Advertisment

Mamata Banerjee: କାହିଁକି ବେଙ୍ଗଲର ସର୍ବୋଚ୍ଚ ସମ୍ମାନ ଜଣେ ବିଜେପି ସାଂସଦଙ୍କୁ ଦେଲେ ମମତା?

ମାତୃଭାଷା ଦିବସ ଅବସରରେ ବିଜେପି ସାଂସନ ନଗେନ ରୟ ଓରଫ ଅନନ୍ତ ମହାରାଜଙ୍କୁ ପଶ୍ଚିମବଙ୍ଗର ସର୍ବୋଚ୍ଚ ବେସାମରିକ ସମ୍ମାନ ବଙ୍ଗ ବିଭୂଷଣରେ ସମ୍ମାନୀତ କରାଯାଇଛି। ବିଜେପିର ରାଜ୍ୟସଭା ସାଂସଦ ନଗେନଙ୍କୁ ମମତା ନିଜ ହାତରେ ବେଙ୍ଗଲର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରିଛନ୍ତି।

Mamata

ବିଜେପି ସାଂସଦଙ୍କୁ ସମ୍ମାନୀତ କରୁଛନ୍ତି ମମତା

Advertisment

ଆସନ୍ତା ଏପ୍ରିଲ-ମେ ବେଳକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କୋଲକାତାର ଦେଶପ୍ରିୟ ପାର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଷ୍ଟେଜ ଶେୟାର କରିଛନ୍ତି। ଏହି ୨୫ ଜଣଙ୍କ ମଧ୍ୟରେ ସିଙ୍ଗର ନଚିକେତା ଚକ୍ରବର୍ତ୍ତୀ, ଲୋପାମୁଦ୍ରା ମିତ୍ର, ବାବୁଲ ସୁପ୍ରିମ ଓ ଇମାନ ଚକ୍ରବର୍ତ୍ତୀ ପ୍ରମୁଖ ରହିଥିଲେ। 

Advertisment

ଶନିବାର ମାତୃଭାଷା ଦିବସ ଅବସରରେ ବିଜେପି ସାଂସନ ନଗେନ ରୟ ଓରଫ ଅନନ୍ତ ମହାରାଜଙ୍କୁ ପଶ୍ଚିମବଙ୍ଗର ସର୍ବୋଚ୍ଚ ବେସାମରିକ ସମ୍ମାନ ବଙ୍ଗ ବିଭୂଷଣରେ ସମ୍ମାନୀତ କରାଯାଇଛି। ବିଜେପିର ରାଜ୍ୟସଭା ସାଂସଦ ନଗେନଙ୍କୁ ମମତା ନିଜ ହାତରେ ବେଙ୍ଗଲର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରିଛନ୍ତି।

ମମତାଙ୍କ ଏପରି ଆଭିମୁଖ୍ୟକୁ ନେଇ ରାଜନୀତିକ ହଇଚଇ ସୃଷ୍ଟି ହୋଇଛି। ୨୦୨୩ରେ ନଗେନଙ୍କୁ ବିଜେପି ରାଜ୍ୟସଭାକୁ ମନୋନୀତ କରିଥିଲା। ତାଙ୍କୁ ଠିକ ନିର୍ବାଚନ ପୂର୍ବରୁ ମମତା ବେଙ୍ଗଲର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ନଗେନ ରୟ ହେଉଛନ୍ତି ରାଜବଂଶୀ ସଂପ୍ରଦାୟର ଜଣେ ପ୍ରମୁଖ ବ୍ୟକ୍ତିବିଶେଷ। ଉତ୍ତର ବେଙ୍ଗଲରେ ରାଜବଂଶୀ ସଂପ୍ରଦାୟ ରୁହନ୍ତି।

Advertisment

ସେହି ଭାଗରେ ଗତ ବିଧାନସଭା ନିର୍ବାଚନରେ ଟିଏମସି ଜିତିବାକୁ ସଂଘର୍ଷ କରିଥିଲା। ବିଜେପି ସେହି ଭାଗରେ ସଫଳତା ମିଳିଥିଲା। ବାସ ଆଗକୁ ନିର୍ବାଚନ ଥିବାରୁ ଟିଏମସି ବେଙ୍ଗଲର ଉତ୍ତର ଭାଗ ପାଇଁ ନିଜର ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ମମତା ସରକାର ନଗେନ ରୟଙ୍କୁ ବେଙ୍ଗଲର ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି। ରାଜବଂଶୀ ସଂପ୍ରଦାୟରେ ସମସ୍ତେ ନଗେନ ରୟଙ୍କୁ ଅନନ୍ତ ମହାରାଜ ଭାବେ ଜାଣନ୍ତି। ଏହି ସଂପ୍ରଦାୟରେ ତାଙ୍କର ବେଶ ଦବଦବା ରହିଛି। 

 କଳା, ସଂସ୍କୃତି, ସାହିତ୍ୟ ଓ ସାଧାରଣ ପ୍ରଶାସନିକ ସେବା ଓ ଜନ ସେବାରେ ବଳିଷ୍ଠତା ଦେଖାଇଥିବା ୨୫ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବଙ୍ଗ ଭୂଷଣ ଓ ବଙ୍ଗ ବିଭୂଷଣ ସମ୍ମାନ ଦେଇଛନ୍ତି ମମତା। ଏହିକ୍ରମରେ ନଗେନ ରୟଙ୍କୁ ରାଜ୍ୟର ସର୍ବୋଚ୍ଚ ବେସାମରିତକ ସମ୍ମାନ ବଙ୍ଗ ବିଭୂଷଣରେ ସମ୍ମାନୀତି କରାଯାଇଛି।

ମମତା ନିଜେ ଏହି ସମ୍ମାନ ପ୍ରଦାନ କରିବା ସହ ଅନନ୍ତ ମହାରାଜ ଓରଫ ନଗେନ ରୟଙ୍କୁ ପ୍ରଶଂସା କରିଛନ୍ତି। ରାଜବଂଶୀ ଭାଷା ଓ ସଂସ୍କୃତିକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅନନ୍ତ ମହାରାଜଙ୍କୁ ସମ୍ମାନୀତ କରିବା ଆମକୁ ବେଶ ଖୁସି ଆଣି ଦେଇଛି।

ରାଜବଂଶୀ ସଂପ୍ରଦାୟ ଓ ସମାଜ ପାଇଁ ସେ କାମ ଜାରି ରଖନ୍ତୁ ବୋଲି ମମତା କହିଛନ୍ତି। ଏଥିସହ ରାଜବଂଶୀ ସଂପ୍ରଦାୟ ପାଇଁ ଟିଏମସି ସରକାର କରିଥିବା କାମ ଗୁଡ଼ିକର ତାଲିକା ମଧ୍ୟ ମମତା ଦେଇଛନ୍ତି। 

ସେହିପରି ବଙ୍ଗ ବିଭୂଷଣ ଭଳି ସମ୍ମାନରେ ସମ୍ମାନୀତି ହେବା କଥାକୁ ନଗେନ ରୟ କେବେ ହେଲେ ସ୍ୱପ୍ନରେ ପରିକଳ୍ପନା କରି ନଥିବା ମଧ୍ୟ କାର୍ଯ୍ୟକ୍ରମ ପରେ କହିଛନ୍ତି। ଏପରି ସମ୍ମାନ ପରେ ନଗେନ ରୟ ବିଜେପିରୁ ଟିଏମସିକୁ ଆସିବା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କିନ୍ତୁ ଏହି ଚର୍ଚ୍ଚାକୁ ନଗେନ ରୟ ବେଶ ଚମତ୍କାର ଢଙ୍ଗରେ ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି, “ମୁଁ କୌଣସି ଦଳରେ ଯୋଗ ଦେଇଛି କି? ମୋର ସେସବୁରେ କୌଣସି ଇଚ୍ଛା ନାହିଁ।” 

Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe