Advertisment

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ କାହିଁକି ଗୁରମିତ ରାମ ରହିମ ମେସେଞ୍ଜର ଅଫ ଗଡ୍‌?

ଗୁରମିତକୁ ବାରମ୍ବାର ପ୍ୟାରୋଲ ମିଳିବା ସମସ୍ତଙ୍କୁ ଚକିତ କରିଛି। ବିଶେଷ କରି ବିଭିନ୍ନ ନିର୍ବାଚନ ବେଳେ ତାଙ୍କୁ ପ୍ୟାରୋଲ ମିଳିବା ଆହୁରି ଆଶ୍ଚର୍ଯ୍ୟଜନକ।

Gurmeet Ram Rahim

Gurmeet Ram Rahim

Advertisment

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନୀତି ଲାଗୁ କରିବାକୁ ବେଶ ତତ୍ପର। ଏହାଦ୍ୱାରା କ’ଣ ଫାଇଦା ହେବ, ସେକଥା ମଧ୍ୟ ବିଜେପି ପକ୍ଷରୁ କୁହାଯାଉଛି। କିନ୍ତୁ ସମ୍ଭବତଃ କେନ୍ଦ୍ର ସରକାର ୱାନ ନେଶନ, ୱାନ ଇଲେକସନର ପ୍ରମୁଖ ଲାଭ ସମ୍ପର୍କରେ କହିବାକୁ ଭୁଲି ଯାଇଛନ୍ତି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସ୍ୱଂୟକ୍ରିୟ ପ୍ୟାରୋଲ ବ୍ୟବସ୍ଥା କରିବ ଓ ଏହା ୫ ବର୍ଷରେ ଗୋଟିଏ ଥର ହିଁ ଆସିବ।

Advertisment

ଆପଣମାନେ ଗୋଟିଏ ଦେଶ, ଗୋଟିଏ ପ୍ୟାରୋଲ କଥା ଭାବନ୍ତୁ। ଏହା ଦ୍ୱାରା ସମୟ ବଞ୍ଚିବ ଓ ସରକାରୀ ବାବୁମାନଙ୍କୁ ଅଧିକ ପେପର ୱାର୍କ ମଧ୍ୟ କରିବାକୁ ପଡ଼ିବ ନାହିଁ। ଉଦାହରଣ ଭାବେ ହତ୍ୟା ଓ ଦୁଷ୍କର୍ମ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହକୁ ନିଆଯାଉ। କାରଣ ୨୦୨୦ ପରଠାରୁ ପ୍ରତି ନିର୍ବଚନ ପୂର୍ବରୁ ଗୁରମିତକୁ ପ୍ୟାରୋଲ ମିଳି ଯାଉଛି। ସେ ବେଶ ଆରାମରେ ଜେଲ ବାହାରେ ରହିବାକୁ ସକ୍ଷମ ହେଉଛି।

ଏଠାରେ ଆମ ବ୍ୟବସ୍ଥା ଅଭ୍ୟାସଗତ ଭାବେ ଏପରି କରି ଚାଲିଛି। ଗୁରମିତ ମଙ୍ଗଳବାର(ଜାନୁଆରୀ ୨୮)ରେ ୧୨ଥର ପାଇଁ ପ୍ୟାରୋଲ ପାଇଛି। ଆଗକୁ ଦିଲ୍ଲୀ ନିର୍ବାଚନ ସହ ହରିୟାଣାରେ ପୌରପାଳିକା ନିର୍ବାଚନ ହେବ। ସଂଯୋଗବଶତଃ ଏହାର ଠିକ ପୂର୍ବରୁ ଗୁରମିତକୁ ପ୍ୟାରୋଲ ମିଳି ଯାଇଛି। ସେ ଏବେ ୩୦ ଦିନ ଜେଲ ବାହାରେ ରହିବ।

Advertisment

୨ ଥର ୨୦ ବର୍ଷର ଜେଲଦଣ୍ଡ ପାଇଥିବା ଗୁରମିତକୁ ଏପରି ବାରମ୍ବାର ପ୍ୟାରୋଲ ମିଳିବା ସମସ୍ତଙ୍କୁ ଚକିତ କରିଛି। ବିଶେଷ କରି ବିଭିନ୍ନ ନିର୍ବାଚନ ବେଳେ ତାଙ୍କୁ ପ୍ୟାରୋଲ ମିଳିବା ଆହୁରି ଆଶ୍ଚର୍ଯ୍ୟଜନକ।

