Advertisment

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କାହିଁକି ଏକାଠି ବସୁ ନାହାନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ?

ଉଭୟ ପକ୍ଷଙ୍କୁ ଏକାଠି ବସିବାକୁ ସର୍ବୋଚ୍ଚ ଅଦାଲତ ପରାର୍ମଶ ଦେଇଛନ୍ତି। ଏଥିସହ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପାଇଁ କେନ୍ଦ୍ର ପଠାଇଥିବା ସମ୍ଭାବ୍ୟ ଅଧିକାରୀମାନଙ୍କ ଉପରେ ବିସ୍ତୃତ ଭାବେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ବୋଲି କୋର୍ଟ କହିଛନ୍ତି।

author-image
Hemant Lenka
sc

sc

ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ କ୍ଷମତାସୀନ ଆପ୍‌ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ବିବାଦ ବଢ଼ୁଥିବାରୁ ଆଜି ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି।

Advertisment

ଉଭୟ ପକ୍ଷଙ୍କୁ ଏକାଠି ବସିବାକୁ ସର୍ବୋଚ୍ଚ ଅଦାଲତ ପରାର୍ମଶ ଦେଇଛନ୍ତି। ଏଥିସହ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପାଇଁ କେନ୍ଦ୍ର ପଠାଇଥିବା ସମ୍ଭାବ୍ୟ ଅଧିକାରୀମାନଙ୍କ ଉପରେ ବିସ୍ତୃତ ଭାବେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ବୋଲି କୋର୍ଟ କହିଛନ୍ତି।

ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ବୃଦ୍ଧି କରିଥିବା ବେଳେ ନିଜ ଇଚ୍ଛା ଅନୁସାରେ ଆଉ ଜଣଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି। ଏହା ବିରୋଧରେ ଦିଲ୍ଲୀର କ୍ଷମତାସୀନ ଆପ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Advertisment

ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଉପରେ କେନ୍ଦ୍ରର ଅଧିକାରୀ ଥିବା ବିଲ୍‌ ପାସ୍‌ ହେବା ପରେ ଆପ୍‌ ବ୍ୟାକଫୁଟରେ ରହିଛି। ତେବେ ନିଯୁକ୍ତି ପୂର୍ବରୁ କେନ୍ଦ୍ର ସରକାର କ୍ଷମତାସୀନ ସରକାରଙ୍କ ସହ କଥାବାର୍ତ୍ତା ହେବା ଦରକାର ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

ଆଜିର ଶୁଣାଣି ବେଳେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ ଅଧିକାରୀମାନଙ୍କୁ ଦିଲ୍ଲୀ ସରକାର ନିଯୁକ୍ତି ଦିଅନ୍ତି। ବର୍ତ୍ତମାନ ଏମିତି ଏକ ଅଧ୍ୟାଦେଶ ଅଣାଯାଇଛି, ଯାହା ଉପ ରାଜ୍ୟପାଳଙ୍କୁ ଏକତରଫା ନିଷ୍ପତ୍ତି ନେବାକୁ ଅନୁମତି ଦେଉଛି। ଏହାକୁ ବିରୋଧ କରାଯାଉଛି ବୋଲି ସିଙ୍ଘଭୀ କହିଥିଲେ।

ଏହାଶୁଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ପ୍ରକୃତ କଥା ହେଉଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏସବୁ ନିଯୁକ୍ତି ଦେଇଥାଏ। ଅଧ୍ୟାଦେଶ ଆସିବା ପୂର୍ବରୁ ମନ୍ତ୍ରଣାଳୟ ନିଯୁକ୍ତି ଦେଉଥିଲା।

ଏହାର ଜବାବରେ ସିଙ୍ଘଭୀ କହିଥିଲେ ମନ୍ତ୍ରଣାଳୟ ଦିଲ୍ଲୀ ମନ୍ତ୍ରିପରିଷଦର ପରାମର୍ଶକ୍ରମେ ନିଯୁକ୍ତି ଉପରେ ମୋହର ମାରିଥାଏ।

ଦୁଇ ପକ୍ଷର କଥା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ “କାହିଁକି ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏକାଠି ବସୁ ନାହାନ୍ତି? ଗତଥର ଆମେ ଏକଥା ଡିଇଆରସି(Delhi Electricity Regulatory Commission) ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ବେଳେ ମଧ୍ୟ କହିଥିଲୁ।

କିନ୍ତୁ ସେମାନେ ଏଥିରେ ରାଜି ହୋଇ ନଥିଲେ। ତେଣୁ ଉପ ରାଜ୍ୟପାଳ ଓ କେନ୍ଦ୍ର ସରକାର କାହିଁକି ତାଲିକା ପ୍ରସ୍ତୁତ କରୁ ନାହାନ୍ତି? ଆପଣ ପଠାଇଥିବା ପ୍ୟାନେଲ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବ। ଏହି ତାଲିକା ମଧ୍ୟରୁ ସେମାନେ(ଦିଲ୍ଲୀ ସରକାର) ଜଣଙ୍କ ନାଁ ବାଛିବେ।”

ତୁଷାର ମେହେଟା ସର୍ବୋଚ୍ଚ ଅଦାଲତ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଦିଲ୍ଲୀ ସରକାର ଅଫିସରମାନଙ୍କୁ କେମିତି ବ୍ୟବହାର କରୁଛନ୍ତି, ସେକଥା ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇବା ପାଇଁ ଚେଷ୍ଟା କରିଥିଲେ।

ଏହାର ଜବାବରେ ସିଙ୍ଘଭୀ କହିଥିଲେ, “କେମତି ଆମେ ବ୍ୟବହାର କରିବୁ? ଅଧିକାରୀଙ୍କ ଉପରେ ଆମର ଅଧିକାର ନାହିଁ। କାରଣ ସମସ୍ତ ଅଧିକାରୀ ଉପ ରାଜ୍ୟପାଳଙ୍କ ଅଧୀନରେ ରହିଛନ୍ତି।”

Bjp Supreme Court AAP