Advertisment

ଭରଣପୋଷଣରେ ସ୍ୱାମୀଙ୍କ ଠାରୁ ୧୨ କୋଟି ଟଙ୍କା, ଫ୍ଲାଟ ଓ BMW ମାଗୁଥିଲେ, CJI କହିଲେ ଏମିତି କଥା

ନିଜର ଭରଣପୋଷଣ ପାଇଁ ଶିକ୍ଷିତ ମହିଳାମାନେ ସ୍ୱାମୀଙ୍କ ଟଙ୍କା ଉପରେ ନିର୍ଭର କରିବା ଅପେକ୍ଷା ନିଜେ ନିଜ ପାଇଁ ଆୟ କରିବା କଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

alimony

alimony

Advertisment

ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଭରଣପୋଷଣରେ ୧୨ କୋଟି ଟଙ୍କା, ଫ୍ଲାଟ ଓ ଗୋଟିଏ ବିଏମଡବ୍ଲ୍ୟୁ କାର ମାଗୁଥିବା ମହିଳାଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ସୁପ୍ରିମକୋର୍ଟ। ନିଜର ଭରଣପୋଷଣ ପାଇଁ ଶିକ୍ଷିତ ମହିଳାମାନେ ସ୍ୱାମୀଙ୍କ ଟଙ୍କା ଉପରେ ନିର୍ଭର କରିବା ଅପେକ୍ଷା ନିଜେ ନିଜ ପାଇଁ ଆୟ କରିବା କଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଗୋଟିଏ ଭରଣପୋଷଣ ମାମଲା ଶୁଣାଣି କରିବା ବେଳେ ନିଜେ ଏକଥା କହିଛନ୍ତି। ଏହି ମାମଲାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଠାରୁ ମୁମ୍ବାଇରେ ଗୋଟିଏ ଫ୍ଲାଟ ଓ ଭରଣପୋଷଣ ପାଇଁ ୧୨ କୋଟି ଟଙ୍କା ମାଗୁଛନ୍ତି। ବାହାଘରର ୧୮ ମାସ ପରେ ମହିଳା ଜଣଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି।

ଶୁଣାଣି ବେଳେ ସିଜେଆଇ ଜଷ୍ଟିସ ଗବାଇ କହିଛନ୍ତି, “ଆପଣ ଏତେ ପାଠ ପଢ଼ିଛନ୍ତି। ଆପଣ ନିଜ ପାଇଁ କିଛି ମାଗିବା କଥା ନୁହେଁ। ନିଜେ ନିଜ ପାଇଁ ଆୟ କରି ଖାଦ୍ୟ ଖାଇବା କଥା।” ଭରଣପୋଷଣରେ ମହିଳା ଜଣଙ୍କ ବିପୁଳ ପରିମାଣର ଟଙ୍କା ମାଗୁଥିବାରୁ ଏହା ଉପରେ ସଜେଆଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଆପଣଙ୍କ ବାହାଘର କେବଳ ୧୮ମାସ ତିଷ୍ଠି ଥିଲା। ଏବେ ଆପଣ ଗୋଟିଏ ବିଏମଡବ୍ଲ୍ୟୁ ମଧ୍ୟ ମାଗୁଛନ୍ତି? ପ୍ରତି ମାସରେ ଖର୍ଚ୍ଚ ବାବଦରେ ୧ କୋଟି ମାଗୁଛନ୍ତି?”

Advertisment

ମହିଳା ଜଣଙ୍କ ଏମବିଏ କରିଥିବା ବେଳେ ଆଇଟି ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି। ତେଣୁ ତାଙ୍କୁ ଭରଣପୋଷଣ ଖର୍ଚ୍ଚ ଉପରେ ନିର୍ଭର କରିବା କଥା ନୁହେଁ ବୋଲି ସିଜେଆଇ ପରାମର୍ଶ ଦେଇଛନ୍ତି।