ଏହାପୂର୍ବରୁ ସେ ଅକ୍ଟୋବର ୨ ତାରିଖରେ ୨୦ ଦିନ ପାଇଁ ପ୍ୟାରୋଲ ପାଇଥିଲା। ଏହି ସମୟରେ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ହରିୟାଣା ଲଗାତର ତୃତୀୟ ଥର ପାଇଁ ବାଜିମାତ ମଧ୍ୟ କରିଥିଲା। ଜେଲରୁ ପ୍ୟାରୋଲ ପାଇବା ଭାରତରେ ଅଧିକାର ନୁହେଁ। ଏହା ଅଧିକାରୀଙ୍କ ବିବେକାଧୀନ ଉପରେ ନିର୍ଭର କରେ। କିନ୍ତୁ ଗୁରମିତ କ୍ଷେତ୍ରରେ ଅଧିକାରୀମାନେ ସେତେ ଯେମିତି ସେମାନଙ୍କର ବିବେକର ଆଦୌ ବ୍ୟବହାର କରୁ ନାହାନ୍ତି।

ଗୁରମିତ ସିଂହ ଓ ନିର୍ବାଚନକୁ ଏକାଠି ଯୋଡ଼ି ଆମେ କାହିଁକି ଏଠାରେ ଉପସ୍ଥାପନ କରୁଛୁ? ଏହା ପଛରେ ମଧ୍ୟ କାରଣ ରହିଛି। ସିର୍ସାରେ ଥିବା ଗୁରମିତର ଡେରା ସଚ୍ଚା ସୌଦା ମୁଖ୍ୟାଳୟର ଲକ୍ଷାଧିକ ଅନୁଗାମୀ ହରିୟାଣା, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ରହିଛନ୍ତି। ହରିୟାଣାର ଏମିତି ୨୪ଟି ଆସନ ରହିଛି, ଯାହା ଗୁରମିତର ଡେରା ଭୋଟ ଦ୍ୱାରା ପ୍ରଭାବିତ ହୋଇଥାଏ ବୋଲି କୁହାଯାଏ।

ଗୁରମିତ ଏକମାତ୍ର ଦୋଷୀ ଭାବେ ଏପରି ପ୍ୟାରୋଲ ପାଉନାହିଁ। ସେ ସବୁବେଳେ ଚର୍ଚ୍ଚାରେ ରହୁଥିବାରୁ ଆମେ, ତା’ର ଉଦାହରଣ ନେଇଛୁ। ଗୋଟିଏ ଦେଶ, ଗୋଟିଏ ପ୍ୟାରୋଲ କିମ୍ବା ଗୋଟିଏ ନିର୍ବାଚନ, ଗୋଟିଏ ପ୍ୟାରୋଲ ହେଲେ ବିଭିନ୍ନ ପକ୍ଷର ସମୟ ବଞ୍ଚିବ। ରାଜନୀତି ଦଳଗୁଡ଼ିକ ସମ୍ବନୟ ପାଇଁ ସମୟ ପାଇବେ। ସେହିପରି ଜେଲ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକମାନେ ମଧ୍ୟ ପେପର ୱାର୍କ ପାଇଁ ବେଶୀ ସମୟ ଖର୍ଚ୍ଚ କରିବେ ନାହିଁ।

ନିର୍ବାଚନ କମିଶନ ଭୋଟିଂ ତାରିଖ ଘୋଷଣା କରିବା କ୍ଷଣି ଯେମିତି ଆଚରଣ ବିଧି ଲାଗୁ ହୋଇଯାଉଛି, ଠିକ ସେହିପରି ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ବହନ କରୁଥିବା ଦୋଷୀମାନେ ମଧ୍ୟ ଆପେଆପେ ଜେଲରୁ ବାହାରି ପାରିବେ। ସେମାନେ ପୂରା ପ୍ରଚାର ସମୟରେ ବାହାରେ ରହିବେ। ପ୍ରଚାର ସରିବା ମାତ୍ରେ ଆପେଆପେ ଜେଲକୁ ଚାଲିଯିବେ। ସବୁ କିଛି ସ୍ୱାଭାବିକ ଢଙ୍ଗରେ ହୋଇପାରିବ।

ଏଥିପାଇଁ ସବୁ ରାଜନୀତି ଦଳ ଏକାଠି ହୋଇ ୱାନ ନେଶନ, ୱାନ ଇଲେକସନ ବ୍ୟବସ୍ଥା ଲାଗୁ କରିବା କାମରେ ସରକାରଙ୍କ ସହଯୋଗ କରନ୍ତୁ। ଏଥିସହ ଗୋଟିଏ ବ୍ୟବସ୍ଥାକୁ ମଧ୍ୟ ଲାଗୁ କରନ୍ତୁ। ଏହା ମଧ୍ୟ ପୀଡ଼ିତା ଓ ସେମାନଙ୍କ ପରିବାର ମୁଣ୍ଡରେ ଚାଲିଥିବା ଅନିଶ୍ଚିତତାକୁ ମଧ୍ୟ ଦୂର କରିଦେବ। ସେମାନେ ୫ ବର୍ଷ ମଧ୍ୟରେ କେବଳ ଗୋଟିଏ ଥର ଅପରାଧୀ ବାହାରକୁ ବାହାରୁ ଥିବାରୁ କିଛି ମାସ ପାଇଁ ବ୍ୟସ୍ତ ଓ ବବିତ୍ର ମଧ୍ୟରେ ରହିବେ।

ଅପରାଧୀମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରଖିବା ରାଜନୀତିକ ଦଳଗୁଡ଼ିକ ପାଇଁ ବେଶ କଷ୍ଟକର। କିନ୍ତୁ ସେମାନେ ଇନଷ୍ଟଲମେଣ୍ଟରେ ହେଉଥିବା ରିଲିଜକୁ ବନ୍ଦ କରି ଅପରାଧୀଙ୍କୁ ଜେଲରେ ବନ୍ଦ କରି ରଖିପାରିବେ? କିଏ ଇଏମଆଇକୁ ଭଲ ପାଏ? ଇଏମଆଇକୁ ବନ୍ଦ କରିବା ପାଇଁ ଗୋଟିଏ ନିର୍ବାଚନ, ଗୋଟିଏ ପ୍ୟାରୋଲ ଯୋଜନା ଠାରୁ ଆଉ କିଛି ଭଲ ହୋଇ ନପାରେ।

କେତେ ଥର ପ୍ୟାରୋଲ ପାଇଛି ଗୁରମିତ

୧- ୨୦୨୦ ଅକ୍ଟୋବର ୨୪ – ଗୋଟିଏ ଦିନ(ଜରୁରିକାଳୀନ ପ୍ୟାରୋଲ)

୨- ୨୦୨୧ ମେ’ ୨୧ – ଗୋଟିଏ ଦିନ (ଜରୁରିକାଳୀନ ପ୍ୟାରୋଲ)

୩- ୨୦୨୨ ଫେବୃଆରୀ ୭ – ୨୧ ଦିନ (ପଞ୍ଜାବ ନିର୍ବାଚନ)

୪- ୨୦୨୨ ଜୁନ ୧୭ – ୩୦ ଦିନ (ହରିୟାଣା ପୌର ନିର୍ବାଚନ)

୫- ୨୦୨୨ ଅକ୍ଟୋବର ୧୫ – ୪୦ ଦିନ (ଆଦମପୁର ଉପ ନିର୍ବାଚନ)

୬- ୨୦୨୩ ଜାନୁଆରୀ ୨୧ – ୪୦ ଦିନ (ହରିୟାଣା ପଞ୍ଚାୟତ ନିର୍ବାଚନ)

୭- ୨୦୨୩ ଜୁଲାଇ ୨୦ – ୪୦ ଦିନ (ହରିୟାଣା ପଞ୍ଚାୟତ ନିର୍ବାଚନ)

୮- ୨୦୨୩ ନଭେମ୍ବର ୨୧ – ୨୧ ଦିନ (ରାଜସ୍ଥାନ ନିର୍ବାଚନ)

୯- ୨୦୨୪ ଜାନୁଆରୀ ୨୦- ୫୦ ଦିନ( ଲୋକସଭା ନିର୍ବାଚନ)

୧୦- ୨୦୨୪ ଅଗଷ୍ଟ ୧୩ – ୨୧ ଦିନ (ହରିୟାଣା ବିଧାନସଭା ନିର୍ବାଚନ)

୧୧- ୨୦୨୪ ଅକ୍ଟୋବର ୨ – ୨୦ ଦିନ (ହରିୟାଣା ବିଧାନସଭା ନିର୍ବାଚନ)

୧୨- ୨୦୨୫ ଜାନୁଆରୀ ୨୮ – ୩୦ ଦିନ (ହରିୟାଣା ପୌର ଓ ଦିଲ୍ଲୀ ବିଧାନସଭା ନିର୍ବାଚନ)

Gurmeet Ram Rahim Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe