Advertisment

କାହିଁକି ଅଣ୍ଡରୱେୟାର ଭିତରେ ୫ କେଜି ଓଜନର ପଥର ରଖିଥିଲେ ଚାକିରି ଆଶାୟୀ

କଲ୍ୟାଣ କର୍ଣ୍ଣାଟକା ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନରେ ଚାକିରି ପାଇଁ ଆବଶ୍ୟକ ଓଜମ ସୀମାକୁ ହାସଲ କରିବା ପାଇଁ ଅନେକ ଯୁବକ ଏପରି କରିଥିବା ଜଣାପଡ଼ିଛି।

author-image
Hemant Lenka
Karnataka

Karnataka

କିଏ ଅଣ୍ଡରୱେୟାର ଭିତରେ ଓଜନଦାର ପଥର ରଖିଥିଲେ ତ ଆଉ କିଏ ଲୁହାର ପ୍ଲେଟ୍ସକୁ ନିଜ ଦେହରେ ଗୁପ୍ତ ଭାବେ ବାନ୍ଧି ରଖିଥିଲେ। କର୍ଣ୍ଣାଟକାରେ ଚାକିରି ଆଶାୟୀମାନେ ଏଭଳି ଅବସ୍ଥାରେ ପରୀକ୍ଷା କେନ୍ଦ୍ରକୁ ଆସିଥିବା ବେଳେ ଧରାପଡ଼ିଛନ୍ତି। କିନ୍ତୁ କାହିଁକି ଚାକିରି ଆଶାୟୀମାନେ ଏପରି କରିଥିଲେ? ଏହା ପଛରେ ରହିଛି ସ୍ୱତନ୍ତ୍ର କାରଣ। କଲ୍ୟାଣ କର୍ଣ୍ଣାଟକା ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନରେ ଚାକିରି ପାଇଁ ଆବଶ୍ୟକ ଓଜମ ସୀମାକୁ ହାସଲ କରିବା ପାଇଁ ଅନେକ ଯୁବକ ଏପରି କରିଥିବା ଜଣାପଡ଼ିଛି।

Advertisment

ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓରେ ଜଣେ ଚାକିରି ଆଶାୟୀ ନିଜ ଅଣ୍ଡରୱେୟାର ଭିତରେ ଲୁଚାଇ ରଖିଥିବା ୫ କେଜି ଓଜନର ବଟକରା ବାହାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ଆଉ ଗୋଟିଏ ଭିଡିଓରେ ଜଣେ ଚାକିରି ଆଶାୟୀ ତାଙ୍କ ଜଙ୍ଘରେ ଓଜନଦାର ଲୁହା ବାନ୍ଧିଥିବା ଦେଖାଯାଉଛି। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଯେ ଯୋଗ୍ୟତା ପାଇଁ ଧାର୍ଯ୍ୟ ଓଜନ ସୀମାକୁ ଅତିକ୍ରମ କରିବ। ହେଲେ ଏପରି ଠେକଇ କରିବା ପୂର୍ବରୁ ସେମାନେ ଧରାପଡ଼ି ଯାଇଛନ୍ତି।

ଚାକିରି ପାଇଁ ଧାର୍ଯ୍ୟ ବୟସସୀମା ୫୫ କେଜି ରହିଛି। ଯେଉଁମାନେ ଏହାକୁ ହାସଲ କରିବାକୁ ଅକ୍ଷମ ହୋଇଛନ୍ତି, ସେମାନେ ଏପରି ଅଭିନବ ଉପାୟରେ ନିଜର ଓଜନ ବଢ଼ାଇବାକୁ ଚେଷ୍ଟା କରିଥିଲେ।

Advertisment

ଜଣେ ଅଧିକାରୀ କହିଛନ୍ତି, କିଛି ଚାକିରି ଆଶାୟୀ ନିଯୁକ୍ତି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ସେମାନେ ନିଜର ଓଜନ ୫ରୁ ୧୦ କେଜି ବୃଦ୍ଧି କରିବା ପାଇଁ ପଥର ଖଣ୍ଡ, ଲୁହା ପ୍ଲେଟ ଓ ପଥରକୁ ଲୁଚାଇ ଧରି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ନିୟମ ଉଲ୍ଲଙ୍ଘନ କରିଥିବା ପ୍ରାୟ ୮ ଜଣଙ୍କୁ ଧରା ଯାଇଛି। ଡ୍ରାଇଭର ଓ କଣ୍ଡକ୍ଟର ପୋଷ୍ଟ ପାଇଁ ମୋଟ ୧୬୧୯ଟି ପଦ ଖାଲି ରହିଛି। ହେଲେ ଏହି ପଦ ପାଇଁ ମୋଟ ୩୮ ହଜାର ଆବେଦନ କରାଯାଇଛି।

Karnataka Job Vacancy