ଏହାକୁ କାଉଣ୍ଟର କରି ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କ ସ୍ୱାମୀ ବହୁତ ଧନୀ। ଏବେ ସେ ମାନସିକ ଅବସାଦରେ ଥିବାରୁ ଭରଣପୋଷଣ ପାଇଁ ଟଙ୍କା ମାଗୁଥିବା କୋର୍ଟଙ୍କୁ କହିଛନ୍ତି। ସ୍ୱାମୀଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମାଧବୀ ଦିବାନ କହିଛନ୍ତି ଯେ ଭରଣପୋଷଣ ଏଭଳି ଢଙ୍ଗରେ ମଗା ଯାଇ ପାରିବ ନାହିଁ। ମହିଳା ଜଣଙ୍କ ଏବେ ମୁମ୍ବାଇର ଗୋଟିଏ ଫ୍ଲାଟରେ ରହୁଛନ୍ତି।

ସେଠାରେ ୨ଟି ପାର୍କିଂ ସ୍ଥାନ ରହିଛି। ସେଥିରୁ ସେ ଆୟ କରିପାରିବେ। ତାଙ୍କୁ କାମ କରିବାକୁ ମଧ୍ୟ ପଡ଼ିବ। ସବୁ କିଛି ଏମିତି ଦାବି କରିଦେଲେ ହେବନି। ସେ ଯେଉଁ ବିଏମଡବ୍ଲ୍ୟୁ ପାଇଁ ସ୍ୱପ୍ନ ଦେଖୁଛନ୍ତି, ତା’ହା ୧୦ ବର୍ଷ ପୁରୁଣା ମଡେଲ। ଏବେ ସେଭଳି ଗାଡ଼ି ମାର୍କେଟକୁ ଆସୁନି ବୋଲି ମାଧବୀ କହିଛନ୍ତି।

ସିଜେଆଇ ଜଷ୍ଟିସ ଦର୍ଶାଇଛନ୍ତି ଯେ ସ୍ୱାମୀଙ୍କ ଆୟ ଦରମା ୨.୫ କୋଟି ରହିଥିବା ବେଳେ ସେ ୧ କୋଟି ଟଙ୍କା ବୋନସରେ ପାଇଥିଲେ। ତେଣୁ ଉଭୟ ପକ୍ଷଙ୍କୁ ନିଜ ନିଜର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ପୁଣି ସ୍ପଷ୍ଟ କରିଛନ୍ତି ଯେ ସ୍ୱାମୀଙ୍କ ବାପା ମା’ଙ୍କ ସମ୍ପତ୍ତି ଉପରେ ମହିଳା କୌଣସି ଅଧିକାର ଜାହିର କରିପାରିବେ ନାହିଁ।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସ୍ୱାମୀଙ୍କ ଯୋଗୁ ତାଙ୍କର ଚାକିରି ଯାଇଛି ଓ ସ୍ୱାମୀ ତାଙ୍କ ନାଁରେ ମିଥ୍ୟା ଏଫଆଇଆର ମଧ୍ୟ ଦେଇଥିଲେ। ଏହାର ଜବାବରେ ସିଜେଆଇ ଜଷ୍ଟିସ ଗବାଇ ପ୍ରତିଶ୍ରୁତି ଦେଇଛନ୍ତି ଯେ “ଆପଣ ଏଫଆଇଆର ଫାଇଲ କରିଛନ୍ତି। ଆମେ ତା’କୁ ମଧ୍ୟ ବାତିଲ କରିଦେବୁ। କୌଣସି ପକ୍ଷ କାହା ବିରୋଧରେ ଅପରାଧିକ ମାମଲା କରିପାରିବେ ନାହିଁ ବୋଲି ଆମେ ନିର୍ଦ୍ଦେଶ ଦେବୁ।”

ଶୁଣାଣି ଶେଷ ହେବା ପରେ କୋର୍ଟ ମହିଳାଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି। ସେ ଗୋଟିଏ ଚାପ ମୁକ୍ତ ମାଗଣା ପ୍ଲାଟ ଗ୍ରହଣ କରନ୍ତୁ ନଚେତ ୪ କୋଟି ଟଙ୍କା ନେଇ ପୁଣେ, ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁ ଭଳି ଆଇଟି ହବରେ ଚାକିରି କରନ୍ତୁ। ସେଠାରେ ଥିବା ଆଇଟି ସେଣ୍ଟରରେ ଚାହିଦା ରହିଥିବା ସିଜେଆଇ କହିବା ସହ ରାୟ ସଂରକ୍ଷିତ ରଖିଛନ୍ତି।

Supreme Court CJI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe