାନ୍ତି ସେମାନେ ଦାଗୀ ନୁହନ୍ତି। ସେମାନେ ଦଳର ଜଣେ ଜଣେ ସମ୍ମାନିତ ନେତା। ସେମାନଙ୍କ ସହିତ ଆମେ ଆଲୋଚନା କରିଥିଲୁ। ସେମାନଙ୍କୁ କାହିଁକି ଟିକେଟ ଦିଆଗଲା ନାହିଁ, ସେ ବିଷୟରେ ମଧ୍ୟ କହିଛୁ।

ସେ କହିଛନ୍ତି, ଯେଉଁ ସବୁ କାରଣ ଯୋଗୁ ଦଳ କିଛି ବିଧାୟକଙ୍କୁ ଟିକେଟ ଦେଇନାହିଁ, ତା’ ମଧ୍ୟରୁ ଗୋଟିଏ ହେଉଛି- ଦଳ ନୂଆ ଚେହେରାମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛି।

Advertisment

ଟିକେଟ ନପାଇବାରୁ ଜଗଦୀଶ ଶେଟ୍ଟାରଙ୍କ ଭଳି କିଛି ନେତା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ। ସେ କହିଛନ୍ତି, ଯଦି କଂଗ୍ରେସ ଭାବୁଛି ଯେ ଶେଟ୍ଟାର ତାଙ୍କ ଦଳରେ ଯୋଗ ଦେଇଥିବାରୁ ସେମାନେ ଜିତିଯିବେ, ତା’ହେଲେ ତାହା ଭୁଲ୍। ଶେଟ୍ଟାର କଂଗ୍ରେସରେ ମିଶିଛନ୍ତି। କିନ୍ତୁ ଆମର ଭୋଟ ବ୍ୟାଙ୍କ ଓ ଦଳୀୟ କର୍ମକର୍ତ୍ତା କଂଗ୍ରେସରେ ଯୋଗ ଦେଇ ନାହାନ୍ତି। ରାଜ୍ୟରେ ବିଜେପିର ସ୍ଥିତି ଦୃଢ଼ ରହିଛି ଓ ଦଳ ବିପୁଳ ବହୁମତରେ ପୁଣି କ୍ଷମତାକୁ ଫେରିବ।

କିଛି ବିଧାୟକଙ୍କ ଭଳି ଦଳର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଏଥର ଟିକେଟ ଦେଇନି ବିଜେପି। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଟିକେଟ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ଭଳି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡ଼ି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଅସନ୍ତୁଷ୍ଟ ବିଜେପି ନେତାମାନେ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି। ଜଗଦୀଶ ଶେଟ୍ଟାର ଖୋଲାଖୋଲି କହିଛନ୍ତି ଯେ ତାଙ୍କୁ ଟିକେଟ ନଦେଇ ବିଜେପି ଭୁଲ କରିଛି। ଏହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିବ। ଦଳ ଏଥର ୨୦ରୁ ୨୫ଟି ଆସନ ହରାଇବ।

ସୂଚନାଯୋଗ୍ୟ, ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହେବ। 

Bjp Karnataka Karnataka Polls 2023