Advertisment

କାହିଁକି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିଜ ପାଖେ ପାଖେ ରଖୁଛନ୍ତି କେଜ୍ରିୱାଲ, ସୀତାରମଣ ଖୋଲିଲେ ଗୁମର

ଗରିବ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜ ଉଆସ ନିର୍ମାଣ କରାଯାଉଛି।

author-image
Jitendra Garnayak
Kejriwal and Mann

Kejriwal and Mann

ଦିଲ୍ଲୀରେ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରୟାସ କରୁଛି ଆମ୍‌ ଆଦ୍‌ମୀ ପାର୍ଟି। ଏଥିପାଇଁ ଦଳର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ରାଜ୍ୟକୁ ଯାଇ ବିରୋଧୀ ଦଳଗୁଡ଼ିକର ମୁଖିଆମାନଙ୍କୁ ଭେଟି ସମର୍ଥନ ଲୋଡ଼ୁଛନ୍ତି। ଏହି ସମୟରେ ତାଙ୍କ ସହିତ ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ରହୁଛନ୍ତି। ଆଉ ଏହି କଥାକୁ ନେଇ କେଜ୍ରିୱାଲଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣମ।

Advertisment

ସେ କହିଛନ୍ତି ଯେ କେଜ୍ରିୱାଲ ଦେଶରେ ଯେକୌଣସି ସ୍ଥାନକୁ ଯାଉଛନ୍ତି, ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନେଇ ଯାଉଛନ୍ତି। ଏହା ପଛରେ ଏକ ବିଶେଷ କାରଣ ରହିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହେଲିକପ୍ଟରକୁ ବ୍ୟବହାର କରିବା ପାଇଁ କେଜ୍ରିୱାଲ ଯେଉଁଠାକୁ ଯାଉଛନ୍ତି ଭଗୱନ୍ତ ମାନଙ୍କୁ ସାଙ୍ଗରେ ନେଉଛନ୍ତି। କେବଳ ସେତିକି ନୁହେଁ, ହେଲିକପ୍ଟର ବାବଦକୁ ହେଉଥିବା ଖର୍ଚ୍ଚ ପଞ୍ଜାବ ରାଜକୋଷରୁ ଯାଉଛି।

ଦିଲ୍ଲୀ ବିଜେପି ପକ୍ଷରୁ ଆୟୋଜିତ ‘ସର୍ବ ସମାଜ ସମ୍ମଳିନୀ’ରେ ଯୋଗ ଦେବା ଅବସରରେ ସୀତାରମଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗରିବ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜ ଉଆସ ନିର୍ମାଣ କରାଯାଉଛି। ଲୋକଙ୍କ ଅର୍ଥକୁ ସେ ନିଜ ସରକାରୀ ବାସଭବନର ପୁନରୁଦ୍ଧାର କାର୍ଯ୍ୟରେ ଲଗାଇଛନ୍ତି।

Advertisment

ସୀତାରମଣ କହିଛନ୍ତି, ୨୦୧୨ରେ କେଜ୍ରିୱାଲ କହିଥିଲେ ଯେ ଶରଦ ପାୱାରଙ୍କର ସ୍ୱିସ ବ୍ୟାଙ୍କରେ ଏକାଉଣ୍ଟ ଅଛି। ଏପରିକି ପାୱାରଙ୍କ ଉକ୍ତ ଏକାଉଣ୍ଟର ନମ୍ବର ତାଙ୍କ ପାଖରେ ଅଛି ବୋଲି ସେ କହିଥିଲେ। ୨୦୧୩ରେ ସେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। କିନ୍ତୁ ବର୍ତ୍ତମାନ ସେ ସେହି ନେତାମାନଙ୍କୁ ସାକ୍ଷାତ କରୁଛନ୍ତି। ଏଥିରୁ ଜଣାପଡୁଛିରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟ ସ୍ୱଚ୍ଛ ନୁହେଁ।

Bhagwant Mann Arvind Kejriwal AAP FM Nirmala Sitharaman